ଆଜିଠୁ ଶସ୍ତା ହେଲା Petrol ଓ Diesel, ଦେଖନ୍ତୁ କେତେ କମିଲା

ବନ୍ଧୁଗଣ ଦୀର୍ଘ ଦିନ ପରେ ଲୋକମାନେ ଆଶ୍ଵସ୍ତି ହେବେ । କାରଣ ଶସ୍ତା ହୋଇଛି ପେଟ୍ରୋଲ ଓ ଡିଜେଲ ଦର । କେନ୍ଦ୍ର ସରକାରଙ୍କ ନିସ୍ପତି ଅନୁଯାୟୀ ପେଟ୍ରୋଲ ଓ ଡିଜେଲ ଦର କମିଛି । ପେଟ୍ରୋଲ ଉପରୁ ଲିଟର ପିଛା ୮ଟଙ୍କା କମିଥିବା ବେଳେ ଡିଜେଲ ଉପରୁ ଲିଟର ପିଛା ୬ଟଙ୍କା କମିଛି । ଆଜି ସକାଳ ୬ଟା ରୁ ନୂଆ କର ଲାଗୁ ହୋଇଛି । ଫଳରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୫୦ ପଇସା ଓ ଡିଜେଲ ୭ଟଙ୍କା ଶସ୍ତା ହୋଇଛି । ଅନ୍ୟ ପାଖରେ ଉଜ୍ବଳ ଯୋଜନାରେ ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଟି ପାଇଁ ନିସ୍ପତି ହୋଇଛି ।

ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ମିଳିବ ସବସିଟି ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହାକୁ ନେଇ ମୋଦୀ ଟ୍ବିଟ କରି କହିଛନ୍ତି ଜନତାଙ୍କ ସେବା କରିବା ହେଉଛି ଆମର କାମ, ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବା ପରେ ଜନତା ମାନେ ଆଶ୍ଵସ୍ତି ହେବେ ।

ଏ ନେଇ ଲୋକ ମାନେ ମତ ଦେଇଛନ୍ତି କି ଯେଉଁ ହିସାବରେ ପେଟ୍ରୋଲ ଡିଜେଲ ଦର ବଢିଥିଲା ସେତିକି ଏବେ ଆଶ୍ବସ୍ତିକର ମିଳିଛି । କିନ୍ତୁ ଏବେ ବି ଯେଉଁ ଦର ରହିଛି ସେଥିରେ ଅସୁବିଧା ହେଉଛି । କିନ୍ତୁ ସରକାର ଯେଉଁ ଦର କମ କରିଛନ୍ତି ସେଥିରୁ କିଛି ପରିମାଣରେ ଆଶ୍ଵସ୍ତି ମିଳିଛି ।

ଯେପରି କେନ୍ଦ୍ର ସରକାର ଦର ହ୍ରାସ କରିଛନ୍ତି ଠିକ ସେମିତି ରାଜ୍ୟ ସରକାର ହ୍ରାସ କରିଲେ ଲୋକ ମାନେ ଆଶ୍ଵସ୍ତି ହେବେ ବୋଲି ଜନତା ମାନେ ମତଦାନ ଦେଇଛନ୍ତି । ଏମିତି ହେଲେ ରାଜ୍ୟବାସୀ ଆଶ୍ଵସ୍ତି ପାଇବେ । ରାଉରକେଲା ରେ ଆଜି ସକାଳୁ ପେଟ୍ରୋଲ ୧୦୪ ଟଙ୍କା ୨୯ ପଇସା ହୋଇଛି ।

ତେବେ ଏ ନେଇ ଲୋକ ମାନେ ମତ ଦେଇଛନ୍ତି କି ଯଦି ପେଟ୍ରୋଲ ଦର ଆଉ ଟିକେ କମ ହୋଇଥାନ୍ତା ତେବେ ବହୁତ ଭଲ ହୋଇଥାନ୍ତା । ଯାହା ପାଇଁ ଲୋକ ମାନଙ୍କର ନାହି ନ ଥିବା ଅସୁବିଧା ହେବେ ନାହି । ରାଉରକେଲା ଆରେ ଡିଜେଲ ଦର ୫୫ ଟଙ୍କା ୮୩ ପଇସା ରହିଛି । ଯଦି ଦର ଆଉ ଟିକେ ହ୍ରାସ ପାଇଥାନ୍ତା ତେବେ ଆଉ ଟିକେ ସୁବିଧା ହୋଇ ପାରନ୍ତା ।

ଯେତିକି ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇଛି ତାହା ମଧ୍ୟବିତ୍ତ ଶ୍ରେଣୀ ର ଲୋକ ଙ୍କ ପାଇଁ ବହୁତ ବଡ ହୋଇ ଯାଉଛି ବୋଲି ଜନତା ମାନେ ମତ ଦେଇଛନ୍ତି । ତେବେ ଦିନକୁ ଦିନ ଯେପରି ଭାବେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି ଟହକଉ ନେଇ ସାଧାରଣ ଜନତା ମାନେ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି ।

ଯଦିଓ କିଛି ପରିମାଣରେ ଏହା ହ୍ରାସ ପାଇଛି ତେବେ ଲୋକଙ୍କ ମନରେ ଅଳ୍ପ କିଛି ହେଉ ବି ଆଶ୍ଵସ୍ତି ଆସିଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *