ଯଦି ଅଧିକ ମାତ୍ରାରେ କରୁଛନ୍ତି ଗ୍ରୀନ ଟିର ସେବନ, ତେବେ ହୋଇଯାନ୍ତୁ ସାବଧାନ- ହେଇପାରେ ଏହି ସବୁ ବଡ ଅସୁବିଧା

ବଢୁଥିବା ଓଜନକୁ କମ କରିବା ପଛରେ ଲୋକେମାନେ ଗ୍ରୀନ ଟି ପିଇବାର ସୌକ ଲଗାତାର ବଢ଼ିବାରେ ଲାଗିଛି । ଏହାର ସେବନ ଏତେ ଅଧିକ କରିବାର ଲାଗିଲେଣି କି ଏହାକୁ ଓଜନ କମେଇବା ପାଇଁ ଯାଦୁର ଛଡି ଭାବିଲେଣି । ଆପଣ ସମସ୍ତେ ଏହାର ଲାଭକାରୀ ବିଷୟରେ ଜାଣିଥିବେ ଓ ଶୁଣିଥିବେ କିନ୍ତୁ ଏହାକୁ ବହୁତ ଅଧିକ ମାତ୍ରାରେ ନେବାଦ୍ଵାରା ଶରୀରକୁ ଅସୁବିଧା ମଧ୍ୟ ହୋଇଥାଏ । ଏହାଛଡା ଏହାକୁ କେବେବି ଖାଲିପେଟ ବା ଖାଇବା ପରେ ସାଙ୍ଗେସାଙ୍ଗେ ପିଇବା କଥା ନୁହେଁ । ଯଦି ଆପଣ ଦିନରେ ତିନି କପ ପିଉଛନ୍ତି ତେବେ ପାଣି ମଧ୍ୟ ସେହି ହିସାବରେ ପିଅନ୍ତୁ । ଆସନ୍ତୁ ଜାଣିବା ଏହାକୁ ବହୁ ମାତ୍ରାରେ ନବା ଦ୍ଵାରା କଣ ସବୁ ଅସୁବିଧା ହୋଇଥାଏ ।

1. ଗର୍ଭପାତର ସମସ୍ୟା  :

ଏଥିରେ କ୍ୟାଫେନ ହେବା କାରଣରୁ ଏହା ଗର୍ଭବତୀ ମହିଳାଙ୍କ ପାଇଁ ଅତ୍ୟାଧିକ ଖରାପ ହୋଇପାରେ । ଏହାକୁ ପିଇବା ଦ୍ଵାରା ଗର୍ଭପାତ ହେବାର ସମସ୍ୟା ହୋଇଥାଏ ।  ପ୍ରେଗ୍ନେଣ୍ଟ୍ ଓ ସ୍ତନପାନ କରାଉଥିବା ମହିଳମାନଙ୍କ ଏହାକୁ ନ ପିଇବା ପାଇଁ ପରାମର୍ଶ ଦିଆଯାଏ । ତେବେ ଯଦି ଆପଣ ଗ୍ରଭବତୀ ଅଛନ୍ତି କିମ୍ବା ଗର୍ଭଧାରଣ ପାଇଁ ଚେଷ୍ଟା କରୁଛଣିତ ତେବେ ଜ୍ତେ ସମ୍ଭବ ସାଧା ଚା ହେଉ କି ଗ୍ରୀନ ଟୀ ହେଉ କିଛି ବି ପିଅନ୍ତୁ ନାହିଁ ।

2. ଅନିଦ୍ରତା :

ଗ୍ରୀନ ଟିରେ କ୍ୟାଫେନର ମାତ୍ରା ବହୁତ ହିଁ ଭରପୁର ମିଳିଥାଏ ଏଥିପାଇଁ ଏହାକୁ ଅଧିକ ମାତ୍ରାରେ ନେବାଦ୍ଵାରା ଅନିଦ୍ରାର ସମସ୍ୟା ହୋଇ ଯାଇଥାଏ । ଏହାଛଡା ଛାତି ପୋଡିବା ଓ ହୃଦୟର ଧକ୍ ଧକ ଅସୀମିତ ହୋଇପାରେ । ଶୋଇବା ଆଗରୁ ତ କେବେବି ଚା’ ପିଇବା କଥା ନୁହେଁ ।

3. ଆଇରନର ଅଭାବ :

ଗ୍ରୀନ ଟିରେ ଟୋନିନ ତତ୍ତ୍ଵ ରହିଥାଏ ଯିଏ ଭୋଜନରୁ ଆଇରନ ନେବାର ପ୍ରକ୍ରିୟାକୁ କମ କରି ଦେଇଥାଏ । ଯେଉଁଥିରେ ଶରୀରରେ ଆଇରନର ଅଭାବ ଦେଖା ଦେବାକୁ ଲାଗେ । ଯାହାର ଅଭାବ ହେବାପରେ ଏନିମିୟାର ସମସ୍ୟା ହୋଇପାରେ ।

4.ଶରୀର କମଜୋର ହେବା:

ଗ୍ରୀନ ଟି ବେଶୀ ପିଇବା ଦ୍ଵାରା ଭୋକ କମ ହେବାର ଲାଗିଥାଏ । ଯେଉଁ କାରଣରୁ ଆପଣ ଠିକ ମାତ୍ରାରେ ଭୋଜନ କରି ପାରନ୍ତିନୀ ଏବଂ ଶରୀରରେ ପୋଷକ ତତ୍ତ୍ଵର ଅଭାବ ଦେଖା ଦେଇଥାଏ । ଶରୀର କମଜୋର ହେବାକୁ ଲାଗେ ଓ କିଛି ଭଲ  ଲାଗେନା ଭୋକ ମଧ୍ୟ ହୁଏନି । ଦେହ ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗେ ସେଥିପାଇଁ ଗ୍ରୀନ ଟିକୁ ଦେଖି ଶୁଣି ଓ କେମିତି ଏବଂ କେତେବେଳେ ଓ କେତେ ମାତ୍ରାରେ ନେବା ଦରକାର ଜାଣିବା ନିହାତି ଆବଶ୍ୟକ ।

Leave a Reply

Your email address will not be published. Required fields are marked *