ବନ୍ଧୁଗଣ ବଲିଉଡ ର ଅଭିନେତା “ଗୋବିନ୍ଦା” ଙ୍କୁ କିଏ ବା ନ ଜାଣେ । ଦର୍ଶକ ମାନେ ତାଙ୍କୁ ବହୁତ ଭଲପାଇବା ସହିତ ତାଙ୍କ ପ୍ରତି ତାଙ୍କର ସ୍ନେହ ତଥା ମାନ ସନମାନ ପ୍ରଚୁର ପରିମାଣରେ ରହିଅଛି । ବନ୍ଧୁଗଣ “ଗୋବିନ୍ଦା” ବହୁତ କମ ସମୟରୁ ନିଜର କାରିୟର ର ଶୁଭାରାମ୍ଭ କରିଥିଲେ । ସେ ଗୋଟିଏ ପରେ ଗୋଟିଏ ଉନ୍ନତ ମାନର ଚଳଚ୍ଚିତ୍ର କରି ଦର୍ଶକ ମାନଙ୍କୁ ଚକିତ କରିଦେଇଥିଲେ । ବନ୍ଧୁଗଣ ଖୁବ ସମୟରେ ସେ ବହୁତ ଉନ୍ନତି ଆଡକୁ ଗତି କରିଥିଲେ । ତାଙ୍କର ଅନେକ ପପୁଲାର ଚଳଚିତ୍ର ମଧ୍ୟ ରହିଅଛି ।
ସେ ଏକ ଏଭଳି ଭଲ ମଣିଷ ଅଟନ୍ତି ଯାହାଙ୍କ ବିଷୟରେ ଆମ୍ଭେ ସଙ୍ଖେପ୍ତରେ ବର୍ଣ୍ଣନା କରିପାରିବା ନାହିଁ । ବନ୍ଧୁଗଣ ସେ ଯେଉନଭଳି ଭାବରେ ଅଭିନୟ କରି ସାରା ଦୁନିଆରେ ପ୍ରସିଦ୍ଧ ହୋଇଛନ୍ତି ସେହିଭଳି ତାଙ୍କର ହୃଦୟ ମଧ୍ୟ ସ୍ଵୋଛ ଏବଂ ନିର୍ମଳ ଅଟେ । ସେଥିପାଇଁ ତ ଆଜିଭଳି ଦିନରେ ତାଙ୍କର ଅତ୍ଯାଧିକ ପ୍ରଶଂସକ ରହିଛନ୍ତି । ବନ୍ଧୁଗଣ ସେ ନାନା ପ୍ରକାରର ଯୋଜନା ମାଧ୍ୟମରେ ଗରିବ ଦୁଖୀ ଲୋକଙ୍କୁ ମଧ୍ୟ ସାହାଜ୍ଯ କରିଆସିଛନ୍ତି । ତାଙ୍କର ଏହି ମହତ କାର୍ଯ୍ୟରେ ତାଙ୍କ ଧର୍ମ ପତ୍ନୀ ମଧ୍ୟ ବହୁତ ସାହାଯ୍ୟ କରିଥାନ୍ତି ।
ମିଡିଆରୁ ଖବର ମିଳିଛି ଯେ, “ଗୋବିନ୍ଦା” ଏବଂ ତାଙ୍କ ପତ୍ନୀ “ସୁନିତା” ଓଡିଶାର ପ୍ରସିଦ୍ଧ ତୀର୍ଥ ସ୍ଥାନ ପୁରୀଧାମ କୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ନିମନ୍ତେ ଆସିଥିଲେ । ବନ୍ଧୁଗଣ ସେ ମିଡିଆ ଭାଇ ମାନଙ୍କ ସମ୍ମୁଖରେ କହିଥିଲେ ଯେ, ହଟାତ ଦିନେ ରାତିରେ ପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ସ୍ଵୋପ୍ନାଦେଶ ହୋଇଥିଲା । ସେ ବହୁତ କିଛି ଅନୁଭବ କରି ଓଡିଶା କୁ ଜଗତର ନାଥ ଜଗନ୍ନାଥ ଙ୍କ ପାଖକୁ ଦର୍ଶନ ନିମନ୍ତେ ଆସିଥିଲେ । ଦର୍ଶକବନ୍ଧୁ ଜଗନ୍ନାଥ ଧାମ କୁ ଆସି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁଣ ଗାରିମା ଗାନ କରିଥିଲେ ।
ଏହା ବ୍ଯତୀତ ସେ ଭାବୁକ ହୋଇ କହିଥିଲେ ଯେ, ତାଙ୍କ ଜୀବନ ସାର୍ଥକ ହୋଇଗଲା ଯେ ସେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ଵୋପ୍ନାଦେଶ ପାଇ ପୁରୀକୁ ଦର୍ଶନ ନିମନ୍ତେ ଧାଇଁ ଆସିଲେ । ସେ ଏହା ମଧ୍ୟ ଭାବୁକ ହୋଇ ମିଡିଆ ଭାଇ ମାନଙ୍କ ସମୁଖରେ ପ୍ରକାଶ କରିଛନ୍ତି ଯେ, ତାଙ୍କ ଜୀବନରେ ଅନେକ ବାଧା ବିଘ୍ନ ଆସିଛି, ମାତ୍ର ସେ ସବୁ ଭଗବାନ ଙ୍କ ଆଶୀର୍ବାଦରୁ ସମାପ୍ତ ମଧ୍ୟ ହୋଇଛି । ସେ ଯେତେ ଦୁଖରେ ରହିଲେ ମଧ୍ୟ କେବେ ହାର ମାନି ନାହାନ୍ତି । କାରଣ ତାଙ୍କ ଉପରେ ଭଗବାଙ୍କ ଆଶୀର୍ବାଦ ର ହାତ ସଦାସର୍ବଦା ରହି ଆସିଛି ବୋଲି ସେ ପ୍ରକାଶ କରିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଆପଣାର ଲୋକେ ମଧ୍ୟ ତାଙ୍କ ଶତ୍ରୁ ହୋଇ ତାଙ୍କ ହାତ ଛାଡି ଦେଇଥିଲେ ଅନେକ ଦୁଖ କଷ୍ଟ ରେ ଗତି କରିବା ପରେ ସେ ଆଜି ଏହି ସ୍ଥାନରେ ପହଞ୍ଚିପାରିଛନ୍ତି । ଏହାର ଶ୍ରେୟ ସେ ଭଗବାନଙ୍କୁ ଦେଇଛନ୍ତି । ଶେଷରେ ସେ କହିଲେ ଯେ, ପ୍ରଭୁ ଜଗନ୍ନାଥ ସଦାସର୍ବଦା ଆପଣଙ୍କ ହାତ ଆମ୍ଭ ମାନଙ୍କ ମସ୍ତକ ଉପରେ ରହିଥାଉ । ଆପଣଙ୍କ ଦର୍ଶନ ପାଇ ମନକୁ ବହୁତ ସାନ୍ତ୍ଵନା ମିଳୁଅଛି । ବନ୍ଧୁଗଣ ଏହାଥିଲା ପ୍ରସିଦ୍ଧ କଳାକାର “ଗୋବିନ୍ଦା” ଙ୍କ ପୁରୀ ଅଭିଯାନ ସମ୍ବନ୍ଧରେ ଗୋଟିଏ ଛୋଟ ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।