ଶିବଙ୍କର ଏହି ଉପାୟରେ ଶତ୍ରୁ ଆପଣଙ୍କର ବାଳ ବି ବଙ୍କା କରିପାରିବ ନାହିଁ

ସବୁବେଳେ ଆମେ ଦେଖିଥାଉ କି ଯେତବେଳେ କୌଣସି ବ୍ୟକ୍ତି ଜୀବନରେ ଉନ୍ନତି କରିଥାଏ ,ଆଗକୁ ବଢୁଥିବ ତାହେଲେ ତାକୁ ଈର୍ଷା କରୁଥିବା ଲୋକ କମ ନଥାନ୍ତି । କେତେଥର ଏହି ଲୋକ ଆପଣଙ୍କ ଉନ୍ନତିରେ ଏତେ ଅଧିକ ଲଜିଯାନ୍ତି ଯେ ଆପଣ କରୁଥିବା ସବୁ କାମରେ ବାଧା ସୃଷ୍ଟି କରିଥାନ୍ତି । ଯଦି ଆପଣଙ୍କ କେଉଁ କାମ ଭଲରେ ହେଉଥିବ ତାହେଲେ ଏହି ଲୋକମାନଙ୍କ ପାଇଁ ତାହା ଅଟକି ଯାଇଥାଏ ନହେଲେ ଅସଫଳ ହୋଇଥାଏ ।

ଯଦି ଆପଣ ଆପଣଙ୍କ ଶତ୍ରୁ ପାଇଁ ଚିନ୍ତାରେ ଅଛନ୍ତି ତାହେଲେ ଟେନସନ ନିଅନ୍ତୁ ନାହିଁ । ଉପରବାଲା ସବୁ କିଛି ଦେଖୁଛି ।

ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା ଦ୍ଵାରା ଆପଣ ଆପଣଙ୍କ ଶତ୍ରୁର ସବୁ ଚାଲ ଅସଫଳ କରିପାରିବେ । ଏହି ସବୁ ଉପାୟ ଶିବଙ୍କ ସହିତ ସଂଯୋଗ ଅଟେ । ଆପଣ ତ ଜାଣିଛନ୍ତି କି ଶିବ ସବୁ ସାମସ୍ୟାକୁ ଦୂର କରିବା ପାଇଁ ଭକ୍ତମାଙ୍କୁ ସାହାଯ୍ୟ କରିଥାନ୍ତି ।

ଶିବଙ୍କର ଏହି ଉପାୟ କରିବ ଶତ୍ରୁର ବିନାଶ

ଉପାୟ -୧

ଯେଉଁ ଲୋକ ଅନ୍ୟର କ୍ଷତି କରିଥାଏ ଶିବ ତାକୁ କେବେବି ପସନ୍ଦ କରନ୍ତି ନାହିଁ । ସୋମବାର ଦିନ ସକାଳୁ ଜଲ୍ଦି ଉଠି ସ୍ନାନ କରିନିଅନ୍ତୁ ଏବଂ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଏକ ଓସ୍ତପତ୍ର ନେଇଆସନ୍ତୁ । ଯଦି ଆପଣଙ୍କର ଶତ୍ରୁଙ୍କ ସଂଖ୍ୟା ଅଧିକ ତାହେଲେ ଆପଣ ସେହି ହିସାବରେ ଓସ୍ତପତ୍ର ଆଣନ୍ତୁ ।

ଏହି ଓସ୍ତପତ୍ର ଉପରେ ଅଗରବତୀ ସାହାଯ୍ୟରେ ଆପଣଙ୍କର ଶତ୍ରୁର ନାମ ଲେଖନ୍ତୁ । ଆପଣଙ୍କୁ ଶିବଙ୍କର ଧ୍ୟାନ କରି ଏହା ଲେଖିବାକୁ ହେବ ଏବଂ ସେହି ବ୍ୟକ୍ତି ସହିତ ଯୋଡା ଆପଣଙ୍କ ସମସ୍ୟା କୁ ତାଙ୍କୁ କହିବାକୁ ପଡିବ । ତାପରେ ସେହି ଓସ୍ତପତ୍ରକୁ ଶିବ ମନ୍ଦିର ଯାଇ କେଉଁଠି ଏକ ସ୍ଥାନରେ ରଖି ଦିଅନ୍ତୁ ବା ବାନ୍ଧି ଦିଅନ୍ତୁ । ଏହାପରେ ଆପଣ କିଛି ଦିନ ଅପେକ୍ଷା କରନ୍ତୁ ଦେଖିବେ ଆପଣଙ୍କ ଶତ୍ରୁ ସହିତ ଯୋଡା ହୋଇଥିବା ସବୁ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ ।

ଉପାୟ -୨

ଏକ ଲାଲ ରଙ୍ଗର କପଡା ନିଅନ୍ତୁ । ଏହି କପଡା ଭିତରେ ଲେମ୍ବୁ ଲଙ୍କା ର ମାଳ ରଖିଦିଅନ୍ତୁ ,କିଛି ରାସୀ ତେଲ ବି ରଖି ଦିଅନ୍ତୁ । ଏହାପରେ ଏକ କାଗଜରେ ସିନ୍ଦୁର ସାହାଯ୍ୟରେ ନିଜ ଶତ୍ରୁର ନାମ ଲେଖନ୍ତୁ । ଏବେ ଏହି ସବୁ ଜିନିଷକୁ ସେହି ଲାଲ ରଙ୍ଗ କପଡାରେ ବାନ୍ଧି ଏକ ପୁଟୁଳି କରିଦିଅନ୍ତୁ । ଏହି ପୁଟୁଳି କୁ ନିଜ ପୂଜାଘରେ ଶିବଙ୍କ ଫଟୋ ସାମ୍ନାରେ ରଖିଦିଅନ୍ତୁ ଏବ ଶତ୍ରୁ ସହିତ ଯୋଡା ଥିବା ସମସ୍ୟା କୁହନ୍ତୁ । ରାତିସାରା ପୂଜାଘରେ ସେହି ପୁଟୁଳିକୁ ରଖନ୍ତୁ ଏବଂ ତାପରେ ଦିନ ସକାଳୁ ତାକୁ ଶତ୍ରୁ ଘରର ଆଖପାଖରେ ପକାଇ ଦିଅନ୍ତୁ । ଏହା କରିବା ସମୟରେ ଯେମିତି ଆପଣଙ୍କୁ କେହି ନ ଦେଖନ୍ତି । ଏହି ଉପାୟରେ ଶତ୍ରୁ ଆପଣଙ୍କର ଖରାପ ଚିନ୍ତା କରିବାକୁ ଭୁଲି ଯିବ ।

Leave a Reply

Your email address will not be published. Required fields are marked *