ବୋର୍ଡ ଇତିହାସରେ ପ୍ରଥମ ଥର: ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଛି ନୂଆ ସିଷ୍ଟମ, ଦେଖନ୍ତୁ କଣ

କହିବାକୁ ଗଲେ ଗତ ୧.୫ ବର୍ଷ ହେବ ସମସ୍ତ ସ୍କୁଲ ଓ କଲେଜ ଶିକ୍ଷା ବନ୍ଦ ରହିଛି । ଏମିତିରେ ଓଡିଶାର ମାଧ୍ୟମିକ ଶିକ୍ଷା ପରିଷଦ କୋଭିଡ କଟକଣା ଓ ବିଭିନ୍ନ କାରଣରୁ ଓ ଏହା ସହିତ ଶିକ୍ଷାଦାନ ବନ୍ଦକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତି ନେଇଛନ୍ତି । ପୂର୍ବରୁ କେବେ ବି ଏହିଭଳି ନିଷ୍ପତି ଗ୍ରହଣ କରାଯାଇ ନାହିଁ ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଶିକ୍ଷା ବର୍ଷ ଜୁଲାଇ ୨୧ରୁ ଆରମ୍ଭ ହୋଇ ଯାଇଛି ଓ ଏହା ଏପ୍ରିଲ ୨୨ ପର୍ଯ୍ୟନ୍ତ ଚାଲିବ । କହିବାକୁ ଗଲେ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀମାନଙ୍କ ପାଇଁ Continuous Comprehensive Evaluation ଆରମ୍ଭ କରିଛନ୍ତି । ଯାହାକୁ CBSE ଓ ଅନ୍ୟାନ୍ୟ ବୋର୍ଡ କରିଆସୁଛନ୍ତି । ଏହି ବ୍ୟବସ୍ଥା ମାଧ୍ୟମରେ ମାଧ୍ୟମିକ ଶିକ୍ଷା ପରିଷଦରୁ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଇଁ Assessmentର ସିଷ୍ଟମ ଆରମ୍ଭ କରିଛନ୍ତି ।

ଏହା ବିଷୟରେ ଉଲ୍ଲେଖ କରି ଗଣ ଶିକ୍ଷା ସଚିବ ସମସ୍ତ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ନିଜର ପିଲାମାନଙ୍କର ସମସ୍ତ ପରୀକ୍ଷାକୁ ଗୁରୁତ୍ଵର ସହ ଦେଖନ୍ତୁ । ଯଦି ଭବିଷ୍ୟତରେ କୋଭିଡ ଭଳି ପରିସ୍ଥିତି ଆଉ ଥରେ ସାମ୍ନାକୁ ଆସେ ଓ କୌଣସି କାରଣ ବଶତଃ ଫାଇନାଲ ପରୀକ୍ଷା ଯଦି ନ ହୁଏ ତେବେ ଏହି assessment ଜରିଆରେ ପିଲାମାନଙ୍କୁ ନମ୍ବର ଦିଆଯିବ ।

ଏହି ବର୍ଷର ଶିକ୍ଷାବର୍ଷରେ ଶିକ୍ଷା ପରିଷଦ ୪ ଟି formative assessment ଓ ଦୁଇଟି summative assessment କରାଯିବ । ୪ ଟି short assessment ସେପ୍ଟମ୍ବର ଦ୍ଵିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ଦୁଇ ସପ୍ତାହ, ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ କରାଯିବ । ଏହା ସହିତ ବୋର୍ଡ ପରୀକ୍ଷା ପରିସ୍ଥିତିକୁ ଦେଖି ମାର୍ଚ୍ଚ ଓ ଏପ୍ରିଲରେ କରାଯିବ । ଏହି ପରୀକ୍ଷା ଗୁଡିକ ସ୍କୁଲ ଶିକ୍ଷକମାନଙ୍କ ଦ୍ଵାରା ପରିଚାଳନା କରାଯିବ ।

ମାଧ୍ୟମିକ ଶିକ୍ଷା ପରିଷଦ ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରଶ୍ନ ପତ୍ର ତିଆରି କରିବେ ଓ ପରିଚାଳନା କରିବେ । ଏହା ପରେ ଏକ ନିର୍ଦେଶ ମଧ୍ୟ ଜାରି କରାଯିବ । ଏହା ସହିତ ଏହି ସିଷ୍ଟମ + ୨ ପାଇଁ ବି ଲାଗୁ ହୋଇପାରେ । କହିବାକୁ ଗଲେ CHSE ବର୍ତ୍ତମାନ + ୨ ରେଜଲ୍ଟ ବାହାର କରିବାର ପ୍ରସ୍ତୁତିରେ ଅଛନ୍ତି । ନବମ, ଦଶମ ଓ + ୨ ରେ ଯେଉଁ ସମସ୍ତ ପାର୍ଟିକାଳ ଓ ପ୍ରୋଜେକ୍ଟ ଶେଷ ସମୟରେ ନ କରି ଆରମ୍ଭ ରୁ ହିଁ କରାଯିବ ।

ସୂଚନା ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ ଜୁଲାଇ ୩୧ ମଧ୍ୟରେ + ୨ ପରିକ୍ଷା ଫଳକୁ ପ୍ରକାଶିତ କରିବା ପାଇଁ । ଏହା ପରେ ପରୀକ୍ଷା ଫଳ ପ୍ରକାଶ ପାଇବାର ୧ ମାସ ପରେ ସେମାନେ ଅଫଲାଇନ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରିବେ । ଯେଉଁ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ସେମାନେ ଅଫ୍ଲାଇନ ପରୀକ୍ଷା ପାଇଁ ଆବେଦନ କରି ପାରିବେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *