ଜାଣନ୍ତୁ ଡାଇବେଟିସ ସହିତ ଯୋଡି ହୋଇଥିବା ଆସୁବିଧାର ୫ଟି ଆରମ୍ଭ ଲକ୍ଷଣ, ଯାହାକୁ ଲୋକମାନେ ଅଣଦେଖା କରିଦିଅନ୍ତି

ଡାୟବେଟିସ ଯାହାକୁ ସାଧାରଣ ଭାବେ ସୁଗାର ର ରୋଗ ବି କୁହାଯାଇଥାଏ । ଡାଇବେଟିସ ବହୁତ ଘାତକ ହୋଇଥାଏ ,ଏଥିରେ ଶରୀରର ସବୁ ଅଙ୍ଗକୁ ଧୀରେ ଧୀରେ ନଷ୍ଟ କରିବାର କ୍ଷମତା ଥାଏ । ଏହି ରୋଗରେ ରକ୍ତରେ ସୁଗାରର ମାତ୍ର ବଢିବାରୁ ଶରୀରର ଅଙ୍ଗକୁ କାମ କରିବାରେ ଅସୁବିଧା ହୋଇଥାଏ । ଭାରତରେ ବହୁତ ଲୋକ ଏହି ରୋଗରେ ପୀଡିତ ଅଛନ୍ତି । ଏମିତିରେ ଜରୁରୀ ହୋଇଥାଏ କି ରୋଗର ଲକ୍ଷଣକୁ ଜାଣି ଏହାକୁ ବଢିବାରୁ ରୋକାଯାଇ ପାରିବ ।

ଏଥିପାଇଁ ଆଜି ଆମେ ଆପଣଙ୍କୁ ଡାଇବେଟିସର ଆରମ୍ଭର ଲକ୍ଷଣ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହି ଲକ୍ଷଣ ବିଷୟରେ ।

ଡାଇବେଟିସ ଆରମ୍ଭର ଲକ୍ଷଣ

ଶରୀର ଉପରେ ଚିହ୍ନ

ଯେଉଁ ଲୋକଙ୍କୁ ପ୍ରି ଡାଇବେଟିସ ହୋଇଥାଏ ,ତାଙ୍କୁ ଚେହେରା ସମ୍ବନ୍ଧିତ ଅସୁବିଧା ବି ହୋଇପାରେ । ଏହି ପ୍ରକାର ସମସ୍ୟାରେ ଶରୀରର ବିଭିନ୍ନ ଅଙ୍ଗରେ ଚେହେରା ଉଆପରେ କଳା ଦାଗ ପଡିଯାଇଥାଏ । ସାଧାରଣ ଭାବରେ ଏହା ବେକ ପଛପଟେ ଏବଂ ଜଙ୍ଘରେ ଦେଖା ଯାଇଥାଏ ।

ସବୁ ସମୟରେ ଥକି ଯିବା

ସାରା ଦିନରେ ଅଳ୍ପ କାମ କରିବା ପରେ ଥକା ଲାଗିଥାଏ ,ରାତିରେ 8 ଘଣ୍ଟା ଶୋଇବା ପରେ ବି ନିଦ ପୁରା ହୋଇନଥାଏ ତାହେଲେ ଡାଇବେଟିସ ହେବାର ସମ୍ଭାବନା ଥାଏ । ଯଦି ଆପଣ ସବୁବେଳେ ଥକା ଅନୁଭବ କରୁଥିବେ ,ତାହେଲେ ଠାରେ ଆପଣଙ୍କ ରକ୍ତରେ ସୁଗାର ସ୍ତରକୁ ପରୀକ୍ଷା କରନ୍ତୁ ।

ଚିଡଚିଡା ଲାଗିବା

ସ୍ଵଭାବରେ ହଠାତ ଚିଡଚିଡା ଲାଇବା ଆରମ୍ଭ ହୋଇଥାଏ ,ତାହେଲେ ଏହା ଡାଇବେଟିସର ଲକ୍ଷଣ ହେଇପାରେ । ଅମିତିରେ ମଣିଷର କୌଣସି କାମରେ ମନ ଲାଗିନଥାଏ ।

ସବୁବେଳେ ପରିସ୍ରା ଲାଗିବା

ସବୁବେଳେ ପରିସ୍ରା ଲାଗିବା ବି ଡାଇବେଟିସ ର ଆରମ୍ଭର ଲକ୍ଷଣ ହୋଇଥାଏ । ।ଯଦି ଆପଣଙ୍କୁ ସାମାନ୍ୟରୁ ଅଧିକ ଶୋଷ ଲାଗିଥାଏ ବା ପାଣି ପିଇସାରିବା ପରେ ବି ଜଲ୍ଦି ଶୋଷ ଲାଗିଥାଏ ,ତାହେଲେ ଆପଣଙ୍କୁ ଡାଇବେଟିସ ର ପରୀକ୍ଷା କରିଦେବା ଉଚିତ ।

ଝାଳ ବାହାରିବା

ଅତ୍ୟଧିକ ଝାଳ ବାହାରିବା ଡାଇବେଟିସ ର ଲକ୍ଷଣ ହୋଇଥାଏ । ଡାଇବେଟିସ ହେଇଥିବା ଲୋକଙ୍କର ହାତରୁ ଏବଂ ପାଦ ରୁ ଅଧିକ ଝାଳ ବାହାରିଥାଏ । ଏମିତି କାହିଁ କି ହୋଇଥାଏ ତାହା ଏବେ ପର୍ଯ୍ୟନ୍ତ ଜଣାପଡି ନାହିଁ । ଏହି ସବୁ ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତର ସହ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *