ବନ୍ଧୁଗଣ ଆମେ ଶୋଇବା ସମୟରେ ବହୁତ ପ୍ରକାର ସ୍ଵପ୍ନ ଦେଖିଥାଉ । ଯେମିତିକି ବହୁତ ଭୟଙ୍କର ସ୍ଵପ୍ନ ଦେଖିଥାଉ, ବା କିଛି ଭଲ ସ୍ଵପ୍ନ ଦେଖିଥାଉ । ଆମେ ଯାହା ସ୍ଵପ୍ନ ଦେଖିଥାଉ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଦେଇଥାଉ । ଆଜି ଏହି ଲେଖା ମାଧ୍ୟମରେ ଚାରୋଟି ସ୍ଵପ୍ନ ବିଷୟରେ ଆଲୋଚନା କରିବା । ଯାହା ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା ମନୁଷ୍ୟ କୌଣସି କାମରେ ସଫଳ ହୋଇନଥାଏ ।

ନିଜ ମୃତ୍ୟୁ :-
ଯଦି ଆପଣ ଶୋଇବା ସମୟରେ ନିଜ ମୃତ୍ୟୁ ବିଷୟରେ ସ୍ଵପ୍ନ ଦେଖୁଛନ୍ତି । ତେବେ ଏହି କଥାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ। କାରଣ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯଦି ଆପଣ ଏପରି ସ୍ଵପ୍ନ ଦେଖୁଛନ୍ତି ତେବେ ଜାଣନ୍ତୁ ଆପଣଙ୍କର ବହୁତ ବଡ ସମସ୍ୟା ଦୂର ହେବାକୁ ଯାଉଛି । ଦୁଃଖର ଦିନ ଯାଇ ସୁଖର ଦିନ ଆସୁଛି, ଯଦି ଆପଣ ଏହି ସ୍ଵପ୍ନ ବିଷୟରେ ଅନ୍ୟ ଆଗରେ ପ୍ରକାଶ କରୁଛନ୍ତି ଏହି ସ୍ଵପ୍ନର ପ୍ରଭାବ ନଷ୍ଟ ହୋଇଯାଇଥାଏ । ଭୁଲରେ ମଧ୍ୟ ଏହି ସ୍ଵପ୍ନ ବିଷୟରେ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।

ଜଙ୍ଗଲରେ ବୁଲୁଥିବା :-
ଯଦି ଆପଣ ଶୋଇବା ସମୟରେ ଜଙ୍ଗଲରେ ବୁଲୁଥିବାର ବ ନଦୀ କୂଳରେ ବସିଥିବ ସ୍ଵପ୍ନ ଦେଖୁଛନ୍ତି । ଏହି କଥା ଭୁଲରେ ବି କାହାକୁ କୁହନ୍ତୁ ନାହିଁ। କାରଣ ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଓ ଆପଣ ବହୁତ ବଡ କାମରେ ସଫଳତା ହାସଲ କରିବାକୁ ଯାଉଛନ୍ତି ।

ଗାଈ ବାଛୁରି ଚରୁଥିବା :-
ଯଦି ସ୍ଵପ୍ନରେ ଗାଈ ବାଛୁରି ଏକ ସାଙ୍ଗରେ ଚରୁଥିବାର ସ୍ଵପ୍ନ ଦେଖୁଛନ୍ତି, ଆପଣ ଭବିଷ୍ୟତରେ କୋଟିପତି ହେବାର ଆଶଙ୍କା ରହିଛି । ଯଦି ଆପଣ ଏହି କଥା ଅନ୍ୟମାନଙ୍କ ଆଗରେ ପ୍ରକାଶ କରି ଦେଉଛନ୍ତି ତେବେ ଆପଣଙ୍କର ଆଶା ଆଶାରେ ରହିଯିବା । ମାନେ ଏହି ସ୍ଵପ୍ନର ପ୍ରଭାବ କମିଯାଇଥାଏ । ଭୁଲରେ ବି ଏହି ସ୍ଵପ୍ନ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।

ସାପର ସ୍ଵପ୍ନ :-
ଯଦି ଆପଣ ଶୋଇବା ସମୟରେ ସାପର ସ୍ଵପ୍ନ ଦେଖୁଛନ୍ତି ତ ଜାଣୀ ନିଅନ୍ତୁ ଯେ ଆପଣଙ୍କ ମାନସନମାନର ବୃଦ୍ଧି ଘଟିବାକୁ ଯାଉଛି । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ ଅନ୍ୟମାନଙ୍କୁ ଜଣାଇ ଦେଉଛନ୍ତି, ତାହେଲେ ଏହାର ପ୍ରଭାବ ନଷ୍ଟ ହୋଇଯାଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।