ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଯୋଡ଼ି ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଯୋଡ଼ି ବିଗତ କିଛି ଦିନ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଯୋଡ଼ି ରାଜସ୍ଥାନ ରେ ବିବାହ କରିଥିଲେ । ତାଙ୍କ ବିବାହ ଉତ୍ସବ ରେ ଦୁହିଙ୍କ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ରହି ହିନ୍ଦୁ ଧର୍ମର ରୀତିନୀତି ରେ ବିବାହ ପୁର୍ଣ୍ଣ କରିଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ନିଜ ବାହାଘର ରେ ଅଭିନେତ୍ରୀ ଅର୍ଚ୍ଚତା କିପରି ଭାବରେ ସଜ ହୋଇଥିଲେ ।
ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଦୀର୍ଘ ୫ ବର୍ଷ ଧରି ଅର୍ଚ୍ଚିତା ଏବଂ ସବ୍ୟସାଚୀ ରିଲେସନ ରେ ଥିଲେ । ଏକାଠି ଫିଲ୍ମ ରେ କାମ କରିବା ଦ୍ୱାରା ଏହି ଯୋଡ଼ି ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ଯୋଡ଼ି ଙ୍କ ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ ମଧ୍ୟ ହୋଇଛି । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଯୋଡ଼ି ବିଗତ ୨୦୨୦ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଏହି ଯୋଡ଼ି ଙ୍କ ବିବାହ ହୋଇପାରି ନଥିଲା । ତେଣୁ ଚଳିତ ବର୍ଷ ଏହି ଯୋଡି ଙ୍କ ବିବାହ ରାଜସ୍ଥାନ ରେ ହୋଇଥିଲା ।
ଏହି ଯୋଡ଼ି ରାଜସ୍ଥାନ ରେ ବିବାହ ପରେ ୪ ଦିନ ପରେ ଓଡ଼ିଶା ଫେରିଥିଲେ ଏବଂ ପରେ ଭୁବନେଶ୍ୱର ର ଏକ ତାରକା ହୋଟେଲ ରେ ନିଜର ବିବାହ ପାର୍ଟ ର ଦେଇଥିଲେ । ଏହି ପାର୍ଟି ରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ କଳାକାର ଯୋଗ ମଧ୍ୟ ଦେଇଥିଲେ । ଏହି ରିସେପ୍ସନ ପାର୍ଟି ରେ ଅଭିନେତ୍ରୀ ଅର୍ଚ୍ଚିତା ଖୁବ ସୁନ୍ଦର ଦେଖା ଯାଉଥିଲେ । ସବ୍ୟସାଚୀ ଏବଂ ଅର୍ଚ୍ଚତା ଙ୍କ ଯୋଡ଼ି ଏକାଠି ଖୁବ ସୁନ୍ଦର ଦେଖା ଯାଉଥିଲା ।
ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ଆଗାମୀ ଦିନ ରେ ଏକ ନୂତନ ଫିଲ୍ମ ର ଆଗମନ ହେବାକୁ ଯାଉଛି । ଯାହାର ସୁଟିଂ ଖୁବ ଶୀଘ୍ର କରାଯିବ । ଏହି ଫିଲ୍ମ ର ଅପେକ୍ଷା ରେ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଫାନ୍ସ ମାନେ ଅଛନ୍ତି । ବିବାହ ପରେ ଏହି ଫିଲ୍ମ ର ସୁଟିଂ ପରେ ଏହା ଖୁବ ଶୀଘ୍ର ରିଲିଜ୍ ହେବ ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ନବ ବିବାହିତା ଦମ୍ପତ୍ତି ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।