କହିବାକୁ ଗଲେ ଗୋଟିଏ ପ୍ଳେନରେ ଯଦି କୌଣସି ଅସୁବିଧା ହୁଏ ତେବେ ସେ ନିକଟବର୍ତ୍ତୀ ଏୟାର ପୋର୍ଟରେ ଲ୍ୟାଣ୍ଡ କରି ପାରିବ । ଯଦି ପ୍ଳେନରେ କେହି ଅସୁସ୍ଥ ଅଛନ୍ତି କିମ୍ବା କୌଣସି ଯାନ୍ତ୍ରିକ ତ୍ରୁଟି ଦେଖା ଦେଉଛି ତେବେ ପାୟଲଟ ଏହିଭଳି ସ୍ଥିତିରେ ପ୍ଳେନକୁ ଜରୁରୀକାଳୀନ ରୂପରେ କୌଣସି ବି ଏୟାରପୋର୍ଟରେ ଲ୍ୟାଣ୍ଡ କରି ପାରିବ । ଏହିଭଳି କିଛି ଘଟଣା ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାର ପୋର୍ଟରେ ଦେଖିବାକୁ ମିଳିଛି ।
ଯେଉଁଠି ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବା କାରଣରୁ ପ୍ଳେନକୁ ସଙ୍ଗେ ସଙ୍ଗେ ଅବତରଣ କରାଯାଇଛି । ଗତକାଲି କଲିକତାରୁ ହାଇଦ୍ରାବାଦ ଯାଉଥିବା ଇନ୍ଡିଗୋ ପ୍ଳେନ ଭୁବନେଶ୍ବରର ଏୟାର ପୋର୍ଟରେ ଜରୁରୀକାଳୀନ ଅବତରଣ କରିଥିଲା ।
ପ୍ଳେନରେ ଥିବା ଜୟବ୍ରଦ ଘୋଷ ନାମକ ଜଣେ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଗଲା । କିନ୍ତୁ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମିଳିଥିବା ସୂଚନା ଅନୁସାରେ ତାଙ୍କ ଘର ଆସାମର ଶିଲଚର ଟାଉନରେ । ବୋଲି କୁହାଯାଉଛି । ଜୟବ୍ରଦ ଘୋଷଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହେବା କାରଣରୁ ପରିବାର ଲୋକମାନେ ତାଙ୍କର ଚିକିତ୍ସା କରିବା ପାଇଁ ହାଇଦ୍ରାବାଦ ନେଇ ଯାଉ ଥିଲେ ।
କିନ୍ତୁ ଆସାମରୁ ହାଇଦ୍ରାବାଦ ପାଇଁ କୌଣସି ବିମାନ ନ ଥିବା କାରଣରୁ ପରିବାର ଲୋକମାନେ ଜୟବ୍ରଦ ଘୋଷଙ୍କୁ ପ୍ରଥମେ ଆସମାରୁ କଲିକତା ଆସିଥିଲେ ଓ କଲିକତାରୁ ହାଇଦ୍ରାବାଦ ଯାଉଥିଲେ । କିନ୍ତୁ ପ୍ଳେନ ମଧ୍ୟରେ ଜୟବ୍ରଦ ଘୋଷଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହେବା କାରଣରୁ ଜରୁରୀକାଳୀନ ରୂପରେ ପ୍ଳେନକୁ ଭୁବନେଶ୍ଵର ବିମାନ ବନ୍ଦରରେ ଅବତରଣ କରାଗଲା ।
ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲ ନିଆଗଲା । ଆସାମର ଏକ ପ୍ରାଇବେଟ ହସ୍ପିଟାଲରେ ଜୟବ୍ରଦ ଘୋଷ ଚିକିତ୍ସିତ ହେଉ ଥିଲେ । କିନ୍ତୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆସାମର ଏକ ହସ୍ପିଟାଲକୁ ନିଆ ଯାଉ ଥିଲା ।
ଜୟବ୍ରଦ ଘୋଷଙ୍କ ପତ୍ନୀ ଓ ପରିବାର ଲୋକମାନଙ୍କ କହିବା ଅଟେ କି ପ୍ଳେନରେ ଅଚାନକ ଜୟବ୍ରଦ ଘୋଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ପ୍ଳେନରେ ତିନି ଜଣ ଡାକ୍ତର ତାଙ୍କ ପାଖକୁ ଆସିଲେ ଓ ସେମାନେ ବହୁତ କିଛି କରିଲେ ।
ସେମାନେ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କର ହାର୍ଟ ବିଟ କମ ହୋଇ ଆସୁ ଥିଲା । ଏମିତିରେ ସେମାନେ କହିଲେ କି ଆମକୁ ବର୍ତ୍ତମାନ ସଙ୍ଗେ ସଙ୍ଗେ ଲ୍ୟାଣ୍ଡ କରିବାକୁ ପଡିବ । ତାଙ୍କର ପତ୍ନୀ କହିଲେ କି ଆପଣଙ୍କୁ ଯାହା ଠିକ ଲାଗୁଛି ତାହା କରନ୍ତୁ । ପ୍ଳେନ ଲ୍ୟାଣ୍ଡ ହେଲା ଓ ଆମ୍ବୁଲାନ୍ସରେ ମୁଁ ମୋର ସ୍ଵାମୀଙ୍କୁ ନେଇ ଯାଉ ଥିଲେ ସେହି ସମୟରେ ହିଁ ଆମେ ଜାଣି ସାରିଥିଲି ମୋ ସ୍ଵାମୀ ଆଉ ନାହାନ୍ତି ।