ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବିଗତ କିଛି ଦିନ ହେବ ଓଲିଉଡ ର ଦୁଇ କଳାକାର ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ଯୋଡ଼ି ଅନେକ ଫିଲ୍ମ ରେ ଏକାଠି କାମ କରିଛନ୍ତି ଏବଂ ଏମାନଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି ମଧ୍ୟ । ଶେଷରେ ଏହି ଯୋଡ଼ି ବାସ୍ତବ ଜୀବନ ରେ ବିବାହ କରିଛନ୍ତି ଏବଂ ପରସ୍ପର ସହିତ ଏକାଠି ରହୁଛନ୍ତି ।
ତେବେ ବନ୍ଧୁଗଣ ବିବାହ ପରେ ଅଭିନେତା ସବ୍ୟସାଚୀ ନିଜ ପତ୍ନୀ ଅର୍ଚ୍ଚିତା ଙ୍କ ପାଇଁ ଏକ ଉପହାର ଆଣିଥିଲେ ଏବଂ ଭେଟ ସ୍ବରୂପ ପ୍ରଦାନ କରିଥିଲେ । ତେବେ ଆସନ୍ତୁ ଜାଣିବା ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ବିବାହ ପରେ କଣ ଉପହାର ପ୍ରଦାନ କରିଥିଲେ ।
ବନ୍ଧୁଗଣ ଅଭିନେତା ସବ୍ୟସାଚୀ ଭୁବନେଶ୍ୱର ରେ ସ୍ଥିତ ଏକ ଜ୍ୱେଲେରୀ ସପ୍ ର ଇନାଗୁରେସନ୍ ଫଁକ୍ସନ ରେ ଯୋଗ ଦେଇଥିଲେ । ଏହି ସପ୍ କୁ ଅଭିନେତା ସବ୍ୟସାଚୀ ଗେଷ୍ଟ ହିସାବରେ ଯାଇଥିଲେ ଏବଂ ସେହି ସପ୍ ର ଉଦଘାଟନ କରିଥିଲେ । ଭୁବନେଶ୍ୱର ର ଗୋଲ୍ଡ ଓ ଡାଇମଣ୍ଡ ଜ୍ୱେଲେରୀ ସପ୍ ରୁ ଅଭିନେତା ସବ୍ୟସାଚୀ ଙ୍କୁ ଏକ ନେକ୍ଲେସ ସେଟ କୁ କିଣିବାର ଦେଖିବାକୁ ମିଳିଛି ।
ଯାହା ଆପଣ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ । ଅଭିନେତା ସବ୍ୟସାଚୀ ଏହି ସବୁ ଫଟୋ କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ ମଧ୍ୟ କରିଥିଲେ ଏବଂ ଏହା ସହିତ ସେ ଭୁବନେଶ୍ୱର ରେ ଥିବା ଏହି ଜ୍ୱେଲେରୀ ସପ୍ ର ପ୍ରଶଂସା ମଧ୍ୟ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କରିଥିଲେ ।
ଏହି ଗୋଲ୍ଡ ନେକ୍ଳେସ ସେଟ କୁ ଅଭିନେତା ସବ୍ୟସାଚୀ ନିଜର ପତ୍ନୀ ଅର୍ଚ୍ଚିତା ଙ୍କ ପାଇଁ କିଣିଥିଲେ ଯାହା ବର୍ତ୍ତମାନ ସୋସିଆଲ ମିଡିଆ ରେ ଭରପୁର ମାତ୍ରାରେ ଭାଇରଲ ହେଉଛି । ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ସବ୍ୟସାଚୀ ଏବଂ ଅର୍ଚ୍ଚତା ଙ୍କୁ ଅନେକ ଫିଲ୍ମ ରେ ଏକାଠି ଅଭିନୟ କରିବାର ଦେଖିଥିବେ ଏବଂ ତାଙ୍କର ସୁନ୍ଦର ଯୋଡ଼ି ହୁଏତ ଆପଣଙ୍କୁ ମଧ୍ୟ ପସନ୍ଦ ଆସିଥିବ ।
ବର୍ତ୍ତମାନ ସମୟରେ ଏହି ଯୋଡ଼ି ଙ୍କ ବିବାହ ଓ ବିବାହ ସମ୍ବନ୍ଧୀୟ ଅନେକ ଘଟଣା ସୋସିଆଲ ମିଡିଆ ରେ ପ୍ରଚୁର ମାତ୍ରାରେ ସେୟାର କରା ଯାଉଛି ଏବଂ ସମସ୍ତ ଫଟୋ ଓ ଭିଡିଓ ଭାଇରାଲ ମଧ୍ୟ ହେଉଛି । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।