ଓଡ଼ିଆ ସିରିଏଲ ହିରୋଇନ ରାଧିକା (Mitali Sargharia) ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହଟ ଆଉ ଷ୍ଟାଇଲିସ, ଦେଖନ୍ତୁ ଫଟୋ

ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ଆଜିକା ଡେଟରେ ଏହି କଳାକାର ମାନେ ନିଜର ଷ୍ଟାଇଲିସ ଓ ସୁନ୍ଦରତା ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି ।

କିଛି କଳାକାର ମାନେ ନିଜର ରିୟଲ ଲାଇଫରେ ନିଜକୁ ଅଲଗା ଢଙ୍ଗରେ ମେଣ୍ଟେନ କରୁଥିବାର ନଜର ଆସୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ “ନୂଆ ବୋହୁ” ସିରିଏଲର ଅଭିନେତ୍ରୀ ରାଧିକାଙ୍କ ପରିବାର ଓ ରିୟଲ ଲାଇଫ ବିଷୟରେ କିଛି କହିବାକୁ ଯାଉଛୁ ।

ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ”ରେ ଅଭିନେତ୍ରୀ ରାଧିକା ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ସିରିଏଲରେ ରାଧିକା ଏକ ସାଧାରଣ ବୋହୁ ଭୂମିକାରେ ଏତେ ସୁନ୍ଦର ଅଭିନୟ କରୁଛନ୍ତି ଯାହା ଘରେ ଘରେ ଲୋକ ମାନେ ଦେଖିବାକୁ ଆଗ୍ରହୀ ହେଉଛନ୍ତି । ସେ ଏହି ସିରିଏଲରେ ଭଲ ବୋହୁ ହେବା ସହ ଭଲ ସ୍ତ୍ରୀ ଚରିତ୍ରରେ ଅଭିନୟ ଜାରି ରଖିଛନ୍ତି । କିନ୍ତୁ ରାଧିକାଙ୍କର ରିଲ ଲାଇଫ ଅପେକ୍ଷା ରିୟଲ ଲାଇଫ ସଂପୂର୍ଣ୍ଣ ଭିନ୍ନ ଧରଣର ଅଟେ ।

ବର୍ତ୍ତମାନ ଅଭିନେତ୍ରୀ ରାଧିକା ତାଙ୍କର ମାମୁଁ ପୁଅ ଭାଇ ତାପସ ସରଗୋରିୟା ଯିଏ କି ଓଲିଉଡ ଇଣ୍ଡଷ୍ଟ୍ରିର ଜବରଦସ୍ତ ଡାଇରେକ୍ଟର ଭାବେ କାମ କରୁଛନ୍ତି ତାଙ୍କ ଘରେ ରହୁଛନ୍ତି । ରାଧିକା ତାଙ୍କ ମାମୁଁ ପୁଅ ଭାଇ ଘରେ ଆଧୁନିକ ଯୁଗରେ କିଭଳି ଲାଇଫ ଷ୍ଟାଇଲ ମେଣ୍ଟେନ କରାଯାଏ ସେହି ଭଳି ଭାବେ ମେଣ୍ଟେନ କରୁଛନ୍ତି । ରାଧିକା ମାତ୍ର ୨୧ ବର୍ଷ ବୟସରେ ଓଲିଉଡରେ ଅଭିନୟ କ୍ଯାରିୟର ପାଦ ଦେଇଥିଲେ । ବର୍ତ୍ତମାନ ତାଙ୍କର ବୟସ ୨୪ ବର୍ଷ ଅଟେ । “ନୂଆ ବୋହୁ” ସିରିଏଲରେ ଗୋଟିଏ ଚରିତ୍ରରେ ଅଭିନୟ କରିବା ପାଇଁ ରାଧିକା ୨୫ ରୁ ୩୦ ହଜାର ଟଙ୍କା ଚାର୍ଜ କରୁଛନ୍ତି ।

ଏହା ସହ ସେ ଆଡ ମଧ୍ୟ ଟିଭିରେ କରିଥାନ୍ତି । ଗୋଟେ ଆଡ କରିବା ପାଇଁ ରାଧିକା ୫୦ ହଜାରରୁ ଗୋଟିଏ ଲକ୍ଷ ତାଙ୍କ ନେଇଥାନ୍ତି । ରାଧିକାଙ୍କର ସମୁଦାୟ ସମ୍ପତି ହେଉଛି ୭କୋଟି ଟଙ୍କା । ତାଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କ ପରିବରେ ବାପା, ମା ଓ ଭଉଣୀ ଅଛନ୍ତି । ତାଙ୍କ ଭଉଣୀ ବର୍ତ୍ତମାନ ମ୍ୟାରେଜ କରି ସାରିଛନ୍ତି । ରାଧିକା ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି । ରାଧିକାଙ୍କ ଅଭିନୟ ପାଇଁ ଏହି ସିରିଏଲ ଟି ନମ୍ବର ୱାନ ସିରିଏଲ ହୋଇ ପାରିଛି ।

“ନୂଆ ବୋହୁ” ସିରିଏଲରେ ରାଧିକା ଓ ଅଭିନେତା ସାତ୍ଵିକଙ୍କ ଯୋଡି ବେଶ ସୁନ୍ଦର ଅଟେ । ଏହି ସିରିଏଲରେ ଦୁହେଁ ସ୍ଵାମୀ ସ୍ତ୍ରୀ ହେବା ସହ ପ୍ରେମିକ ଓ ପ୍ରେମିକାର ଅଭିନୟ ମଧ୍ୟ ଖୁବ ସୁନ୍ଦର ଭାବେ ନିଭାଉଥିବାର ନଜର ଆସୁଛନ୍ତି । ଏହା ଛଡା ରାଧିକା ଏହି ସିରିଏଲରେ ଜଣେ ସଂସ୍କାରୀ ବୋହୁ ଭୂମିକାରେ ମଧ୍ୟ ବେଶ ଚମତ୍କାର ଅଭିନୟ କରୁଛନ୍ତି ଯାହା ପାଇଁ ସେ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *