ପ୍ରଥମ ଥର ପାଇଁ ଦେଖନ୍ତୁ ଅଭିନେତା ବିଜୟ ମହାନ୍ତିଙ୍କ ପୁରା ପରିବାରରେ କିଏ କିଏ ଅଛନ୍ତି

ବିଜୟ ମହାନ୍ତି ହେଉଛନ୍ତି ଓଡିଶାର ସେଇ ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଯିଏ ପ୍ରତିଟି ଓଡିଆଙ୍କ ହୃଦୟରେ ରହିଥିବେ । ଓଲିଉଡ ଅଭିନେତା ବିଜୟ ମହାନ୍ତି ଓଡିଶାରେ କିଏ ବା ନ ଜାଣେ । ଲୋକମାନେ  ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । ଓଲିଉଡର ଅଧିକାଂଶ ଫିଲ୍ମରେ ବିଜୟ ମହାନ୍ତିଙ୍କୁ ଆପଣ ଦେଖିଥିବେ । ହେଲେ ଗତ କାଲି ସେ ଅଋ ଦୁନିଆ ଛାଡି ଚାଲି ଯାଇଛନ୍ତି । ଯାହାକି ପୁରା ଓଲିଉଡ ସମେତ ସମସ୍ତ ଓଡିଶା ବାସୀଙ୍କୁ ଦୁଃଖରେ ଭସାଇ ଦେଇଛି ।

ବନ୍ଧୁଗଣ ହୃଦଘାତରେ ପୀଡିତ ହୋଇ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବନ୍ଧୁଗଣ ଏହି ଖବର ଶୁଣି ଆପଣମାନେ ମଧ୍ୟ ବହୁତ ଦୁଖ ଅନୁଭବ କରିଥିବେ । ହେଲେ ଏହା ସତ ଯେ ବିଜୟ ମହାନ୍ତି ଆଉ ଏହି ଦୁନିଆରେ ନାହାନ୍ତି । ଚିକିତ୍ସିତ ହେଉଥିବା ସମୟରେ ବିଜୟ ମହାନ୍ତି ନିଜ ଘରକୁ ଯିବା ପାଇଁ କହିଥିଲେ । ଯାହାଫଳରେ ତାଙ୍କୁ ଗତ ମାସରେ ଭୁବନେଶ୍ବରକୁ ଅଣାଯାଇଥିଲା ।ବିଜୟ ମହାନ୍ତିଙ୍କ ପରିବାର ଲୋକ ବିଜୟ ମହାନ୍ତିଙ୍କୁ ଘରକୁ ନେଇ ଆସିଥିଲେ ଏବଂ ଘର ମଧ୍ୟରେ ବିଜୟଙ୍କର ଚିକିତ୍ସା କରାଯାଉଥିଲା ।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ସମସ୍ତ ପ୍ରକାରର ଅଭିନୟ କରିଥିଲେ । ବିଜୟ ମହାନ୍ତି ଜଣେ ଲୋକପ୍ରିୟ ଅଭିନେତା ଥିଲେ । ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରୁଥିଲେ । ଏକ ଭଲ ହିରୋ ରୁ ନେଇ ଭଲ ବାପାର ଅଭିନୟ ବିଜୟ ମହାନ୍ତି ଓଡିଆ ଇଣ୍ଡଷ୍ଟ୍ରିରେ କରିଥିଲେ । ତାଙ୍କ ମୃତ୍ୟୁର ଖବର ଶୁଣି ସମସ୍ତଙ୍କ ମନ ଦୁଃଖରେ ଭରିଯାଇଛି । ବହୁତ ଲୋକ ତାଙ୍କ ମୃତ୍ୟୁର ଖବରକୁ ବିଶ୍ଵାସ କରୁ ନାହାନ୍ତି । ହେଲେ ବନ୍ଧୁଗଣ ଏହା ସତ ଯେ, ବିଜୟ ମହାନ୍ତି ଆଉ ଆମ ସହ ନାହାନ୍ତି ।

ଭୁବନେଶ୍ବରର କେୟାର ହସ୍ପିଟାଲରେ ବିଜୟ ମହାନ୍ତିଙ୍କ ଚିକିତ୍ସା କରାଯାଉଥିଲା । ହେଲେ ୧୫ ଦିନ ତଳେ ବିଜୟ ମହାନ୍ତି ନିଜ ଘରକୁ ଯିବା ପାଇଁ ଜିଦି କରିଥିଲେ । କିନ୍ତୁ ଗତକାଲି ସନ୍ଧ୍ୟା ସମୟରେ ବିଜୟଙ୍କ ସ୍ୱାସ୍ଥ୍ୟ ଅବସ୍ତା ଗୁରୁତର ହୋଇଯାଇଥିଲା । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ କେୟାର ହସ୍ପିଟାଲ ନିଆଯାଇଥିଲା । ହେଲେ ସେତେବେଳେକୁ ବହୁତ ଡେରି ହୋଇସାରିଥିଲା । ଡାକ୍ତର ବିଜୟ ମହାନ୍ତିଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ଶୁଣିବା ପରେ ସମସ୍ତଙ୍କ ମନରେ ଶୋକରଛାୟା ଖେଳିଯାଇଛି । ବିଜୟ ମହାନ୍ତିଙ୍କ ବିନା ଓଡିଆ ଇଣ୍ଡଷ୍ଟ୍ରି ଅଧୁରା ରହିଯାଇଛି ।

ଯଦି ତାଙ୍କ ପରିବାର ବିଷୟରେ କଥା ହେବା ତେବେ ବିଜୟ ମହାନ୍ତି ଙ୍କ ସ୍ତ୍ରୀଙ୍କ ନାମ ତନ୍ଦ୍ରା ରାୟ, ସେ ରିଲ ଲାଇଫରୁ ତନ୍ଦ୍ରା ରାୟ ଙ୍କୁ ଭଲ ପାଇ ରିୟଲ ଲାଇଫ ରେ ବିବାହ କରିଥିଲେ । ବିଜୟ ମହାନ୍ତି ଙ୍କର ଏକ ମାତ୍ର ଝିଅ ଅଛନ୍ତି ଓ ତାଙ୍କର ବିବାହ ହୋଇ ସାରିଛି । ତାଙ୍କର ଗୋଟିଏ ନାତି ଓ ଗୋଟିଏ ନାତୁଣୀ ଅଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *