Bollywood ରୁ ପୁଣି ଆସିଲା ଦୁଃଖର ଖବର, ଫିଲ୍ମ ‘ଏମ.ଏସ. ଧୋନୀ’ ର ଏହି ଫେମସ ଆକ୍ଟର କରିଲେ ଆ ତ୍ମହ ତ୍ୟା

ବନ୍ଧୁଗଣ ନମସ୍କାର, ଆପଣ ମାନେ ଫିଲ୍ମ ଏମ.ଏସ.ଧୋନି ରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ଅଭିନୟ କରିଥିବା ଅଭିନେତା ‘ସନ୍ଦୀପ ନାହାର’ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ବର୍ତ୍ତମାନ ଏହି ଦୁନିଆ ରେ ଆଉ ନାହାନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏହା ଏକ ଦୁଃଖଦ ବିଷୟ । ବର୍ତ୍ତମାନ ଇଣ୍ଡଷ୍ଟ୍ରୀ ରେ ଶୋକ ର ଛାୟା ରହିଛି । ବଲିଉଡ ଅଭିନେତା ‘ସନ୍ଦୀପ ନାହାର’ ସୁଇଇ -ସାଇଡ କରିଛନ୍ତି । ପୋଲିସ ବର୍ତ୍ତମାନ ଏହି ମାମଲାର ତଦାରଖ କରୁଅଛି । ଅଭିନେତା ସନ୍ଦୀପ ନାହାର ଆ-ତ୍ମହ-ତ୍ୟା କରିବା ପୂର୍ବରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ଏକ ଭିଡିଓ ଏବଂ ସୁଇଇ -ସାଇଡନୋଟ ପୋଷ୍ଟ କରିଥିଲେ ।

ଯେଉଁଥିରେ ସେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ ଏବଂ ନିଜର ଜୀବନ ତ୍ୟାଗ କରିବା ସମ୍ବନ୍ଧରେ ମଧ୍ୟ କହିଥିଲେ । ନିଜ ସୁଇଇ -ସାଇଡ ନୋଟ ରେ ସେ ଏହା ମଧ୍ୟ କହିଥିଲେ ଯେ, ଯେପରି ତାଙ୍କର ଏହି ପଦକ୍ଷେପ ପାଇଁ ତାଙ୍କ ପରିବାର ଲୋକଙ୍କୁ ଦୋଷୀ ନ କରାଯାଉ ।

ମୁମ୍ବାଇ ପୋଲିସ ତଦାରଖ କରିବା ପରେ ଏହା ଖବର ଦେଇଥିଲେ ହେ ଅଭିନେତା ସନ୍ଦୀପ ନାହାର ଙ୍କ ଜୀବନ ମୁମ୍ବାଇ ର ଗୋରେଗାଁଓ ସ୍ଥିତ ନିଜ ଆବାସ ରେ ସୁଇଇ -ସାଇଡ ପାଇଁ ଯାଇଥିଲା । ପୋଲିସ ଏହାର ସମ୍ପୂର୍ଣ୍ଣ ଯାଞ୍ଚ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ସନ୍ଦୀପ ନାହାର କେବଳ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଙ୍କ ବୟୋଗ୍ରାଫି ଫିଲ୍ମ ‘ଏମ. ଏସ.ଧୋନି- ଦ ଅନଟୋଲ୍ଡ଼ ଷ୍ଟୋରୀ’ ରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ଅଭିନୟ କରି ନାହାନ୍ତି ଏହା ସହିତ ସେ ଅକ୍ଷୟ କୁମାର ଙ୍କ ଫିଲ୍ମ ‘କେଶରୀ’ ରେ ମଧ୍ୟ ଅଭିନୟ କରି ସାରିଛନ୍ତି ।

ଅଭିନେତା ସନ୍ଦୀପ ନାହାର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଭିଡିଓ ସହିତ ଏକ ଲମ୍ବା ନୋଟ ପୋଷ୍ଟ କରିଛନ୍ତି । ଏହି ନୋଟ ରେ ରୋମନ ହିନ୍ଦୀ ରେ ସେ ଲେଖିଛନ୍ତି ଯେ, “ବର୍ତ୍ତମାନ ସେ ବଞ୍ଚିବାକୁ ଚାହୁଁଛନ୍ତି, କିନ୍ତୁ ଜୀବନ ର ସେ ଏଭଳି ଏକ ପରିସ୍ଥିତି ରେ ସେ ଅଛନ୍ତି ଯାହା ତାଙ୍କ ପାଇଁ କଷ୍ଟକର ହୋଇଯାଇଛି । ସେ ଟ୍ରାସ୍ ରେ ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ଜାଣିଛନ୍ତି ସୁଇଇ -ସାଇଡ କରିବା ଭୀରୁତା ର ପରିଚୟ ଅଟେ । କିନ୍ତୁ ଏଭଳି ଲାଇଫ ରେ ବଂଚିବା ଦ୍ଵାରା କୌଣସି ଲାଭ ନାହିଁ ଯେଉଁଥିରେ ସୁଖ ଶାନ୍ତି ଏବଂ ସେଲ୍ଫ ରେସ୍ପେକ୍ଟ ନାହିଁ ।

“ଏହି ନୋଟ ମାଧ୍ୟମରେ ଅଭିନେତା ସନ୍ଦୀପ ନାହାର ନିଜ ବ୍ୟକ୍ତିଗତ ଜୀବନର ଅସୁବିଧା ସମ୍ବନ୍ଧରେ ମଧ୍ୟ ପ୍ରକାଶ କରିଛନ୍ତି । ସେ ନିଜ ସୁଇଇ -ସାଇଡ ନୋଟ ରେ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଶାଶୁ ତାଙ୍କୁ ମେଣ୍ଟାଲୀ ଟର୍ଚ୍ଚର କରିଛନ୍ତି । ଯେଉଁ କାରଣରୁ ସେ ଜୀବନ ରେ ଭାଙ୍ଗି ପଡିଛନ୍ତି । ଅଭିନେତା ସନ୍ଦୀପ ନାହାର ନିଜର ସୁଇଇ -ସାଇଡ ନୋଟ ରେ ଏହା ମଧ୍ୟ ଲେଖିଛନ୍ତି ଯେ, ସେ ମୁମ୍ବାଇ ରେ ରହି ବହୁତ ସମୟ ଧରି ସଂଘର୍ଷ କରିଛନ୍ତି । ସେ ଡବିଙ୍ଗ କରିଛନ୍ତି, ଜିମ୍ ଟ୍ରେନର ମଧ୍ୟ ହୋଇ ସାରିଛନ୍ତି ।

ଏତେ ସଂଘର୍ଷ ପରେ ମଧ୍ୟ ସେ ହାର ମାନି ନଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ସେ ଜୀବନ ରେ ବହୁତ କିଛି ଆଚିଭ କରିଛନ୍ତି । ମୁମ୍ବାଇ ପୋଲିସ ଆଗକୁ ଏହି ସମ୍ବନ୍ଧରେ କାର୍ଜ୍ୟବାହୀ କରିବା ନିମନ୍ତେ ପୋ ଷ୍ଟ ମର୍ଟ ମ୍ ରିପୋର୍ଟ ର ଅପେକ୍ଷା କରିଛନ୍ତି । ସନ୍ଦୀପ ଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟ ର୍ସ ଫିଲ୍ମ ଏମ.ଏସ.ଧୋନି- ଦ ଅନଟୋଲ୍ଡ ଷ୍ଟୋରି ର ସୁଟିଂ ର କିଛି ଫଟୋ ଓ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ସନ୍ଦୀପ ଓ ସୁଶାନ୍ତ ସିଂ ରାଜପୁତ ଙ୍କ ସମେତ ଅନ୍ୟ କଳାକାର ଙ୍କୁ ମଧ୍ୟ ମସ୍ତି କରୁଥିବା ର ଦେଖିବାକୁ ମିଳିଛି ।

ଗତ ବର୍ଷ ୧୪ ଜୁନ ରେ ସୁଶାନ୍ତ ଙ୍କ ନିଧନ ହୋଇଥିଲା ଏବଂ ପ୍ରଥମେ ଏହାକୁ ସୁଇଇ -ସାଇଡ ବୋଲି କୁହାଯାଉଥିଲା କିନ୍ତୁ ସି.ବି.ଆଇ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ତଦାରଖ ଜାରି ରହିଛି । ଫିଲ୍ମ ସହିତ ସନ୍ଦୀପ ଙ୍କୁ ଅନେକ ବିଜ୍ଞାପନ ରେ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଅଭିନେତା ଙ୍କ ଏଭଳି ପଦକ୍ଷପ ବଲିଉଡ କୁ କେଉଁ ଦିଗ ଆଡ଼କୁ ନେଇ ଯାଉଛି ତାହା ଦେଖିବାର ଅଛି ।

ସନ୍ଦୀପ ଙ୍କ ନିଧନ ରେ ଶୋକ ପ୍ରକାଶ କରି ତାଙ୍କୁ ଫେସବୁକ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଛି ଏବଂ ଏହା ସହିତ ଇଂଷ୍ଟାଗ୍ରାମ ରେ ମଧ୍ୟ ଅଭିନେତା ସନ୍ଦୀପ ନାହାର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ମହାନ ଅଭିନେତା ଙ୍କ ନିଧନ ହୋଇଛି ସତ କିନ୍ତୁ ସେ ସବୁ ଦିନ ପାଇଁ ନିଜ ଅଭିନୟ ର ଛାପ ଦର୍ଶକ ମାନଙ୍କ ହୃଦୟ ରେ ଛାଡ଼ି ଚାଲି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *