କରୋନା ରୋଗୀର କରୁଥିଲେ ଅନ୍ତିମ ସଂସ୍କାର, ହଟାତ ହେଲା କିଛି ଏମିତି କି…

ବନ୍ଧୁଗଣ, ସବୁଦିନ ଲୋକେ ଲକ୍ଷାଧିକ ମାତ୍ରାରେ କୋରୋନା ଭାଇରସ ଦ୍ଵାରା ସଂକ୍ରମିତ ହେଉଛନ୍ତି । ଏହି ବିପଦପୂର୍ଣ୍ଣ ପରିସ୍ଥିତିରେ ଲୋକ ମାନଙ୍କୁ ଜୀବନ ଦାନ ଦେବାକୁ ଯାଉଥିବା ସଞ୍ଜିବନୀ ସାଦୃଶ୍ୟ ଭ୍ୟାକ୍ସିନ ଦେବା ଅଭିଯାନ ମଧ୍ୟ ଆରମ୍ଭ ହୋଇସାରିଲାଣି । ବନ୍ଧୁଗଣ ଏହି ଅଭିଯାନ ଦ୍ଵାରା ବର୍ତ୍ତମାନ ସମଗ୍ର ଦେଶରେ ୧୧.୭୦ କରୋଡ ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଇ ସାରିଲାଣି । କିନ୍ତୁ ଏହାପରେ ମଧ୍ୟ କୋରୋନା ମହାମାରୀ କମିବା ବଦଳରେ ଅଧିକ ଧୃତ ଗତିରେ ବଢିବାକୁ ଲାଗିଅଛି ।

ବନ୍ଧୁଗଣ କେବଳ ଏତିକି ନୁହେଁ ଏହି ମହାମାରୀ ରେ ଲୋକ ମାନଙ୍କର ଜୀବନ ହରାଇବା ସଂଖ୍ୟା ମଧ୍ୟ ଅନ୍ୟ ବ୍ୟକ୍ତି ମାନଙ୍କୁ ଭୟାଭୀତ କରାଉଛି । ବନ୍ଧୁଗଣ ସବୁଠାରୁ ବଡ ସମସ୍ଯା ଯେ, ଲୋକଙ୍କର ଜୀବନ ଚାଲିଯିବା ବେଳେ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ଜାଗା ମଧ୍ୟ ମିଳୁ ନାହିଁ ।

ମାତ୍ର ଯେଉଁଠାରେ ଜାଗା ମିଳୁଅଛି ସେଠାରେ ମଧ୍ୟ ଲମ୍ବା ଲାଇନ ଲାଗି ରହୁଛି । ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କ ପାଇଁ ଏଭଳି ଏକ ଘଟଣା ନେଇ ଆସିଛୁ ଯାହା ଉତ୍ତର ପ୍ରଦେଶ ର ଅଟେ । ଆସନ୍ତୁ ଜାଣିବା ସେଠାରେ ଏମିତି କେଉଁ ଘଟଣା ହୋଇଥିଲା ଯାହାକୁ ଆମ୍ଭେ ଆଜି ଜଣାଇବାକୁ ଯାଉଛୁ ।

ବନ୍ଧୁଗଣ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ରେ ଗୋଟିଏ ପରିବାର ର ସଦସ୍ୟ ଙ୍କୁ ନିଜ ସମ୍ପର୍କୀୟ ଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଜାଗା ମିଳିଲା ନାହିଁ । ସେମାନେ ପ୍ଲାଷ୍ଟିକ ଛପର ହୋଇଥିବା ଏକ ଜାଗାରେ ଅଗ୍ନି ଜଳାଇ ଅନ୍ତିମ ସଂସ୍କାର କରିଲେ । ଅଗ୍ନି ଲଗାଇଲା ବେଳକୁ ତାହାର ପ୍ରଖୋର ଏତେ ମାତ୍ରାରେ ହୋଇଗାଲା ଯେ, ସମଗ୍ର ପ୍ଲାଷ୍ଟିକସିଟ ଜଳିବାକୁ ଲାଗିଲା । ବନ୍ଧୁଗଣ ଏହି ଘଟଣା ଗୁରୁବାର ଦିନର ଅଟେ ।

ବନ୍ଧୁଗଣ ଦାହ ସଂସ୍କାର ପାଇଁ ଜାଗା ନ ମିଳିବାରୁ ଲୋକଙ୍କ ଆରାମ ପାଇଁ ବସିଥିବା ବରଣ୍ଡା ଭଳି ଜାଗାରେ ପରିବାର ବର୍ଗ ଦାହ ସଂସ୍କାର କରିଦେଲେ । ମାତ୍ର ଯଦି ସେହି ଅଗ୍ନି ସେଠାରେ ଥିବା କାଠ ମଧ୍ୟରେ ଲାଗିଥାନ୍ତା ତେବେ, ଏକ ବଡ ଧରଣର ଦୁର୍ଘଟଣା ହୋଇଥାନ୍ତା । ଦର୍ଶକବନ୍ଧୁ ଏକା ପୂର୍ବରୁ ମଧ୍ୟ ଭେଶାକୁଣ୍ଡ ର ସ-ମ-ସା-ନ ଘାଟରେ ଏକା ସହିତ ଅନେକ ଦାହ ସଂସ୍କାର କରାଯାଉଥିଲା । ଏହାପରେ ସେଠାକାର ନଗର ନିଗମ ବାହାରୁ ଚାରିପଟେ ଏକ ପାଚେରି ବନାଇ ଦେଇଥିଲେ, ଯାହା ଫଳରେ ସେହି ଘାଟରେ ହେଉଥିବା କୌଣସି ଘଟଣା ଯେପରି ଦେଖାଯିବ ନାହିଁ । ମାତ୍ର ସେ ସମସ୍ତ ପ୍ରଚେଷ୍ଠା କାହା ପାଖରୁ ଲୁଚି ରହିପାରିଲା ନାହିଁ ।

ଏହି ଘଟଣା ସଂପୂର୍ଣ୍ଣ ଦେଶ ରେ ଭାଇରାଲ ହୋଇଗଲା ଏହା ଫଳରେ ଲୋକ ମାନଙ୍କ ମଧ୍ୟରେ ଆହୁରି ଅଧିକ ଭୟ ଉତ୍ପନ ହୋଇଗଲା । ବନ୍ଧୁଗଣ ଗୁରୁବାର ଦିନ ଲକ୍ଷ୍ନୌ ରେ ସମୁଦାୟ ୫୧୮୩ ନୂଆ ମାମଲା ସାମ୍ନା କୁ ଆସିଥିଲା । ସେଥି ମଧ୍ୟରୁ ୨୬ ଜଣଙ୍କର ଜୀବନ ଯାଇଥିଲା । ବନ୍ଧୁଗଣ କରୋନା ବର୍ତ୍ତମାନ ଉଗ୍ର ରୂପ ଧାରଣ କରିସାରିଲାଣି ବେଳ ଥାଉ ଥାଉ ସତର୍କ ନହେଲେ, ବହୁତ ବଡ ବିପତ୍ତି ଆମ୍ଭ ଆଡକୁ ମାଡି ଆସିବ । ବନ୍ଧୁଗଣ ଆପଣଙ୍କର ଏହି ପ୍ରସଙ୍ଗ କୁ ନେଇ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *