ଆଉ ଓଡିଆ ଫିଲ୍ମ କରିବେନି ଭୂମିକା ଦାସ

ଓଲିଉଡ ଜଗତ ଏମିତି ଗୋଟେ ଜଗତ ଯେଉଁଠାରେ ବହୁତ କମ ସମୟରେ ଅଭିନେତା ଅଭିନେତ୍ରୀ ମାନଙ୍କୁ ନା ମିଳିଥାଏ ଓ ସେ ବହୁତ ଶୀଘ୍ର ପ୍ରସିଦ୍ଧ ହୋଇଥାନ୍ତି । ତେବେ ଏଠାରେ ଯିଏ ଭଲ କାମ କରେ ତାକୁ ଦର୍ଶକ ମନେ ରଖନ୍ତି ନଚେତ ଲୋକ ଭୁଲି ଯାଇଥାନ୍ତି ଓ ଭୂମିକା ଦାଶଙ୍କୁ ଆପଣ ମାନେ ବେସ୍ସ ଭଲ ଭାବରେ ଜାଣିଥିବେ ।

ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଅଟେ ଓ ତାଙ୍କ ସବୁ ଚଳଚିତ୍ର ସୁପର ଡୁପର ହିଟ ହୋଇଛି । ଭୂମିକା ଦାଶ ଚାଇଲ୍ଡ ଅଭିନେତ୍ରୀ ଅନୁଯାଇ ସେ ୧୦ ବର୍ଷ ବୟସରେ ରୁମକୁ ଝୁମାନାରେ ଅଭିନୟ କରିଥିଲେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଓ ତା ପରେ ସେ କେବେ ପଛକୁ ଫେରି ଦେଖିଲେ ନାହିଁ ।

Image Courtesy: Google

ତାଙ୍କୁ କାମ ଉପରେ କାମ ମିଳୁଥିଲା ଏହା ପରେ ସେ ପାଠ ପାଇଁ ମଧ୍ୟ ବହୁତ ପରିଶ୍ରମ କରନ୍ତି । ଭୂମିକା କେବଳ ନବମ ଶ୍ରେଣୀରେ ତାଙ୍କ ପ୍ରଥମ ଚଳଚିତ୍ର ଯେଉଁତିରେ ସେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିଲେ “ତୁ ମୋ ଲଭ ଷ୍ଟ୍ରୋରୀ” ରେ କାମ କରିଥିଲେ ଓ ତାଙ୍କ ପ୍ରଥମ ଫିଲ୍ମ ଏତେ ସୁପର ଡୁପର ହିଟ ଥିଲା ଯେ ତା ପରେ ସେ ପ୍ରସିଦ୍ଧ ହୋଇଯାଇଥିଲେ । ଏତେ କାମ ପରେ ମଧ୍ୟ ଭୂମିକା ନିଜ ପରିବାର ଓ ପାଠ ପାଇଁ ସମୟ ବାହାର କରୁଥିଲେ ଓ ତାଙ୍କ ଜୀବନରେ ଏବେ ସୁଖ ହିଁ ସୁଖ ଅଛି ।

Image Courtesy: Google

ତେବେ କଣ ଆପଣ ଜାଣିଛନ୍ତି ଭୂମିକାଙ୍କ ପାଖରେ ଏତେ କମ ବୟସରେ ଗାଡି ଘର ସବୁ କିଛି ଅଛି ସେ ଭୁବନେଶ୍ବରରେ ନିଜ ବାପା ମା ଓ ସାନ ଭାଇ ସହ ରୁହନ୍ତି । କଣ ଆପଣ ଜାଣିଛନ୍ତି ଭୂମିକା ନିଜ ଗୋଟେ ଚଳଚିତ୍ର ପାଇଁ ୫ରୁ ୬ ଲକ୍ଷ୍ୟ ଟଙ୍କା ଡିମାଣ୍ଡ କରିଥାନ୍ତି ଓ ବର୍ତମାନ ପର୍ଯ୍ୟନ୍ତ ସେ ୫ଟି ଫିଲ୍ମ କରିଛନ୍ତି ଓ ସବୁ ସୁପର ଡୁପର ହିଟ ହୋଇଛି । ତେବେ କଣ ଆପାନ ଜାଣିଛନ୍ତି ଅଭିନୟ ସହ ଭୂମିକା ପାଠରେ ମଧ୍ୟ ବହୁତ ଭଲ ଅଟନ୍ତି ସେ ଦଶମ ଶ୍ରେଣୀରେ ୯୭% ରଖିଥିଲେ ଓ ସ୍କୁଲ ଟପର ହୋଇଥିଲେ ।

Image Courtesy: Google

ଏହା ଛଡା ବର୍ତମାନ ଭୂମିକାଙ୍କ ଗୋଟେ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ନିଜ ଦର୍ଶକ ମାନଙ୍କୁ ଏହା କହିବାର ଦେଖା ଯାଉଛନ୍ତି ଯେ ଅଭିନୟ ତାଙ୍କ ପାଇଁ ଯେତେ ଆବଶ୍ୟକ ପାଠ ତାଙ୍କ ପାଇଁ ସେତିକି ଆବଶ୍ୟକ ସେଥିପାଇଁ ସେ ବର୍ଷେ ପର୍ଯ୍ୟନ୍ତ କୌଣସି ଚଳଚିତ୍ର କରିବେ ନାହିଁ ଯେ ପର୍ଯ୍ୟନ୍ତ ତାଙ୍କ +୨ ପରୀକ୍ଷା ସଋ ଯାଉ ନାହିଁ ଓ ସେ +୨ରେ ମଧ୍ୟ ଭଲ ମାର୍କରେ ପାସ ହବାକୁ ଚାହୁଁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *