ବ୍ୟାଙ୍କ ଆରମ୍ଭ କରିଲା ଏକ ନୂଆ ସୁବିଧା, ଘରେ ବସି କରି ପାରିବେ ନିଜର ସବୁ ବ୍ୟାଙ୍କ କାମ

ଭାରତ ସରକାର ଦେଶରେ କରୋନା ସ୍ଥିତିକୁ କାବୁ କରିବା ପାଇଁ ପ୍ରାୟତଃ ସବୁ ସ୍ଥାନରେ ଲକଡାଉନ ଓ ସଟଡାଉନ ଭଲି କଡା ପଦକ୍ଷେପ ନେଇଛନ୍ତି । ଏମିତିରେ ଲକଡାଉନ ଓ ସଟଡାଉନ କାରଣରୁ ବିଭିନ୍ନ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଅନ୍ୟ ପଟେ କୁହାଯାଉଛି କି କରୋନାକୁ ରୋକିବା ପାଇଁ ଲକଡାଉନ ଓ ସଟଡାଉନ ହିଁ ଏକମାତ୍ର ବିକଳ୍ପ ଅଟେ । କିନ୍ତୁ ଏହି କାରଣରୁ ସମସ୍ତ ପ୍ରକାରର କାମ ଗୁଡିକ ବନ୍ଦ ହୋଇ ଯାଉଛି ।

ଏମିତିରେ ଯଦି ବ୍ୟାଙ୍କ ସହ ଜଡିତ କାମ ବିଷୟରେ କହିବା ତେବେ ତାହା ବି ବନ୍ଦ ହୋଇଯାଇଛି । କେତେକ ସ୍ଥାନରେ ବ୍ୟାଙ୍କ ଖୋଲା ଅଛି ତ କେତେକ ସ୍ଥାନରେ ବ୍ୟାଙ୍କ ବନ୍ଦ ଅଛି । ଏମିତିରେ କେତେକ ଲୋକମାନେ ନିଜର ବ୍ୟାଙ୍କ କାମ ଗୁଡିକ କରି ପାରୁ ନାହାନ୍ତି ।

ଲୋକମାନଙ୍କର ଏହି ସମସ୍ତ ଅସୁବିଧାକୁ ଦେଖି ବ୍ୟାଙ୍କ ତରଫରୁ ଏକ ସୁବିଧା ଆରମ୍ଭ କରାଯାଇଛି । କହିବାକୁ ଗଲେ ଏହି ସୁବିଧା ଅନୁସାରେ ଆପଣ ଘରେ ବସି ଭିଡିଓ କଳ ମାଧ୍ୟମରେ ନିଜର ବ୍ୟାଙ୍କ ଖାତା ଖୋଲି ପାରିବେ । KYC ଭିଡିଓ କଳ ମାଧ୍ୟମରେ ଆପଣ ଏହି ସୁବିଧା ନେଇ ପାରିବେ । କେତେକ ବ୍ୟାଙ୍କ ନିଜର ଗ୍ରାହକମାନଙ୍କର ସୁରକ୍ଷାକୁ ଆଖି ଆଗରେ ରଖିବା ସହିତ ଗ୍ରାହକମାନେ କିପରି ଘରେ ବସି ବ୍ୟାଙ୍କ ସହ ଜଡିତ ନିଜର ସମସ୍ତ କାମ ସହଜ ଓ ସୁବିଧାରେ କରି ପାରିବେ ସେଥିପାଇଁ ଏହିଭଳି ପଦକ୍ଷେପ ନେଇଛନ୍ତି ।

କେବଳ ବ୍ୟାଙ୍କରେ ନୂଆ ଖାତା ଖୋଲିବା କାମ ନୁହେଁ ଆପଣ ଏହି ଭିଡିଓ କଳ ମାଧ୍ୟମରେ ବ୍ୟାଙ୍କ ସହ ଜଡିତ ଅନ୍ୟ ସମସ୍ତ କାମ ବି କରି ପାରିବେ । କହିବାକୁ ଗଲେ ଯଦି ଆପଣ ନୂଆ ଆକାଉଣ୍ଟ ଖୋଲିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ କୌଣସି ବି ବ୍ୟାଙ୍କ ଯିବାକୁ ପଡିଥାଏ । ସେଠି ଫର୍ମ ପୂରଣ କରିବା ପରେ ବ୍ୟାଙ୍କ କର୍ମଚାରୀ ଆପଣଙ୍କର ଆକାଉଣ୍ଟ ଖୋଳୁଥିଲା । ଏହା ସହିତ ବ୍ୟାଙ୍କରେ ଆପଣଙ୍କୁ ବିଭିନ୍ନ ପ୍ରକାରର ଡକୁମେନ୍ଟ ବି ଦେବାକୁ ପଡୁଥିଲା ।

କିନ୍ତୁ ବର୍ତ୍ତମାନ ଏହାକୁ ଆହୁରି ସୁବିଧା ଓ ସୁରକ୍ଷା କରିବା ପାଇଁ ବ୍ୟାଙ୍କ KYC ଭିଡିଓ କଳ ଆରମ୍ଭ କରିଛି । ଏହା ଦ୍ଵାରା ଆପଣ ଘରେ ବସି ବ୍ୟାଙ୍କରେ ଖାତା ଖୋଲି ପାରିବେ । କିନ୍ତୁ ଘରେ ବସି ବ୍ୟାଙ୍କ ଖାତା ଖୋଲିବା ପାଇଁ ଆପଣଙ୍କୁ ୪ ଟି ପ୍ରଣାଳୀ ଦେଇ ଯିବାକୁ ପଡିବ । ପ୍ରଥମେ ଆପଣ ବ୍ୟାଙ୍କ କର୍ମଚାରୀ ପାଖରେ ଭିଡିଓ କଳ କରି ନିଜର ଆଧାର ଓ ପ୍ୟାନ କାର୍ଡକୁ ଯାଞ୍ଚ କରିବାକୁ ପଡିବ । ଦ୍ଵିତୀୟରେ ଆପଣ ନିଜର ସମସ୍ତ ବିବରଣୀ ପୂରଣ କରି ବ୍ୟାଙ୍କ କର୍ମଚାରୀଙ୍କୁ ଦେବାକୁ ପଡିବ ।

ତୃତୀୟରେ ଆପଣ ଭିଡିଓ କଳ ମାଧ୍ୟମରେ KYC ଚେକ କରିବାକୁ ପଡିବ । ଅର୍ଥାତ ବ୍ୟାଙ୍କ କର୍ମଚାରୀ ଆପଣଙ୍କର ସମସ୍ତ କାଗଜପତ୍ରକୁ ଚେକ କରିବ । ଏହା ପରେ ଆପଣଙ୍କୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାର ସର୍ବନିମ୍ନ ଚାର୍ଜ ଦେବାକୁ ପଡିବ । ଯାହାକୁ ଆପଣଙ୍କୁ ଅନ୍ଲାଇନରେ ଦେବାକୁ ପଡିବ । ଏହା ପରେ ଆପଣ ଆକାଉଣ୍ଟ ବ୍ୟାଙ୍କରେ ଖୋଲିଯିବ । ଏହିଭଲି ସମସ୍ତ ପ୍ରକାରର କାମ ଆପଣ ଘରେ ବସି ଭିଡିଓ କଲ ମାଧ୍ୟମରେ କରି ପାରିବେ ।

ଆଗକୁ ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *