Breaking News: ଜୁଲାଇ 26ରୁ ଖୋଲିବ ଦଶମ ଓ ଦ୍ଵାଦଶ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ସରକାର ବର୍ତ୍ତମାନ ନବମ, ଦଶମ, ଏକାଦଶ ଓ ଦ୍ଵାଦଶ ଛାତ୍ର ଛାତ୍ରୀମାନଙ୍କର ଶ୍ରେଣୀଗୃହ ଶିକ୍ଷାକୁ ନେଇ ଏକ ବଡ ନିଷ୍ପତି ନେଇଛନ୍ତି । ଅର୍ଥାତ ଛାତ୍ର ଛାତ୍ରୀମାନଙ୍କର ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଗଣ ଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଏକ ପ୍ରେସମିଟ କରି ଏହା ବିଷୟରେ ସୂଚନା ଦେଇଛନ୍ତି ।

ଏହି ନୂଆ ନିଷ୍ପତି ଅନୁସାରେ ଆସନ୍ତା ୨୬ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଦଶମ ଓ ଦ୍ଵାଦଶର ଶ୍ରେଣୀ ଖୋଲିବାକୁ ଯାଉଛି । କିନ୍ତୁ କିଛି ବିଶେଷ ନିୟମ ମଧ୍ୟ ଜାରି କରାଯାଇଛି । ଯେମିତି କି ସ୍କୁଲ ସକାଳ ୧୦ ରୁ ଦିନ ୧ ପର୍ଯ୍ୟନ୍ତ ଖୋଲାଯିବ । ସ୍କୁଲରେ କୌଣସି ବି ପ୍ରକାରର ଖେଳ ଛୁଟି ହେବ ନାହିଁ । ପିଲାମାନେ ଘରକୁ ଯାଇ ଖାଇ ପାରିବେ । ଯେଉଁ ସ୍କୁଲ ଗୁଡିକରେ ମେଟ୍ରିକ ପରୀକ୍ଷା ସେଣ୍ଟର ହେଉଛି ସେହି ସମସ୍ତ ସ୍କୁଲ ପରୀକ୍ଷା ଶେଷ ହେବା ପରେ ଖୋଲିବ ।

ସମସ୍ତ ଛାତ୍ର ଛାତ୍ରୀ ନିଜସ୍ୱ ଇଚ୍ଛାରେ ସ୍କୁଲ ଆସିପାରେ କିମ୍ବା ନ ଆସି ବି ପାରନ୍ତି । ପିଲାମାନେ ନିଜର ମାତା ପିତାଙ୍କ ସହମତି ନେଇ ସ୍କୁଲ ଆସିବେ । ଏହା ମଧ୍ୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ସହ ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କର ଅନ୍ଲାଇନ ଶିକ୍ଷା ଜାରି ରହିବ । ଏହା ସତ୍ବେ ବି ଶେଷ ନିଷ୍ପତି ଜିଲ୍ଲାପାଳଙ୍କ ଉପରେ ଛଡା ଯାଇଛି । ଅଞ୍ଚଳର ସଂକ୍ରମଣ ହାରକୁ ଦ୍ରୁଷ୍ଟିରେ ରଖି ଜିଲ୍ଲାପାଳ ସେହି ଅଞ୍ଚଳରେ ସ୍କୁଲ ଖୋଲି ପାରିବେ କିମ୍ବା ବନ୍ଦ ରଖି ପାରିବେ ।

ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ଗୁଡିକ ବନ୍ଦ ରହିବ । ଜୁଲାଇ ୨୬ ତାରିଖରେ ସରକାର ସ୍କୁଲ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ଅର୍ଥାତ ଆଉ ୯ ଦିନ ପରେ ସ୍କୁଲ ଖୋଲିବ । ଏହା ସହିତ ସମସ୍ତ ସ୍କୁଲ ପାଇଁ ଏକ କୋଭିଡ ଗାଇଡଲାଇନ ବି ପ୍ରସ୍ତୁତ କରାଯାଇଛି । ଯାହାକୁ ସବୁ ସ୍କୁଲର ଛାତ୍ରଛାତ୍ରୀମାନେ ଓ ଶିକ୍ଷକମାନେ ମାନିବାକୁ ବାଧ୍ୟ ଅଟନ୍ତି । ସମସ୍ତ ସ୍କୁଲର ଶିକ୍ଷକମାନେ ନିଶ୍ଚିତ ରୂପରେ ଟୀକା ନେବା ପାଇଁ ବାଧ୍ୟ ଅଟନ୍ତି ।

ଥର୍ମାଳ ସ୍କାନିଂ ବି କରିବା ପାଇଁ ବାଧ୍ୟ ସ୍କୁଲ ଅଧିକାରୀ । ମାସ୍କ ଓ ହ୍ୟାଣ୍ଡ ସ୍ୟାନିଟାଇଜର ବ୍ୟବହାର କରିବେ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ସବୁ ସ୍କୁଲରେ କୋଭିଡ ନିୟମ ପାଳନ କରିବା ପାଇଁ ଅନୁମତି ଦିଆଯାଇଛି । କହିଦେଉଛୁ କି ଅଫଲାଇନ ମେଟ୍ରିକ ପରୀକ୍ଷା ଜୁଲାଇ ୩୦ ରୁ ଅଗଷ୍ଟ ୫ ମଧ୍ୟରେ କରାଯିବ ଓ ଅଗଷ୍ଟ ୧୬ ରୁ ନବମ ଶ୍ରେଣୀର ପାଠ ପଢା ବି ଆରମ୍ଭ ହୋଇଯିବ ।

ସେହିଭଳି ଏକାଦଶ ଅର୍ଥାତ + ୨ ପ୍ରଥମ ବର୍ଷର ଛାତ୍ର ଛାତ୍ରୀମାନଙ୍କୁ ବିଷୟରେ କହିବା ତେବେ CBSE ଓ ଅନ୍ୟ ସମସ୍ତ ବୋର୍ଡର ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସେମାନଙ୍କର ଆଡମିସନ ହେବ । ସେପ୍ଟେମ୍ବର ୧୫ ତାରିଖ ପରେ ଏକାଦଶ ଶ୍ରେଣୀର ପିଲାମାନଙ୍କର ପାଠ ପଢା ଆରମ୍ଭ କରାଯିବ । ବିଦ୍ୟାଳୟ ଖୋଲିବାର ୧ ସପ୍ତାହ ପୂର୍ବରୁ ବିଦ୍ୟାଳୟକୁ ପରିଷ୍କାର ଓ ପରିଚ୍ଛନ୍ନ କରିବା ପାଇଁ ଯୋଜନା କରାଯାଉଛି ।

Leave a Reply

Your email address will not be published. Required fields are marked *