ଆମେରିକା ଡଲାର ମାଳ ପିନ୍ଧି ବାହାଘର ପାଇଁ ପହଞ୍ଚିଲେ ବର, ଦେଖିବା ପାଇଁ ମଣ୍ଡପ ରେ ଲୋକଙ୍କର ହେଲା ଭିଡ

ବାହାଘର ସମସ୍ତଙ୍କ ପାଇଁ ବହୁତ ବଡ ଦିନ ହୋଇଥାଏ, ବର କନ୍ୟା ପାଇଁ ନୂଆ ଜୀବନ ଆରମ୍ଭ ହୋଇଥାଏ । ଲୋକ ବାହାଘର ମନେ ରଖିବା ପାଇଁ ବହୁତ ପ୍ରକାର ନୂଆ ନୂଆ ଅଲଗା କାମ କରନ୍ତି ଯାହା ଦ୍ଵାରା ତାଙ୍କ ବାହାଘର ସମସ୍ତଙ୍କୁ ମନେ ରହୁ । ଏମିତି ଗୋଟେ ଘଟଣା ଉତ୍ତର ପ୍ରଦେଶ ରେ ହୋଇଛି ସେଠିକା ର ଗୋଟେ ବର ଏମିତି କିଛି କରିଛନ୍ତି ଯାହା ପରେ ଲୋକ ତାଙ୍କୁ ଦେଖିବା ପାଇଁ ଭିଡ କରିଦେଲେ ।

ଆମେରିକା ଡଲର ମାଳ ପିନ୍ଧି ଆସିଥିଲେ ବର ବାହାଘର ପରେ ନିଜ କନ୍ୟା ନେଇଗଲେ, ଲୋକଙ୍କ ଭିଡ ଲାଗିଥିଲା କେବଳ ବରକୁ ଦେଖିବା ପାଇଁ ।

ଉତ୍ତର ପ୍ରଦେଶ ରେ ଶାମଲୀ ଜନପଦ ର ଝିଂଝାନା ରେ ନିକାହ (ବାହାଘର) କରିବା ପାଇଁ ବର ପହଞ୍ଚିଲେ ଓ ତାଙ୍କୁ ଦେଖି ଅନ୍ୟ ଲୋକ ଆଶ୍ଚର୍ଯ୍ୟ ହୋଇ ଗଲେ, ବର ବେକ ରେ ଭାରତୀୟ ନୋଟ ମାଳ ନଥିଲା ତେବେ ବର ବେକ ରେ ଆମେରିକା ଡଲର ମାଳ ଥିଲା ଯାହା ସମସ୍ତଙ୍କୁ ଆକର୍ଷିତ କରୁଥିଲା ଓ ଚର୍ଚା ବିଷୟ ହୋଇଥିଲା । ଝିଂଝାନା ନଗର ପଞ୍ଚାୟତ ସଭାସଦ କାମିଲ କୁରେଶୀ ଦୁଇ ଝିଅଙ୍କ ବିବାହ ଗତ ଗୁରୁବାର ଦିନ ବେଙ୍କଟ ହଲ ରେ ହୋଇଥିଲା ।

ଦୁଇ ଝିଅଙ୍କ ବରଯାତ୍ରୀ କାନ୍ଧଲା ଓ କେରାନା ରୁ ଆସିଥିଲା, କାନ୍ଧଲା ନିବାଶି ବର ଯେତେବେଳେ ଝିଂଝାନା ପହଞ୍ଚିଲେ ତାଙ୍କ ବେକ ରେ ଆମେରିକା ଡଲର ଥିଲା ଯାହା ସମସ୍ତଙ୍କୁ ଆକର୍ଷିତ କରିବା ଆରମ୍ଭ କଲା । ଏହା ପରେ ଡଲର ମାଳ ଦେଖିବା ପାଇଁ ଲୋକଙ୍କ ଭିଡ ଆରମ୍ଭ ହେଲା, ଏହି କଥା ପୁରା ଜାଗା ରେ ଚର୍ଚା ବିଷୟ ହୋଇ ଯାଇଥିଲା । ଏହି ବର ନା ମହମ୍ମଦ ଶାଦାବ ଥିଲା ଯିଏ ବୁଶରା ପରବୀନ ସହ ବିବାହ କରିଥିଲେ ଓ ଅନ୍ୟ ବର ନା ଶୋଏବ ଥିଲା ଯିଏ କେରାନା ନିବାଶିଥିଲେ ସେ ୟାସ୍ମିନ ସହ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *