ଆସନ୍ତୁ ଜାଣିବା ଅସନା କଳା ପଡିଥିବା ଆଲୁମିନିୟମ କଢେଇକୁ ନୂଆ ପରି ଚମକଦାର କରିବାର ବେଷ୍ଟ ଉପାୟ ବିଷୟରେ

ଆପଣଙ୍କ ସମସ୍ତଙ୍କ ଘରେ ଆଲୁମିନିଅମ କଢେଇ ହୋଇଥାଏ ଏବଂ କିଛି ଦିନ ରୋଷେଇ କଲା ପରେ ଏଥିରେ ଭିତରେ ବା ବାହାରେ କଳା ପଡି ଯାଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସହଜ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହବ ଏବଂ ଆପଣଙ୍କ କଢେଇ ପୁରା ନୂଆ ଭଳି ଦେଖା ଯିବ, କଣ ଆପଣ ଏହା ଜାଣିଛନ୍ତି ଯେ ଲେମ୍ବୁ କୌଣସି ଆଲୁମିନିଅମ ବା ତମ୍ବା ଜିନିଷ ସଫା କରିବା ପାଇଁ ସବୁଠାରୁ ଭଲ କ୍ଳିନଜର ଅଟେ ଆଜି ଆମେ ଆପଣଙ୍କୁ କହିବୁ କେମିତି ।

Image Courtesy: Google

ତେବେ ଆସନ୍ତୁ ଆରମ୍ଭ କରିବା ଆଗ ଗ୍ଯାସ ଉପରେ କଢେଇ ରାଖୀ ନିଅନ୍ତୁ ଗୋଟେ ବଡ ଗ୍ଳାସରେ ଗୋଟେ ଗ୍ଳାସ ପାଣି ନିଅନ୍ତୁ ଯଦି ଆପଣଙ୍କ କଢେଇ ବଡ ଅଟେ ତେବେ ଆପଣ ଦୁଇ ଗ୍ଳାସ ପାଣି ମଧ୍ୟ ନେଇ ପାରିବେ ଏହା ପରେ ପାଣିରେ କୌଣସି ଡିଟରଜେଣ୍ଟ ଯାହା ଆପଣ କପଡା ସଫା କରିବା ପାଇଁ ବ୍ୟବହାର କରନ୍ତି ତାହା ଦୁଇ ଚାମଚ ପକାନ୍ତୁ ଏହା ପରେ ଗୋଟେ ଚାମଚ ଲୁଣ ଏବଂ ଗୋଟେ ଲେମ୍ବୁ ରସ ରସ ପକେଇବା ପରେ ଚୋପା ଫୋପାଡନ୍ତୁ ନାହିଁ ଏହା ବହୁତ ଆବଶ୍ୟକ ଜିନିଷ ଅଟେ ଏହାକୁ ରଖି ଦିଅନ୍ତୁ ।

Image Courtesy: Google

ପାଣି ଫୁଟେଇବା ପାଇଁ ଗ୍ଯାସ ଫୁଲ ଫ୍ଲେମରେ ରଖନ୍ତୁ ଏହା ପରେ ଯେତେବେଳେ ପାଣି ଫୁଟି ଫେଣ କଢେଇ ଓପର ଭାଗରେ ଆସି ଲାଗିବ ସେତେବେଳେ ଫ୍ଲେମ କମେଇ ଦିଅନ୍ତୁ ଏମିତି ଆପଣ ଦୁଇ ତିନି ଥର କରନ୍ତୁ ଏହା ଦ୍ଵାରା ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କ କଢେଇ ଭିତରେ ଭାଗ ବହୁତ ସଫା ହୋଇ ଯାଇଛି ଏହା ପରେ କଢେଇ ସର୍ଫ ପାଣି ଗୋଟେ ବଡ ବାସନରେ ଅଜାଡି ନିଅନ୍ତୁ ଏହା ପରେ କଢେଇକୁ କଂସାରେ ବୁଡେଇ ଦିଅନ୍ତୁ ଯେମିତିକି କଢେଇ ପଛ ଭାଗ ସର୍ଫ ପାଣିରେ ବୁଡି ରହିବ ଏହା ପରେ ୧୫ରୁ ୨୦ ମିନିଟ ପାଇଁ କଢେଇକୁ ସେମିତି ଛାଡି ଦିଅନ୍ତୁ ।

Image Courtesy: Google

ସମୟ ହେଲା ପରେ ଫୁଟେଇଥିବା ସର୍ଫ ପାଣି ଓ ଅଲଗା ଗୋଟେ ପାତ୍ରରେ ସର୍ଫ ଓ ବେକିଙ୍ଗ ପାଉଡର ନିଅନ୍ତୁ ଏହା ପରେ କୌଣସି ସ୍କ୍ରବର ନିଅନ୍ତୁ ଏହାକୁ ଆଗ ସର୍ଫ ପାଣିରେ ସ୍କ୍ରବର ବୁଡେଇ ଏହାକୁ ଶୁଖିଲା ସର୍ଫ ଓ ବେକିଙ୍ଗ ମିଶ୍ରଣରେ ବୁଡାନ୍ତୁ ଏହା ପରେ କଢେଇକୁ ଭଲ ଭାବରେ ରଗଡି ସଫା କରନ୍ତୁ ଦେଖିବେ ଖୁବ ଶୀଘ୍ର ଆପଣଙ୍କ କଢେଇ ପୁରା ନୂଆ ଭଳି ଚମକିବାକୁ ଲାଗିବ । ଏହି ଉପାୟ ଥରେ ବ୍ୟବହାର କରି ଦେଖନ୍ତୁ ଦେଖିବେ ଆପଣଙ୍କ କଢେଇ ତାୱା ଏହି ସବୁ ଜିନିଷ ପୁରା ଚିକଣ ହୋଇଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *