ବ୍ରାମ୍ହଣ, କ୍ଷେତ୍ରୀୟ ମାନଙ୍କ ଗୁରୁ ଅଗ୍ନି ଅଟନ୍ତି, ସମସ୍ତ ବନ ଗୁରୁ ବ୍ରାମ୍ହଣ ଅଟନ୍ତି, ନାରୀ ମାନଙ୍କ ଗୁରୁ ସ୍ଵାମୀ ହୋଇଥାନ୍ତି, ଯେଉଁ ମହିଳାଙ୍କ ମନ ଶରୀର ଶୁଦ୍ଧ ଏବଂ ଧ୍ୟାନ କେବଳ ସ୍ଵାମୀ ଉପରେ ଥାଏ ଓ ସେ କୌଣସି ପ୍ରକାର ଅବହେଳା କରନ୍ତି ନାହିଁ, ତାଙ୍କୁ ପତିବ୍ରତା ସ୍ତ୍ରୀ କୁହାଯାଏ । ଯେଉଁ ସ୍ତ୍ରୀ ନିଜ ସ୍ଵାମୀ କଥା ମାନନ୍ତି ନାହିଁ ବା ତାଙ୍କ ବିରୁଦ୍ଧ କୌଣସି କଥା କହିଥାନ୍ତି ତାଙ୍କ ଜୀବନରେ ବହୁତ ସମସ୍ଯା ଆସିଥାଏ ତେବେ ଏମିତିକା ସ୍ତ୍ରୀ ସନ୍ତାନ ହିନ ମଧ୍ୟ ହୋଇଥାନ୍ତି, ତେବେ ସ୍ଵାମୀ ଭଲ କଥା ଶୁଣିବା ଉଚିତ ଓ ଭୁଲ କହିଲେ ଏହା ଉପରେ ବିଚାର କରି ସ୍ଵାମୀକୁ ବୁଝେଇବା ସ୍ତ୍ରୀର କର୍ତ୍ତବ୍ୟ ହୋଇଥାଏ ।
ଯେଉଁ ମହିଳା ବା ସ୍ତ୍ରୀ ରାତିରେ ମୁଣ୍ଡ କୁଣ୍ଡାଇ ଥାନ୍ତି ତାଙ୍କ ମୁଣ୍ଡରୁ ବାଳ ଛଡି ଯାଇଥାଏ ଏହା ଛଡା ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରାୟତଃ ଝଗଡା ହୋଇଥାଏ କାହା ବିଚାର କାହା ସହ ମେଳକ ହୋଇନଥାନ୍ତି ଓ ଘରେ ସବୁବେଳେ କଳି ଝଗଡା ସୃଷ୍ଟି ହୋଇଥାଏ ସେଥିପାଇଁ ଭୁଲରେ ମଧ୍ୟ ମହିଳାଙ୍କୁ ରାତିରେ ମୁଣ୍ଡ କୁଣ୍ଡେଇବା ଉଚିତ ନୁହ ।
ତୈଳ ଲଗାଇବା ପରେ, ନାରୀ ସହବାସ କରିବା ପରେ ଓ ମସାଣିରେ ସବ ପୋଡିବା ପରେ ମଣିଷ ଚଣ୍ଡାଳ ପରି ହୋଇଥାଏ ଏହା ପରେ ସ୍ନାନ କଲେ ଏହି ଦୋଷ ଗୁଡିକ ଦୂର ହୋଇଥାଏ । ତେଣୁ ଏହି ସବୁ କାର୍ଯ୍ୟ ସାରି ନିଶ୍ଚୟ ସ୍ନାନ କରନ୍ତୁ । ଭୋକ ନଥିଲେ ମଣିଷ ଖାଇଲେ ଭୋକ ମଣିଷକୁ ଖାଇଥାଏ ଯେମିତି ଅଗ୍ନି କାଠକୁ ଜାଳି ପୋଡି ଭସ୍ମ କରିଥାଏ, ଠିକ ସେମିତି ଭୋକ ସମୟରେ ଖାଦ୍ୟ ନଖାଇଲେ ଏହା ମଣିଷ ଜୀବନ ମଧ୍ୟ ନେଇଥାଏ । ଠିକ ସମୟରେ ଖାଦ୍ଯ ଖାଆନ୍ତୁ ।
ଶାସ୍ତ୍ର ଅନୁଯାଇ ସନ୍ତାନ ହେଲା ପରେ ଘର ଗୋବର ଦ୍ଵାରା ସୁଧ କଲେ ସୁଧ ହୋଇଥାଏ, ପତିବ୍ରତା ସ୍ତ୍ରୀ ସବୁବେଳେ ସ୍ଵାମୀ ମଙ୍ଗଳ ଚିନ୍ତା କରିଥାନ୍ତି କେବେ ହେଲେ ତାଙ୍କ ବିରୁଦ୍ଧରେ ଯାଆନ୍ତି ନାହିଁ ସ୍ଵାମୀ ଭୁଲ ହେଲେ ବି ତାଙ୍କୁ ବୁଝେଇବା ସ୍ତ୍ରୀ କର୍ତ୍ତବ୍ୟ ହୋଇଥାଏ । ନାରୀ ଜନ୍ମ ଏମିତି ଗୋଟେ କଷ୍ଟକର ଜନ୍ମ ଯିଏ ସମସ୍ତଙ୍କୁ ସମ୍ଭାଳି ଥାଏ, ନାରୀ ବାପ ଘରେ ମା ବାପା ଭାଇ ଭଉଣୀ ସମସ୍ତଙ୍କୁ ଭଲ ମନ୍ଦ ବୁଝି ଥାଏ ଓ ବିବାହ ପରେ ଶାଶୁ ଘର କଥା ବୁଝି ଥାଏ ।