ଇଏ ସେଇ ECMO ଯିଏ ବଞ୍ଚାଉଛି ଜୀବନ, ଏବେ ଆସିଯାଇଛି ଓଡିଶାକୁ, ଦେଖନ୍ତୁ Video ଏହା କିପରି କାମ କରିଥାଏ

ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ହସ୍ପିଟାଲରେ ECMO ମେସିନକୁ ଉଦ୍ଘାଟନ କରା ଯାଇଛି ଯାହା ଭୁବନେଶ୍ଵରର ଏମ୍ସ ହସପିଟାଲରେ ହୋଇଛି । ଯେତେବେଳେ କୋରୋନାର ଦିତୀୟ ଲହର ଆରମ୍ଭ ହୋଇଥିଲା ସେହି ସମୟରେ ECMO ମେସିନ ପାଇଁ ଲୋକେ ବାହାରକୁ ଯାଉଥିଲେ । କିନ୍ତୁ କିଛି ଲୋକଙ୍କର ଆର୍ଥିକ ସମ୍ବଳ ନ ଥିବାରୁ ତାହା ସମ୍ଭବ ହେଉ ନ ଥିଲା ।

ସେଥିପାଇଁ ଏମ୍ସ ହସ୍ପିଟାଲ ଏହି ମେସିନର ଉଦ୍ଘାଟନ କରିଛି । ଯେଉଁ କୋରୋନା ରୋଗୀ ମାନେ ଭେଣ୍ଟିଲେଟରରେ ରହିବା ପରେ ସୁସ୍ଥ ହେଉ ନାହାନ୍ତି ସେମାନଙ୍କ ପାଇଁ ECMO ଥେରାପି ବ୍ୟବହାର କରା ଯାଉଛି । ଯଦି ରୋଗୀର ଅକ୍ସିଜେନ ଲେବଲ କମ ରହୁଥାଏ ବା ଫୁସଫୁସରେ କିଛି ଅସୁବିଧା ହୋଇଥାଏ ତେବେ ସେହି କ୍ଷେତ୍ରରେ ECMO ମେସିନର ପ୍ରୟୋଗ କରାଯିବ ।

ଏହି ମେସିନର କିଛି ଟେକନିକାଲ ପାର୍ଟ ରହିଛି ଯେଉଁଥିରେ ଏହା କାର୍ଯ୍ୟ କରିଥାଏ । ଏହି ମେସିନ ହାର୍ଟ କାମ ନ କରୁଥିଲେ ସେହି କ୍ଷେତ୍ରରେ ମଧ୍ୟ ରୋଗୀ ଠାରେ ବ୍ୟବହାର କରାଯାଏ । ଏହି ମେସିନର ଏକ ପାର୍ଟ ରହିଛି ଯାହାକୁ ବ୍ଲଣ୍ଡର୍ଟ କୁହା ଯାଉଛି ଯାହାର କାମ ହେଉଛି ରୋଗୀକୁ କେତେ ପରିମାଣରେ ଅକ୍ସିଜେନ ଦିଆଯିବ । ଅନ୍ୟ ଏକ ପାର୍ଟ ହେଉଛି ପମ୍ପ ହେଡ ଯାହାର କାମ ହେଉଛି ହାର୍ଟରେ ଏହା ବ୍ୟବହାର କରାଯାଏ ।

ଅନ୍ୟ ଏକ ପାର୍ଟ ହେଉଛି କ୍ୟାଣ୍ଡଲସ ଯାହା ଦୁଇ ପ୍ରକାରର ରହିଛି ପ୍ରଥମରେ ଏଥିରେ ରୋଗୀର ରକ୍ତ ବାହାର କରାଯାଏ ଓ ଦିତୀୟରେ ପୁଣି ଥରେ ରୋଗୀର ବ୍ଲଡ଼ ପ୍ୟୁରିଫାଏ କରାଯାଏ । ଅନ୍ୟ ଏକ ପାର୍ଟ ରହିଛି ଯାହା ହେଉଛି ପିଏଲଏସ କିଡ୍ସ ଏଥିରେ ଅକ୍ସିନେଟର ରହିଥାଏ ଯାହା ଶରୀରକୁ ଅକ୍ସିଜେନ ଦେଇଥାଏ ଓ ଅଙ୍ଗାରକାମ୍ଳକୁ ବାହାର କରିଥାଏ ।

ଅନ୍ୟ ଏକ ପାର୍ଟ ରହିଛି ଯାହାକୁ ୟୁଟର କୁଲର ଯାହାକୁ ନରମାଲ ଶରୀରର ତାପମାତ୍ରା ମାପିବାରେ କାମରେ ଆସିଥାଏ । ଏହି ମେସିନ ଆଗରୁ କେବଳ ହାର୍ଟ ପାଇଁ କାମ କରୁଥିଲା । କିନ୍ତୁ ବର୍ତ୍ତମାନ ସୂଚନା ଅନୁସାରେ ଏହା ଫୁସଫୁସ ପାଇଁ ମଧ୍ୟ କାମ କରୁଛି । ସୂଚନା ଅନୁସାରେ ଏମ୍ସ ହସପିଟାଲରେ ବର୍ତ୍ତମାନ ଗୋଟିଏ ମେସିନ ରହିଛି । ଆହୁରି ଅଧିକ ମେସିନ ଆଣିବା ପାଇଁ ଯୋଜନା ରହିଛି ବୋଲି ସେଠିକାର ଡାକ୍ତର କହିଛନ୍ତି ।

କୋରୋନାର ତୃତୀୟ ଲହର ଆସୁଥିବାରୁ ଛୋଟ ପିଲା ମାନଙ୍କ ପାଇଁ ଏହି ମେସିନ କାମରେ ଆସିବ ବୋଲି ବିଶେଷଜ୍ଞ ମାନେ ମତାମତ ଦେଇଛନ୍ତି । ଏହି ମେସିନ ସେହି କୋରୋନା ରୋଗୀ ପାଇଁ ଉଦିଷ୍ଟ ଯାହାର ବଞ୍ଚିବାର ଆଶା ବହୁତ କମ ରହିଥିବ । ସବୁ ଲୋକ ମାନଙ୍କ ପାଇଁ ଏହି ECMO ମେସିନ ବ୍ୟବହାର କରାଯାଇ ପାରିବ ନାହି ବୋଲି ଡାକ୍ତର ମାନେ ସୂଚନା ଦେଇଛନ୍ତି ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *