ହଟାତ ଡର ଲାଗିବା ଆରମ୍ଭ ହୋଇଥାଏ, ହୁତପିଣ୍ଡ ଜୋର ଜୋର ଧକ ଧକ କରିଥାଏ, ଝାଳ ବାହାରିବା ଆରମ୍ଭ ହୋଇଥାଏ, ନିଶ୍ଵାସ ନବା ପାଇଁ କଷ୍ଟ ଲାଗିଥାଏ, ଯେମିତି ହାର୍ଟ ଅଟାକ ଆସିଥାଏ ବା ମରିବା ଭଳି ଲାଗିଥାଏ । ଏହା ସବୁ ପ୍ୟାନିକ ଅଟାକ ଲକ୍ଷଣ ଅଟେ ଯାହା ବିନା କୌଣସି ଚେତାବନୀ ବା ସଂକେତରେ ଆରମ୍ଭ ହୋଇଥାଏ, ଏହା ପରେ ଥକା ଥକା ଅନୁଭବ ହୋଇଥାଏ ।
ଏହା ସହ ଜଡିତ କଥା ବିଷୟରେ ଏମ୍ସ ଡକ୍ଟର ଉମର ଆଫ୍ରୋଜ କହିଥିଲେ ଯେ ପ୍ୟାନିକ ଅଟାକ ହାତ୍ହାତ ଲାଗିଥିବା ଭୟ ଭାବନା ଅଟେ, ଯାହା ଗମ୍ଭୀର ଶାରୀରିକ ପ୍ରତିକ୍ରିୟା ଦେଇଥାଏ ।

ତେବେ ଆଖ ପାଖରେ କୌଣସି ପ୍ରକାର ବିପଦ ନଥାଏ କିନ୍ତୁ ପୀଡିତ ଡଋ ଯାଇଥାଏ ଯାହା ଫଳରେ ତାଙ୍କୁ ବିପଦ ଅନୁଭବ ହୋଇଥାଏ । ପ୍ରଥମ ପ୍ରକାର ପ୍ୟାନିକ ଅଟାକ ଅପ୍ରତ୍ୟାଶିତ ପ୍ୟାନିକ ଅଟାକ କୌଣସି ଚେତାବନୀ ବା ସଂକେତ ଦେଇ ନଥାଏ ସେ କୌଣସି ପରିସ୍ଥିତି ସହ ଯୋଡା ହୋଇ ନଥାନ୍ତି । ଦୁତୀୟ ପ୍ରକାର ସ୍ଥିତିଗତ ପ୍ୟାନିକ ଅଟାକ ଅଟେ ଯାହା କୌଣସି ଜାଗା ବା କୌଣସି ସ୍ଥିତି କାରଣ ପାଇଁ ହୋଇଥାଏ ।

ସ୍ଥିତିଗତ ସଂବେଦନଶୀଳ ପ୍ୟାନିକ ଅଟାକ କୌଣସି ପ୍ରକାର ଜାଗା ବା ସ୍ଥିତି ସହ ଜଡିତ ହୋଇଥାନ୍ତି, କିନ୍ତୁ ଏହା ମହତ୍ଵପୂର୍ଣ ନୁହଁ ଯେ ଏହା ପରେ ତୁରନ୍ତ ପ୍ୟାନିକ ଅଟାକ ହୋଇଥାଏ । ଏହା କୌଣସି ସ୍ଥିତି ସମ୍ପର୍କ ରେ ଆସିବାର ଅଧା ଘଣ୍ଟା ପରେ ପ୍ରାରମ୍ଭ ହୋଇଥାଏ, ପ୍ୟାନିକ ଅଟାକ ମୁଖ୍ୟ କାରଣ ଅତ୍ୟଧିକ ଚିନ୍ତା, ନକାରାତ୍ମକ ଭାବନା ପ୍ରତି ଅଧିକ ସଂବେଦନଶୀଳ ସ୍ଵଭାବ ଏହି ସବୁ କାରଣ ପାଇଁ ପ୍ୟାନିକ ଅଟାକ ହୋଇଥାଏ ।

ଏହାର କାରଣ ସମ୍ପର୍କୀୟ ଲୋକଙ୍କ ମୃତ୍ୟୁ ବା ଗମ୍ଭୀର ରୋଗ, କୌଣସି ଗମ୍ଭୀର ଦୁର୍ଘଟଣା, ଛାଡପତ୍ର ଭଳି ସ୍ଥିତି, ଛୁଆବେଳୁ କୌଣସି ପ୍ରକାର ଶାରୀରିକ ବା ୟୋନ ଉତ୍ପୀଡନ ଏହା ସବୁ ପ୍ୟାନିକ ଅଟାକ ପରିସ୍ଥିତି ଏହା ପାଇଁ ବିଶେଷ ଥେରେପି ବ୍ୟବହାର ହୋଇଥାଏ ଯାହା ଫଳରେ ରୋଗୀକୁ ଏହା ଆଶ୍ଵାସନ ଦିଆ ଯାଏ ଯାହା ତାଙ୍କ ମନକୁ ଶାନ୍ତି ଦେଇଥାଏ ।

ପ୍ୟାନିକ ଅଟାକ ପାଇଁ ଫୋବିୟା, ଡିପ୍ରେସନ, ସୁସାଇଡଲ ଟେଣ୍ଡେନ୍ସି ବି ହୋଇପାରେ ଯଦି ପ୍ୟାନିକ ଅଟାକ ଲାମ୍ବା ସମୟ ପାଇଁ ଉପଚାର ହୋଇନଥାଏ । କିଛି କିଛି ପ୍ୟାନିକ ଅଟାକ ବାରମ୍ବାର ହୋଇଥାଏ ଯାହା କିଛି କିଛି ସମୟ ପରେ ଲୋକଙ୍କୁ ଝଟକା ଦେଇଥାଏ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।