ଆଜି ଠାରୁ ରବି ଚଳିଲେ ସିଂହ ରାଶିକୁ ଏହି 5ଟି ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି…

ବନ୍ଧୁଗଣ ହିନ୍ଧୁ ଧର୍ମ ମାନ୍ୟତା ଅନୁଯାୟୀ ପୃଥିବୀ ପୃଷ୍ଠ ରେ ସୂର୍ଯ୍ୟଙ୍କ ବ୍ଯତୀତ କୌଣସି ବି ଜୀବଜନ୍ତୁଙ୍କର ଅସ୍ତିତ୍ଵ ସମ୍ଭବ ବି ନୁହେଁ । ଏହାଙ୍କ ଠାରେ ଏପରି ଅପାର ଶକ୍ତି ରହିଛି ଯାହା ଦ୍ଵାରା ଅନ୍ୟ ଗ୍ରହ ମାନେ ଚଳାୟମାନ ହୋଇଥାନ୍ତି । ବୈଦିକ ଜ୍ଯୋତିଷରେ ସୂର୍ଯ୍ୟ ଙ୍କୁ ସଫଳତା ପ୍ରଦାନକାରୀ, ରାଜପଦ ଓ ଗୌରବ ଦେବା ଭଳି ଓ ବିଭିନ୍ନ ସ୍ଥାନ ରେ ଉଚ୍ଚ ପଦ କାରକ ବିଚାର କରା ଯାଇଥାଏ । ଆଜି ହେଉଛି ସିଂହ ସଙ୍କ୍ରାନ୍ତି ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଆଜି ଠାରୁ କିଛି ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଏବେ ସିଂହ ରାଶିରେ ସୂର୍ଯ୍ୟ ଗୋଚର କରି ସାରିଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମେଷ ରାଶି : ସୂର୍ଯ୍ୟଙ୍କ ଗୋଚରରେ ଗଭୀର ପ୍ରଭାବ ପଡିବାର ଅଛି । ଏହି ସମୟରେ ଆପଣଙ୍କୁ ସରକାରୀ କାର୍ଯ୍ୟରେ ଲାଭ ମିଳିବାର ପ୍ରବଳ ସମ୍ଭାବନା ଅଛି । ସ୍ଵଭାବରେ ଅତିରିକ୍ତ ଊର୍ଜାର ପ୍ରଭାବ ରହିବ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ମିଳିବ । ଅଟକିଥିବା କାମ ପୂରଣ ହେବ । ଦାମ୍ପତ୍ୟ ଜୀବନ ମଧୁମୟ ହେବ ।

ବୃଷ ରାଶି ; ସୂର୍ଯ୍ୟ ଆପଣଙ୍କ ରାଶିରେ 12ତମ ଭାବେ ଚଳନ କରିବେ । ଯେଉଁ କାରଣରୁ ଆପଣଙ୍କର ବିଦେଶ ଯାତ୍ରା କରିବାର ଯୋଗ ଅଛି । ଯେଉଁ ମାନେ ବିଦେଶରେ ଅଛନ୍ତି କ୍ଯାରିୟର କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ । ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ଆପଣଙ୍କୁ ସାବଧାନ ରହିବାର ଅଛି । ଏଥିପାଇଁ ଖାଦ୍ୟପେୟ ଉପରେ ବିଶେଷ ଦ୍ରୁଷ୍ଟି ଦେବାର ଅଛି ।

ମିଥୁନ ରାଶି : ସୂର୍ଯ୍ୟ ଆପଣଙ୍କ ରାଶିରେ 11ତମ ଭାବେ ଚଳନ କରିବେ । ଏହି ସମୟରେ ଆୟରେ ବୃଦ୍ଧି ହୋଇପାରେ । ସମାଜ ରେ ଖ୍ଯାତି ବଢିବ । ଅଚାନକ ଧନ ଲାଭର ଯୋଗ ଅଛି । ଅଟକିଥିବା ଟଙ୍କା ଆପଣ ଫେରି ପାଇବେ । ବିଦ୍ୟାର୍ଥୀ ପରୀକ୍ଷା ରେ କୃତକାର୍ଜ୍ୟ ହେବେ । ଯେଉଁ ବି କାମ ଆରମ୍ଭ କରିବେ ସେଥିରେ ସଫଳ ହେବେ ।

କର୍କଟ ରାଶି : ଯଦି ଆପଣଙ୍କ ରାଶିରେ ସୂର୍ଯ୍ୟଙ୍କର ଗୋଚରକୁ ଅବଲମ୍ବନ କରାଯାଏ ସୂର୍ଯ୍ୟ ଆପଣଙ୍କ ରାଶିରେ 10ମ ଭାବେ ଗୋଚର କରିବେ । ଯେଉଁ କାରଣରୁ ଏହାର ଶୁଭ ଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ ପଦ ବୃଦ୍ଧି ହୋଇପାରେ । ସମାଜ ରେ ମାନ ସମାନ ବୃଦ୍ଧି ପାଇବ । ଯେଉଁ କାରଣରୁ ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ।

ସିଂହ ରାଶି : ସୂର୍ଯ୍ୟ ଆପଣଙ୍କ ରାଶିରେ ଚଳନ କରିବା କାରଣରୁ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଭାଗ୍ଯର ସହଯୋଗ ମିଳିବାରୁ ପରିସ୍ଥିତି ଆପଣଙ୍କର ଅନୁକୂଳ ହେବ । ଦୂର ଯାତ୍ରା ଆପଣଙ୍କ ପାଇଁ ଲାଭଜନକ ରହିବ । ସମାଜ ଆଗରେ ସକ୍ରିୟତା ବଢାଇବା ପାଇଁ ଆପଣ ଦାନ ଦକ୍ଷିଣା ଆଗରେ ରହି ପାରନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *