ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଭୟଙ୍କର ତଥ୍ୟ, ଆମ୍ବୁଲାନ୍ସ ଡ୍ରାଇଭର ଦେଲେ ଏଭଳି ବୟାନ… କଣ କହିଲେ ଦେଖନ୍ତୁ Video

ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ଘ-ଟ-ଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ପ୍ରଥମେ ବିଦ୍ୟା ଭାରତୀଙ୍କ ଅନେକ ପ୍ରକାର ଭାଷାରେ ଲେଖଥିବା ହାତ ଲେଖା ଚିଠି ସାମନାକୁ ଆସୁଛି ତ ଆଉ କେତେକ ସମୟରେ ଡିଏଫଓଙ୍କ ଉପରେ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ସନ୍ଦେହ କରା ଯାଉଛି ।

ଆଉ କେତେକ ତଦନ୍ତ ଅନୁସାରେ ବିଦ୍ୟା ଭାରତୀଙ୍କ ହଷ୍ଟେଲ ରୁମକୁ ସିଚ କରା ଯାଇଛି ତ ତାଙ୍କ ପରିବାର ଲୋକେ ବିଦ୍ୟା ଭାରତୀଙ୍କୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି । ଏହା ଛଡା ସୋମ୍ୟଙ୍କ ସହ ଦୁ-ର୍ଘ-ଟ-ଣା ଘଟିବା ସମୟରେ ତାଙ୍କ ଶରୀରର ୯୫% ପୋଡି ଯାଇଥିଲା କିନ୍ତୁ ବିଦ୍ୟା ଭାରତୀଙ୍କର କାହିଁକି କିଛି ହୋଇ ନ ଥିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ଛକ ନିକଟରେ ଆମ୍ବୁଲାନ୍ସ ଅଟକିବାକୁ ନେଇ ତଦନ୍ତ ଚାଲୁ ରହିଛି । ଗତ କାଲି ବିଳମ୍ବିତ ରାତିରେ ଆମ୍ବୁଲାନ୍ସ ଡ୍ରାଇଭରକୁ ପାରଳାଖେମୁଣ୍ଡି ପୋଲିସ ପଚରାଉଚରା କରିଥିବା ଜଣା ପଡିଛି ।

ଡ୍ରାଇଭର ନିଜ ରାଏ ରେ କହିଛନ୍ତି ସୋମ୍ୟଙ୍କ ସହ ଆମ୍ବୁଲାନ୍ସରେ କେହି ବି ନ ଥିଲେ । ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଫରେଷ୍ଟ ଗେଟ ପାଖରେ ସୋମ୍ୟଙ୍କ ସହ ଯିବା ପାଇଁ ବାହାରି ଥିଲେ ଯାହା ପାଇଁ ୧୦ରୁ ୧୫ ମିନିଟ ଯାଏଁ ଆମ୍ବୁଲାନ୍ସ ଅଟକିଥିଲା । ବିଦ୍ୟା ଭାରତୀ ବ୍ଯାଗରେ କିଛି ଜିନିଷ ଧରି ଆସିବା ଯାଏଁ ଅପେକ୍ଷା କରିବାକୁ ଆମ୍ବୁଲାନ୍ସର ଡ୍ରାଇଭରକୁ କହିଥିଲେ । ଜଣେ ମ୍ୟାଡମ ପୋଲିସ ଡ୍ରେସ ପିନ୍ଧି ବ୍ୟାଗ ଧରି ଆସିବା ପରେ ଆମ୍ବୁଲାନ୍ସ ହସପିଟାଲ କୁ ଯାଇଥିଲା ।

ଆମ୍ବୁଲାନ୍ସ ପଛରେ ଗୋଟେ ବୋଲର ଗାଡି ଯାଉଥିଲା ବୋଲି ଡ୍ରାଇଭର କହିଛନ୍ତି । ଏହା ପରେ ଆମ୍ବୁଲାନ୍ସ ଓଶାଣି ଛକରେ ରହିଥିଲା । ବୋଲରରୁ ଜଣେ ମ୍ୟାଡମ ଆସି ଆମ୍ବୁଲାନ୍ସ ରେ ବସିବା ପରେ ଆମ୍ବୁଆଲାନ୍ସ ସାଙ୍ଗେ ସାଙ୍ଗେ ସେଠାରୁ ହସ୍ପିଟାଲ କୁ ନିଆ ଯାଇଥିଲା ।

ଗୋପାଳପୁର ଛକରେ ଡ୍ରାଇଭର କନଫର୍ମ ହେବା ପାଇଁ ଆମ୍ବୁଲାନ୍ସ ୨ ମିନିଟ ରଖିଥିଲା ଯେ ସୋମ୍ୟଙ୍କୁ କେଉଁ ହସପିଟାଲ ନେବେ । ବିଦ୍ୟା ଭାରତୀ ବରମପୁର ମେଡିକାଲ ନ ଯାଇ କଟକ ଏସିବି ହସ୍ପିଟାଲ ଯିବା ପାଇଁ ଡ୍ରାଇଭରକୁ କହିଥିଲେ ।

ଗାଡି ଯେତିକି ନରମାଲ ସ୍ପିଡ ରେ ଯିବା କଥା ସେହି ଅନୁସାରେ ଯାଇଥିଲା ବୋଲି ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି । ସୋମ୍ୟ ଙ୍କୁ ଏସିବି ହସ୍ପିଟାଲରେ ପହଞ୍ଚିବା ବେଳକୁ ସକାଳ ୬ଟା ୩୦ ରୁ ୭ଟା ହୋଇ ଯାଇଥିଲା ବୋଲି ଡ୍ରାଇଭର କହିଛନ୍ତି । ଏହି ପରି ଭାବେ ଆମ୍ବୁଲାନ୍ସ ଡ୍ରାଇଭର ସୋମ୍ୟଙ୍କୁ ହସ୍ପିଟାଲ ନେବା ସମୟରେ କଣ ସବୁ ହୋଇଥିଲା ତାହାର ସଂକ୍ଷିପ୍ତ ବିବରଣୀ ପୋଲିସକୁ ଜଣାଇଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜାଣିବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *