ଏହି ଚନ୍ଦ୍ର ଗ୍ରହଣରେ ବର୍ବାଦ ହୋଇ ପାରନ୍ତି ଏହି ୪ ଟି ରାଶି- Jyotisha Shastra

ଗ୍ରହଣ ଲାଗିବା ଗୋଟିଏ ଖୌଗଳୀୟ ଘଟଣା ହୋଇଥାଏ । ସୂର୍ଯ୍ୟ, ଚନ୍ଦ୍ରମା ଓ ପୃଥିବୀ ଯେତେବେଳେ ଗୋଟିଏ ଲାଇନରେ ଆସି ଯାଆନ୍ତି ଓ ଚନ୍ଦ୍ରମା ଯେତେବେଳେ ପୃଥିବୀର ଛାୟାରେ ଆସିଯାଏ ସେହି ସମୟରେ ହିଁ ଚନ୍ଦ୍ର ଗ୍ରହଣ ଲାଗିଥାଏ ।

ଚନ୍ଦ୍ର ଗ୍ରହଣ ସବୁବେଳେ ପୁର୍ଣିମା ତିଥିରେ ହିଁ ଲାଗିଥାଏ । ବର୍ଷ ୨୦୨୧ର ପ୍ରଥମ ଚନ୍ଦ୍ର ଗ୍ରହଣ ୨୬ ମେକୁ ଲାଗିବାକୁ ଯାଉଛି । କହିବାକୁ ଗଲେ ଗ୍ରହଣ ଲାଗିବା ଦ୍ଵାରା ରାଶି ଉପରେ ବି ଏହାର ପ୍ରଭାବ ପଡିଥାଏ । ଏଥରର ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ଅଟେ । ସେଥିପାଇଁ ଏହି ଚନ୍ଦ୍ର ଗ୍ରହଣରେ କୌଣସି ବି ସୁତକ କାଳ ମାନିବା ଜରୁରୀ ନୁହେଁ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିମାନଙ୍କ ଉପରେ ଏହାର ଅଶୁଭ ପ୍ରଭାବ ପଡିପାରେ । ସେଥିପାଇଁ ଏହି ରାଶିର ଲୋକମାନଙ୍କୁ ସତର୍କ ରହିବା ଉଚିତ । ଆସନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣ ଦ୍ଵାରା କେଉଁ ସମସ୍ତ ରାଶି ଉପରେ ଏହାର ଅଶୁଭ ପ୍ରଭାବ ପଡିବ ।

ଭାରତରେ ଏହି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୨୬ ମେରେ ଦ୍ଵିପହର ୨.୧୭ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୭.୧୯ରେ ସମାପ୍ତ ହେବ । ଭାରତୀୟ ସମୟ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ଦିନରେ ଲାଗିବ । ଯେଉଁ କାରଣରୁ ଏହି ଚନ୍ଦ୍ର ଗ୍ରହଣ ଭାରତରେ ସବୁ ସ୍ଥାନରେ ଦେଖାଯିବ ନାହିଁ । ତେବେ ଚାଳନ୍ତୁ ଜାଣିବା ସେହି ୪ ଟି ରାଶି ବିଷୟରେ ଯେଉଁମାନେ ଏହି ଚନ୍ଦ୍ର ଗ୍ରହଣ କାରଣରୁ ବର୍ବାଦ ହୋଇ ପାରନ୍ତି ।

ବିଚ୍ଛା ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଚ୍ଛା ରାଶି ଉପରେ ଏହି ଚନ୍ଦ୍ର ଗ୍ରହଣର ଅଶୁଭ ପ୍ରଭାବ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ କାମରେ ବାଧା ଆସିପାରେ । କ୍ୟାରିୟରରେ ସମସ୍ୟା ଆସିପାରେ । ମାତା ପିତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଏହା ଛଡା ବିଚ୍ଛା ରାଶିର ବ୍ୟକ୍ତିମାନେ ବାଦ ବିବାଦରେ ସାମ୍ନା କରି ପାରନ୍ତି । ସେଥିପାଇଁ ବିବାଦ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ ରାଶି

ଚନ୍ଦ୍ର ଗ୍ରହଣର ଅଶୁଭ ପ୍ରଭାବ କାରଣରୁ ମିଥୁନ ରାଶିର ଜାତକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହି ସମୟରେ ମାନସିକ ଚିନ୍ତାର ବି ସାମ୍ନା କରିବାକୁ ପଡିପାରେ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ବାଦ ବିବାଦର ସାମ୍ନା କରିବାକୁ ପଡିପାରେ । ଛୋଟ ଭାଇ ଭଉଣୀଙ୍କ ସହ ବ୍ୟବହାର କରିବା ସମୟରେ ସତର୍କତା ରଖନ୍ତୁ । ନଚେତ ସମ୍ବନ୍ଧ ଖରାପ ହୋଇପାରେ ।

ସିଂହ ରାଶି

ଏହି ସମୟରେ ସିଂହ ରାଶିର ଜାତକଙ୍କୁ ନିଜର ପ୍ରେମ ସମ୍ବନ୍ଧକୁ ନେଇ ସାବଧାନ ରହିବା ଉଚିତ । ଚନ୍ଦ୍ର ଗ୍ରହଣର ଖରାପ ପ୍ରଭାବ କାରଣରୁ ମାତା ପିତାଙ୍କ ସହ ବି ସମ୍ବନ୍ଧ ଖରାପ ହୋଇପାରେ । କୌଣସି ମାମଲାକୁ ନେଇ ପରିବାରରେ ଅସନ୍ତୋଷ ସୃଷ୍ଟି ହୋଇପାରେ ।

କୁମ୍ଭ ରାଶି

କୁମ୍ଭ ରାଶିଙ୍କ ଉପରେ ଚନ୍ଦ୍ର ଗ୍ରହଣର ଅଶୁଭ ପ୍ରଭାବ କାରଣରୁ ଏମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମୁଣ୍ଡ ବ୍ୟଥା ହୋଇପାରେ । ଗାଡି ଚାଲୁଥିବା ସମୟରେ ସାବଧାନ ରୁହନ୍ତୁ । ସବୁ କାର୍ଯ୍ୟ ଭାବି ଚିନ୍ତି କରନ୍ତୁ । ବ୍ୟବସାୟରେ ହାନିର ସାମ୍ନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *