ଦକ୍ଷିଣ ଭାରତୀୟ ସିନେମାର ଭଗବାନ ମାନୁଥିବା ଦିଗଜ ଅଭିନେତା ରଜନୀ କାନ୍ତଙ୍କର ଫ୍ୟାନ ଫଲ୍ଲୋୱିଙ୍ଗ ଦକ୍ଷିଣ ଭାରତରେ ନୁହେଁ ପୁରା ବିଶ୍ବରେ ଅଛନ୍ତି । ଦୁନିଆସାରା ଲୋକ ତାଙ୍କୁ ବହୁତ ଭଲ ପାଇଥାନ୍ତି । ଦକ୍ଷିଣ ଭାରତ ଫିଲ ଇଣ୍ଡଷ୍ଟ୍ରିଜ ସହିତ ସେ ହିନ୍ଦୀ ଫିଲ୍ମରେ ମଧ୍ୟ ବହୁତ ହିଟ ଦେଇଛନ୍ତି । ସେ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ଗୋଟେ ଅଲଗା ପରିଚୟ ବନାଇ ଛନ୍ତି । ଆସନ୍ତୁ ଜାଣିବା ଏହି ଦିଗଜ କଳାକାରଙ୍କ ସହିତ ଜଡିତ କିଛି ଖାସ କଥା । ରଜନୀ କାନ୍ତଙ୍କ ପ୍ରତି ଆଜି ମଧ୍ୟ ଲୋକଙ୍କ ଭିତରେ ଗଜବ ଭଲପାଇବା ରହିଛି ।
ରଜନୀ କାନ୍ତ ଆଜି 70 ବର୍ଷ ଅଟନ୍ତି । ୧୨ ଡିସେମ୍ବର ୧୯୫୦ ରେ ରଜନି କାନ୍ତ ମରାଠି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଏହି କଥାକୁ ବହୁତ କମ ଲୋକ ଜାଣିଛନ୍ତିକି ରଜନୀ କାନ୍ତ ଅସଲ ନାମ ଶିବାଜି ରାଓ ଗାୟକ୍ୱାଡ ଅଟେ । ପରେ ସେ ତାଙ୍କ ନାମ ରଜନୀ କାନ୍ତ ରଖିଥିଲେ । ରଜନୀ କାନ୍ତ ଫିଲ୍ମ ଦୁନିଆରେ କ୍ରାନ୍ତି ଜନ୍ମାଇ ଥିଲେ, କିନ୍ତୁ ଫିଲ୍ମ ଦୁନିଆକୁ ଯିବା ପୂର୍ବରୁ ତାଙ୍କର ଜୀବନ ବହୁତ କଷ୍ଟରେ ବିତୁଥିଲା ।
ରଜନୀ କାନ୍ତ ଗୋଟିଏ ମଧ୍ୟ ବର୍ଗ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ପରିବାରର ସ୍ଥିତି କିଛି ଠିକ ନଥିଲା । ଏମିତିରେ ସେ ମଧ୍ୟ କୁଲି କାମ କରୁଥିଲେ । କୁଲି ଚାକିରି ଛାଡିଲା ପରେ ରଜନୀ କାନ୍ତ ବସ କଣ୍ଡକ୍ଟର ଭାବରେ କାମ କରୁଥିଲେ । ଏହି ସମୟରେ ତାଙ୍କର ଜଣେ ସାଙ୍ଗ ତାଙ୍କୁ କାରିୟର କୁ ଠିକ ରାସ୍ତା ଦେଖାଇଥିଲେ । ରଜନୀ କାନ୍ତଙ୍କ ସାଙ୍ଗ ତାଙ୍କ ଭିତରେ କଳାକାର ରୂପ ଦେଖି ତାଙ୍କୁ ୧୯୭୪ ରେ ମାଡ୍ରାସ ଫିଲ୍ମ ଇନଷ୍ଟିଟୁଟ ଦାଖିଲ କରିବାରେ ବହୁତ ସାହାର୍ଯ୍ୟ କରିଥିଲେ ।
ଏଠାରେ କାଲାକାର ଭଲସେ ଶିଖିବା ସହିତ ରଜନୀକାନ୍ତ ତାମିଲ ଭାଷାର ଜ୍ଞାନ ମଧ୍ୟ ପ୍ରାପ୍ତ କରିଥିଲେ । ଏହା ସହିତ ସେହି ସମୟରେ ତାଙ୍କର ଅସଲି ନାମ ବଦଳି ଥିଲା । ଫିଲ୍ମରେ ଏଣ୍ଟ୍ରି ପାଇଁ ସେ ନାମ ବଦଳାଇ ଥିଲେ । ୧୯୭୫ ରେ ଆରମ୍ଭ ହୋଇଥିଲା ଫିଲ୍ମ କାରିୟର …..ବର୍ଷ ୧୯୭୪ରେ ମାଡ୍ରାସ ଫିଲ୍ମ ଇନଷ୍ଟିଟୁଟରେ ଦାଖିଲ ହେବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା । ବର୍ଷ ୧୯୭୫ ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହୋଇଥିଲା । ତାଙ୍କର ପ୍ରଥମ ଫିଲ୍ମ ‘ଅପୂର୍ବ ରଙ୍ଗଲ ‘ ଆସିଥିଲା । କିନତି ଏହି ଫିଲ୍ମରେ ସେ ସହାୟକ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ସେ ନିଜ କାମ ଦ୍ଵାରା ଦର୍ଶକଙ୍କ ହୃଦୟ ଜିତ୍ୟ ଥିଲେ ।
ରଜନୀ କାନ୍ତ ତାମିଲ ସହିତ କନ୍ନଡ ଫିଲ୍ମରେ ମଧ୍ୟ କାମ କରିଥିଲେ । ଜଣେ ଅଭିନେତା ରୂପରେ ନିଜକୁ ପ୍ରମାଣିତ କରିଥିଲେ । ସେ ହିନ୍ଦୀ ଫିଲ୍ମରେ ମଧ୍ୟ ବହୁତ ଭଲ କମ କରିଥିଲେ ତାଙ୍କ ପାଖରେ ଫିଲ୍ମର ଲାଇନ ଲାଗିଥିଲା । ରଜନୀ କାନ୍ତ ୪୫ ବର୍ଷ ଲାମ୍ବା ଫିଲ୍ମ କାରିୟରରେ ‘ଦୋସ୍ତ ଦୁସ୍ମନ ‘, ବୁଲନ୍ଦ, ଗିରପ୍ତାର, ଇନ୍ସାନିୟତା କା ଦେବତା, ଫୁଲ ବନେ ଅଙ୍ଗାର, ଇନ୍ସାଫ କନ କରେଗା, ଖୁଁନ କା କର୍ଜ, ଚାଲ ବାଜ, ୨.୦ ଭଳି ବହୁତ ୟାଦଗାର ଓ ସଦା ବାହାର ଫିଲ୍ମରେ କାମ କରିଛନ୍ତି ।