କାର ଭିତରେ ରହିଯାଇଛି ଚାବି ତେବେ ଚିନ୍ତା କରନ୍ତୁ ନାହିଁ, ଏହି ଉପାୟ ଦ୍ଵାରା ଖୋଲନ୍ତୁ କବାଟ

କେତେ ଥର ଲୋକଙ୍କ ଦ୍ଵାରା ଏହା ଭୁଲ ହୋଇଥାଏ ଯେ ସେ ଚାବି କାର ଭିତରେ ଛାଡି ଦିଅନ୍ତି ଓ ତା କବାଟ ବନ୍ଦ କରି ଦିଅନ୍ତି । ଲୋକଙ୍କ ପାଖରେ କାର ଦ୍ଵିତୀୟ ଚାବି ମଧ୍ୟ ନଥାଏ ଯାହା ଦ୍ଵାରା ସେ କାର କବାଟ ଖୋଲି ଚାବି ଆଣି ପାରିବେ । ଏମିତି ସମୟରେ କିଛି ଉପାୟ ଆପଣଙ୍କ ସାହାଯ୍ୟ କରି ପାରିବେ, ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ଆଜିକା ସମୟରେ ବହୁତ ପ୍ରକାର କାର ଆସି ଯାଇଛି ଏବଂ ସବୁ ପ୍ରକାର କାର ଲକିଙ୍ଗ ସିଷ୍ଟମ ଅଲଗା ଅଟେ, ପୁରୁଣା କାର ଗୁଡିକ ମେନୁଅଲ ଥିଲେ କିନ୍ତୁ ଏବେ କର ସହ ଲକିଙ୍ଗ ସିଷ୍ଟମ ମଧ୍ୟ ଉନ୍ନତି କରିଛି ।

୧. ପ୍ରଥମ ଉପାୟ :

ଏହି ଉପାୟ ସାମାନ୍ୟ ଅଟେ, ଏହା ପୁରୁଣା ମାରୁତି ଏବଂ ହ୍ୟୁଣ୍ଡାଇ କାର ଲକ ଖୋଲିବା ପାଇଁ ବ୍ୟବହାର କରା ଯାଉଥିଲା । କାର କବାଟ ଖୋଲିବା ପାଇଁ କାର କବାଟରେ ଲାଗିଥିବା ରବର ସ୍କେଲ ଦ୍ଵାରା ବାହାର କରନ୍ତୁ, ଏହା ପରେ ରବର ଥିବା ଜାଗାରେ ସ୍କେଲ ପୁରାନ୍ତୁ, କବାଟରେ ଲାଗିଥିବା ନବ ଆପେ ଆପେ ଉପରୁକୁ ଆସିବ ।

୨. କାର ଖୋଲିବା ଦ୍ଵିତୀୟ ଉପାୟ :

କାର କବାଟ କୋର୍ଟ ହାଙ୍ଗର ଦ୍ଵାରା ମଧ୍ୟ ଖୋଲା ଯାଇ ପାରିବ, ଆପଣଙ୍କୁ ଗୋଟେ ୱାୟର ହ୍ୟାଙ୍ଗର ଦରକାର ଯାହାକୁ ଦରକାର ପଡିଲେ ଆପଣ ମୋଡି ପାରିବେ ଓ ହୁକ ବନେଇ ପାରିବେ । ତେବେ ଏହି ହୁକା ଦ୍ଵାରା ଆପଣ ୱିଣ୍ଡୋ ରେ ଲାଗିଥିବା ରବଡ଼ ସ୍ତ୍ରୀସପ ଦ୍ଵାରା ଭିତର]କୁ ଯାଇ ପାରିବେ, ଏହା ପରେ ଆପଣଙ୍କୁ ହୁକା ଦ୍ଵାରା ଲକିଙ୍ଗ ସିଷ୍ଟମ ଖୋଲିବା ପାଇଁ ସମୟ ମିଳିବ ଯାହା କିଛି ସମୟ ନେଇ ପାରେ କିନ୍ତୁ କାମ ଅବଶ୍ୟ କରିବ ।

୩. କାର କବାଟ ଖୋଲିବା ତୃତୀୟ ଉପାୟ :

ଇଁଫ୍ଲେଟେବଲ ୱେଜ ବା ଏୟର ପ୍ୟାକ ମଧ୍ୟ କାର କବାଟ ଖୋଲିବା ପାଇଁ ବ୍ୟବହାର କରା ଯାଇ ପାରିବ, ଏହି ଟୁଲ ଦ୍ଵାରା ଆପଣ ଗୋଟେ ଏୟରପ୍ୟାକକୁ କବାଟ ଉପର ଭାଗରେ ରଖି ପବନ ଭର୍ତି କରି ପାରିବେ, ଏହା ପରେ ଏୟରପ୍ୟାକକୁ କବାଟ ସାଇଡରେ ରଖି ପବନ ଫୁଲ କରନ୍ତୁ, ଏହା ଦ୍ଵାରା କବାଟରେ ସ୍ପେସ ହୋଇଯିବ ଯାହା ପରେ ଆପଣ ରଡ ବା ଅନ୍ୟ ହୁକ ଦ୍ଵାରା ଚାବି ବା ଲକ ଖୋଲି ପାରିବେ ।

Leave a Reply

Your email address will not be published. Required fields are marked *