ଜମା କରନ୍ତୁ ୨ ଟଙ୍କା ଆଉ ପାଆନ୍ତୁ ଟଙ୍କା ୩୬,୦୦୦ ଫେରସ୍ତ, କେମିତି ଜାଣନ୍ତୁ

ଆଜିକା ସମୟରେ ଧନ ରୋଜଗାର କରିବା ବହୁତ ବଡ ସମସ୍ଯା ଅଟେ ତେବେ ମଣିଷ ଯାହା କାମ ପାଉଛି ତାହା କରୁଛି କାହିଁକିନା ବର୍ତମାନ କାମ କମ ଆଉ କରିବା ଲୋକ ଅଧିକ ଅଛନ୍ତି । ବର୍ତମାନ ମଧ୍ୟ ବହୁତ ଲୋକ ଅଛନ୍ତି ଯିଏ କାମ ପାଉ ନାହାନ୍ତି ଆଉ ଏହି କାରଣରୁ ତାଙ୍କ ଘର ପରିବାରକୁ ଖାଇବାକୁ ମିଳୁ ନାହିଁ । ବହୁତ ଲୋକ ଦରିଦ୍ର ଅଛନ୍ତି ଆଉ ତାଙ୍କ ବିଷୟରେ ସରକାର କିଛି ଯୋଜନା ବହୁତ ସମୟ ହେଲା ବାହାର କରୁ ନଥିଲେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସ୍କିମ ବିଷୟରେ କହିବାକୁ ଯାଉଛୁ ।

ଯାହା ବହୁତ କମ ଲୋକେ ଜାଣିଛନ୍ତି ଆଉ ଏହି ସ୍କିମ ଦ୍ଵାରା ଆପଣଙ୍କ ବୁଢା ବୟସରେ ଆପଣଙ୍କୁ କାହା ଆଗରେ ହାତ ପତାଇ ଭିକ ମାଗିବାକୁ ପଡିବ ନାହିଁ । ସରକାର ଦ୍ଵାରା କରା ଯାଇଥିବା ଏହି ସ୍କିମ ଅନୁଯାଇ ଏହି ଯୋଜନାରେ ଭାଗ ନବାକୁ ହେଲେ ଆପଣଙ୍କୁ ମାସିକ ୧୫ହଜାର ଠାରୁ କମ ଆଯ କରୁଥିବା ବ୍ୟକ୍ତି ହେବେ । ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ମଣିଷ ପାଖରେ କିଛି ଭଲ କାମ ମଧ୍ୟ ଆସିଥାଏ ଏହି ସ୍କିମ ଦରିଦ୍ର ଗରିବ ଲୋକଙ୍କ ପାଇଁ ବହୁତ ବଡ ସୁଖ ଖବର ଅଟେ । ଯେଉଁ ଲୋକ ମାନେ ଡ୍ରାଇଭର, ସ୍କ୍ୟୁରୀଟି ଭଳି କମ ଦରମା କାମ କରୁଛନ୍ତି ଏହି ସ୍କିମ ତାଙ୍କ ପାଇଁ ଅଟେ ।

ଏହି ସ୍କିମ ପାଇଁ ଆପଣଙ୍କୁ ୧୮ ବର୍ଷ ଠାରୁ ଅଧିକ ଆଉ ୬୦ ବର୍ଷରୁ କମ ହବା ଆବଶ୍ୟକ ଅଟେ । ଆପଣଙ୍କୁ ସରକାର ଯୋଜନା କେନ୍ଦ୍ରରେ ଯାଇ ରେଜିଷ୍ଟ୍ରେଶନ କରିବାକୁ ହବ ତାହା ପାଇଁ ଆପଣଙ୍କୁ କେବଳ ଆଧାର କାର୍ଡ ଆବଶ୍ୟକ ଅଟେ । ଆପଣଙ୍କୁ ନିଜ ଆଧାର କାର୍ଡ ନେଇ ଯୋଜନା କେନ୍ଦ୍ରକୁ ଯିବାକୁ ହବ ତାହା ପରେ ଆପଣଙ୍କ ରେଜିଷ୍ଟ୍ରେଶନ ପରେ ଆପଣଙ୍କୁ ସେଠାରେ ପ୍ରଧାନ ମନ୍ତ୍ରୀ ଶ୍ରମ ଯୋଗୀ କାର୍ଡ ଦିଆ ଜୀବ ଯାହା ପରେ ଯଦି ଆପଣଙ୍କ ବୟସ ୧୮ରୁ ୪୦ବର୍ଷ ଅଟେ ତେବେ ଆପଣଙ୍କୁ ସବୁ ମାସରେ ଠାରେ ୫୫ଟଙ୍କା ଜମା କରିବାକୁ ହବ ।

ଆଉ ଯଦି ଆପଣ ୪୦ ବର୍ଷ ରୁ ୫୦ ବର୍ଷ ମଧ୍ୟରେ ଅଛନ୍ତି ତେବେ ଆପଣଙ୍କୁ ମାସକୁ ୧୦୦ଟଙ୍କା ଜମା କରିବାକୁ ହବ ଏହା ପରେ ଯଦି ଆପଣ ୫୦ ଉପରକୁ ଅଛନ୍ତି ତେବେ ଆପଣଙ୍କୁ ୨୦୦ଟଙ୍କା ମାସକୁ ଜମା କରିବାକୁ ହବ । ଏହା ପରେ ଯେତେବେଳେ ଆପଣ ୬୦ ବର୍ଷରୁ ଉର୍ଦ୍ଧ ହୋଇଯିବେ ସେତେବେଳେ ଏହି ଟଙ୍କା ଆପଣଙ୍କୁ ପେନସନ ଭାବରେ ପ୍ରତି ମାସକୁ ୩୦୦୦ଟଙ୍କା ମିଳିବ ଯାହା ପରେ ଆପଣଙ୍କ ଜୀବନ ସରଲ ହୋଇଯିବ ।

Leave a Reply

Your email address will not be published. Required fields are marked *