ଜୀବନରେ ଭଲ ସମୟ ଆସିବା ପୂର୍ବରୁ କି କି ସଙ୍କେତ ମିଳିଥାଏ ?

ବନ୍ଧୁଗଣ ମନୁଷ୍ୟ ନିଜ ବ୍ୟକ୍ତିଗତ ଜୀବନରେ ଭଲ ସମୟ ଏବଂ ଖରାପ ସମୟ ଦେଇ ଗତି କରିଥାଏ । ବନ୍ଧୁଗଣ ଭଲ ସମୟ ଆସିବାର କିଛି ସଙ୍କେତ ମାନ ପ୍ରକୃତିରୁ ମିଳିଥାଏ । ଆସନ୍ତୁ ଏବେ ଜାଣିବା ସେହି ସଙ୍କେତ ବିଷୟରେ ।

୧- ଯଦି ଆପଣ ସକାଳୁ ସକାଳୁ ବାହାରକୁ କେଉଁଠାକୁ ଏକ ମହତ କାର୍ଯ୍ୟ ନିମନ୍ତେ ଯାଉଛନ୍ତି ଏବଂ ଆପଣ ବୁଢିଆଣୀ ଜାଲ ବୁଣୁଥିବାର ନଜର କୁ ଆସିଥାଏ ତେବେ, ଆପଣ ଯେଉଁ କାର୍ଯ୍ୟ ନିମନ୍ତେ ଯାଉଛନ୍ତି ତାହା ସଫଳ ହେବାର ଆଶଙ୍କା ବହୁତ ମାତ୍ରାରେ ରହିଅଛି ।

୨- ଆପଣ ଘରୁ ବାହାରୁଥିବା ସମୟରେ ଯଦି ଏକ ପକ୍ଷୀ ଆପଣଙ୍କ ସାମ୍ନାକୁ ଆସି ସ୍ତିର ଭାବରେ ବସିଯାଏ ତେବେ ଏହା ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଙ୍କେତ ଦେଇଥାଏ ।

୩- ଯଦି କୌଣସି କାର୍ଯ୍ୟରେ ଆପଣ ବାହାରକୁ ଯାଉଛନ୍ତି, ବାହାରକୁ ଯିବା ସମୟରେ କୌଣସି ଗାଈ ଅଥବା ନଡିଆ କୁ ଯଦି ଦେଖନ୍ତି ତେବେ ଏହା ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଙ୍କେତ ଦେଇଥାଏ ।

୪- ସାଧାରଣ ତ ଛିଙ୍କ ଆସିଲେ ଆମେ କହିଥାଉ ଯେ ଭଲ ନୁହେଁ, ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି ସକାଳୁ ଜଳଖିଆ କରିବା ସମୟରେ ଛିଙ୍କ ଆସିଥାଏ ତେବେ ତାହା ଆପଣଙ୍କର ହେବାକୁ ଯାଉଥିବା ମହତ କାର୍ଯ୍ୟରେ ସଫଳତା ଅଥବା ଆପଣଙ୍କୁ କୌଣସି ଶୁଭ ଖବର ମିଳିବାର ସଙ୍କେତ ଦେଇଥାଏ ।

୫- ଯଦି ଆପଣ ରାତିରେ ଶୋଇଲାବେଳେ ସ୍ଵୋଛ ପାଣିର ସଙ୍କେତ ଦେଖନ୍ତି ତେବେ ଏହା ଧନଲାଭ ହେବାର ସଙ୍କେତ ଦେଇଥାଏ ।

୬- ଯଦି ଆପଣ ପିନ୍ଧୁଥିବା ବସ୍ତ୍ରରୁ ପଇସା ତଳେ ପଡିଥାଏ ତେବେ ଏହା ଧନଲାଭ ର ସଙ୍କେତ ଦେଇଥାଏ ।

୭- ଯଦି ଆପଣ ପୂଜା କରୁଥିବା ସମୟରେ ଠାକୁରଙ୍କ ପାଖରେ ଅର୍ପିତ ହୋଇଥିବା ଫୁଲ ତଳେ ପଡିଯାଏ , ତେବେ ଆପଣଙ୍କ ମନୋସ୍କାମନା ପୂରଣ ହେବାର ସଙ୍କେତ ଦେଇଥାଏ ।

୮- ଯଦି ଆପଣ ବାହାଘର ପ୍ରସ୍ତାବ ଦେଖିବା ପାଇଁ ବାହାରକୁ ଯାଉଛନ୍ତି, ଏବଂ ହଟାତ ଜେନ ମହିଳା ଲାଲ ରଙ୍ଗର ଶାଢୀ ପରିଧାନ କରିଥିବାର ଦ୍ରୁଶ୍ଯ ଆପଣ ଦେଖନ୍ତି ତେବେ ତାହା ଆପଣଙ୍କ ପାଇଁ ଉତ୍ତମ ଜୀବନ ସାଥି ମିଳିବାର ସଙ୍କେତ ଦେଇଥାଏ ।

୯- ଯଦି ଆପଣ ରାସ୍ତାରେ ଯିବା ସମୟରେ ପଇସା ପାଆନ୍ତି ତେବେ ଏହା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବାର ସଙ୍କେତ ଦେଇଥାଏ ।

୧୦- ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି, ବାଟରେ ଯିବା ସମୟରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲିଯିବାର ମାନେ ପଡେ, ତେବେ ଆପଣଙ୍କର ଖରାପ ସମୟ ଟଳି ଯିବାର ସଙ୍କେତ ମିଳେ ।

୧୧- ରାସ୍ତାରେ ଯିବା ସମୟରେ କୌଣସି ଏକ ଫୁଲ ପଡିଥିବାର ପାଆନ୍ତି, ତେବେ ଏହା ଆପଣଙ୍କର ଭଲ ସମୟ ଆସିଥିବାର ସଙ୍କେତ ଦେଇଥାଏ ।

୧୨- ସକାଳୁ ଉଠିବା ସମୟରେ ଯଦି ଆପଣ କ୍ଷୀର ଅଥବା କ୍ଷୀର ଜାତୀୟ ପଦାର୍ଥ ଦେଖନ୍ତି ତେବେ, ଏହା ଆପଣଙ୍କ ଦିନଟି ଶୁଭ ହେବାର ସଙ୍କେତ ଦେଇଥାଏ ।

୧୩- ବନ୍ଧୁଗଣ ଯଦି ଆପଣଙ୍କ ଶରୀରର ଡାହାଣ ପାଟରେ କମ୍ପନ ସୃଷ୍ଟି ହୁଏ, ତେବେ ଏହା ଆପଣଙ୍କ ସୁଖ ସମୃଦ୍ଧି ବୃଦ୍ଧି ହେବାର ସଙ୍କେତ ଦେଇଥାଏ । ବନ୍ଧୁଗଣ ଏହାଥିଲା କିଛି ମହତ୍ଵପୂର୍ଣ୍ଣ ସଙ୍କେତର ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *