ଗର୍ଭବତୀଙ୍କୁ ବଞ୍ଚାଇଦେଲେ ଲେଡି କନେଷ୍ଟବଳ, ଟ୍ରାଫିକ ପୋଷ୍ଟରେ ହିଁ କରାଇଲେ ପ୍ରସବ

ଆଜିକା ସମୟରେ ଆପଣ ମାନେ ମଣିଷ ମଣିଷକୁ ମା-ରିବାର ଦେଖଉଛନ୍ତି କିନ୍ତୁ ବର୍ତମାନ ମଧ୍ୟ ଏମିତି ମଣିଷ ଅଛନ୍ତି ଯାହାର କାହା ସହ କିଛି ସମ୍ପର୍କ ନଥାଇ ମଧ୍ୟ ସେ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ପାଇଁ ଆଗେଇ ଯାଉଛନ୍ତି । କଣ ଆପଣ ମାନେ ଆଜିକା ସମୟରେ ଏହା ଦେଖୁ ନାହାନ୍ତି ଯେ ମଣିଷ ଧନ ପାଇଁ ନିଜ ଲୋକଙ୍କୁ ବି ମା-ରିବା ଆଗରୁ କିଛି ଭାବୁ ନାହାନ୍ତି । ଆପଣ ମାନେ ଖବର କାଗଜରେ ସବୁବେଳେ କିଛି ନା କିଛି ଲୋକଙ୍କ ବିଷୟରେ ପଢିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜେନ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ କଥା ନଭାବୀ ଭଲ କାମ କରିଛନ୍ତି ।

ଭଦ୍ରକ ଜିଲା ବମ୍ପ ଛକ ଆପଣ ମାନେ ଶୁଣିବାକୁ ପାଇଥିବେ ଏହି ଛକରେ ସାବିତ୍ରୀ ନାୟକ ନାମକ ଜଣେ ମହିଳା ଟ୍ରାଫିକ ପୋଲିସ କାମ କରନ୍ତି ଦିନେ ସେ କାମକୁ ଆସିଲା ବେଳେ ଦେଖିବାକୁ ପାଇଲେ ଯେ କିଛି ଲୋକ ଛକ ସାଇଡରେ ଭିଡ କରିଛନ୍ତି ସେହି ଭିଡରୁ କିଛି ଲୋକ ସବିତ୍ରୀଙ୍କ ପାଖକୁ ଧାଇଁ ଆସିଲେ ଆଉ କହିଲେ ଶେଠୀ ଜଣେ ମହିଳା ଛୁଆକୁ ପ୍ରସବ କରୁଛି । ଏହି କଥା ସୂନୀ ସାବିତ୍ରୀ ସେହି ଜାଗାକୁ ଯାଇ ପହଞ୍ଚିଲେ ଓ ଆମ୍ବୁଳାଂଶକୁ ତୁରନ୍ତ ଫୋନ କରି ଡକାଇଲେ ।

ଆମ୍ବୁଲେନ୍ସ ଆସିବା ଭିତରେ ସାବିତ୍ରୀ ସେହି ଆଦିବାସୀ ମହିଳାଙ୍କ ପ୍ରସବ କରିବାରେ ସାହାଜ୍ଯ କଲେ ଆମ୍ବୁଳାଂଶ ଆସିବା ପରେ ସେ ମହିଳାଙ୍କ ପରିବାର ସହ ହସ୍ପିଟଲ ଯାଇ ତାଙ୍କ ଏଡ୍ମିସନ କରାଇ ନିଜ କାମକୁ ଫେରି ଆସିଥିଲେ । ତେବେ ଡକ୍ଟର କହିବା ଅନୁଯାଇ ସଠିକ ସମୟରେ ଆସିବା ଦ୍ଵାରା ଛୁଆ ଆଉ ମା ଦୁହିଙ୍କ ଜୀବନ ବଞ୍ଚି ଯାଇଛି । ତେବେ ଏହା ବହୁତ ବଡ କଥା ଅଟେ ଯେ ସାବିତ୍ରୀ ଗୋଟେ ନୁହଁ ଦୁଇଟି ଜୀବନ ଆଜି ବଞ୍ଚାଇଛନ୍ତି ଆଉ ଏହା ପାଇଁ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ସେତେ କମ ଅଛି ।

କଥା ବର୍ତା ଦ୍ଵାରା ଏହା ଜଣା ପଡିଛି ଯେ ହସ୍ପିଟଲରୁ ମହିଳାଙ୍କ ପରିବାର ତାଙ୍କୁ ପୂଜା ପାଇଁ ଆଣିଥିଲେ ଯାହା ପାଇଁ ନର୍ସ ତାଙ୍କୁ ମନା ମଧ୍ୟ କରିଥିଲେ କିନ୍ତୁ ପୂଜା କରି ହସ୍ପିଟଲ ଫେରିବା ରାସ୍ତାରେ ଏହି ଭଳି ଅସୁବିଧା ହେଲା ଆଉ ପ୍ରସବ ରାସ୍ତାରେ କରିବାକୁ ପଡିଥିଲା, ତେବେ ଏହି ଭଳି ସମସ୍ୟା ସମୟରେ ସାବିତ୍ରୀ ସେହି ଆଦିବାସୀ ପରିବାର ସାହାଜ୍ଯ କରିଥିଲେ ।

Leave a Reply

Your email address will not be published. Required fields are marked *