Aadhaar Update: UIDAI ଆଧାର କାର୍ଡକୁ ନେଇ ତିଆରି କଲା ନୂଆ ନିୟମ, ଜାଣନ୍ତୁ କଣ ହୋଇଛି ପରିବର୍ତ୍ତନ, ଜଲ୍ଦି ଦେଖନ୍ତୁ

UIDAI ଅର୍ଥାତ ଆଧାର କାର୍ଡକୁ ନେଇ ପୁଣି କିଛି ନୂଆ ସୂଚନା ଜାରି ହୋଇଛି । ଆଧାର କାର୍ଡରେ କିଛି ନିୟମ ପରିବର୍ତ୍ତନ କରାଯାଇଛି । ଯାହାକି ସମସ୍ତଙ୍କ ଉପରେ ପ୍ରଭାବ ପକାଇବ । କେବଳ ଧନୀ ନୁହନ୍ତି କି କେବଳ ଗରିବ ନୁହନ୍ତି ଏହା ଦ୍ଵାରା ସମସ୍ତେ ପ୍ରଭାବିତ ହେବେ । ତେବେ ଚଲାନ୍ତୁ ଜାଣିବା ଆଧାର କାର୍ଡର ନୂଆ ସମସ୍ତ ନିୟମ ସବୁ କଣ । UIDAI ପୁଣି ଥରେ ଆଧାର କାର୍ଡରେ କିଛି ପରିବର୍ତ୍ତନ ଆଣିଛି । UIDAI ଆଧାର କାର୍ଡର ପ୍ରସ୍ତୁତି ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରିଛି ।

ଏହି ନୂଆ ନିୟମ ଅନୁସାରେ ୫ ବର୍ଷରୁ କମ ପିଲାମାନଙ୍କ ପାଇଁ ବର୍ତ୍ତମାନ କୌଣସି ବି ପ୍ରକାରର ବାୟୋମେଟ୍ରିକ ଡିଟେଲ୍ସ ଦରକାର ପଡିବ ନାହିଁ । କିନ୍ତୁ ଶିଶୁ ୫ ବର୍ଷର ହୋଇଗଲେ ତେବେ ଯାଇ ବୟୋମେଟ୍ରିକ ସୂଚନା ବାଧ୍ୟତାମୂଳକ ଅଟେ ।

ବର୍ତ୍ତମାନ ଶିଶୁର ଆଧାର କାର୍ଡ ପ୍ରସ୍ତୁତି ପାଇଁ ଜରୁରୀ କାଗଜ ପତ୍ର ରୂପରେ ଶିଶୁର ମାତା ପିତା କିମ୍ବା ଅଭିଭାବକମାନଙ୍କ ପାସପୋର୍ଟ, ପ୍ୟାନ କାର୍ଡ, ଭୋଟର ଆଇଡ଼ି, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ନରେଗା ଜବ କାର୍ଡକୁ ସାମିଲ କରାଯାଇଛି । ସେହିଭଳି ଠିକଣା ପ୍ରମାଣ ପତ୍ର ପାଇଁ ବ୍ୟାଙ୍କ ସ୍ଟେଟମେନ୍ଟ କିମ୍ବା ପାସବୁକ, ପୋସ୍ଟ ଅଫିସ ଆକାଉଣ୍ଟ ସ୍ଟେଟମେନ୍ଟ ଓ ରାଶନ କାର୍ଡ ଦେବା ପାଇଁ ନିର୍ଦେଶ ଦିଆ ଯାଇଛି । କିନ୍ତୁ ଯଦି ଆପଣ ନିଜ ଶିଶୁର ଆଧାର କାର୍ଡ ତିଆରି କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ UIDAIର ୱେବସାଇଟକୁ ଯାଆନ୍ତୁ ।

ଯେଉଁଠି ଆପଣ ଆଧାର କାର୍ଡ ରେଜିଷ୍ଟ୍ରେଶନର ବିକଳ୍ପକୁ ବାଛନ୍ତୁ । ଏଥିରେ ନିଜର ସମସ୍ତ ଜରୁରୀ ସୂଚନା ଯେମିତି କି ପିଲାର ନାଁ କିମ୍ବା ଅନ୍ୟ ସମସ୍ତ ବାୟୋମେଟ୍ରିକ ସୂଚନା ଦିଅନ୍ତୁ । ଘରର ଠିକଣା ଓ ସମସ୍ତ ପ୍ରକାରର ସୂଚନା ଦେଇ ସବମିଟ କରନ୍ତୁ । ଏହା ପରେ ଆଧାର କାର୍ଡ ପାଇଁ ରେଜିଷ୍ଟ୍ରେଶନ ନିର୍ଧାରିତ ପାଇଁ ଆପଣ ଆପଏଟମେଣ୍ଟ ଉପରେ କିଳ୍କ କରନ୍ତୁ । ଆପଣଙ୍କ ଅଞ୍ଚଳରେ ପାଖାପାଖି ଏନରୋଲମେଣ୍ଟ ସେଣ୍ଟର ବାଛି ନିଜର ଆପଏଟମେଣ୍ଟ ନିର୍ଧାରିତ କରନ୍ତୁ ।

ସଠିକ ତାରିଖରେ ସଠିକ ସମୟରେ ସେହି ସେଣ୍ଟରକୁ ଯାଇ ନିଜର ଆଧାର କାର୍ଡ ତିଆରି କରି ନିଅନ୍ତୁ । ଏନରୋଲମେଣ୍ଟ ସେଣ୍ଟର ନିଜର ପରିଚୟ ପତ୍ର, ଠିକଣା ପ୍ରମାଣ ପତ୍ର, ସମ୍ପର୍କ ପ୍ରମାଣ, ଜନ୍ମ ପ୍ରମାଣ ପତ୍ର ଭଳି ସମସ୍ତ ଜରୁରୀ ପ୍ରମାଣ ପତ୍ର ନିଜ ସହିତ ନେଇ ଯାଆନ୍ତୁ । ଆଧାର କେନ୍ଦ୍ରରେ ଉପସ୍ଥିତ ଥିବା ଅଧିକାରୀ ଆପଣଙ୍କର ସମସ୍ତ ଡକୁମେନ୍ଟର ଯାଞ୍ଚ କରିବେ ତେବେ ଯଦି ଆପଣଙ୍କ ପିଲା ୫ ବର୍ଷରୁ ଅଧିକ ଅଟେ ତେବେ ବାୟୋମେଟ୍ରିକ ସୂଚନା ନିଆଯିବ ।

କିନ୍ତୁ ୫ ବର୍ଷରୁ କମ ବୟସର ପିଲାମାନଙ୍କର ବାୟୋମେଟ୍ରିକ ଡାଟା ଆବଶ୍ୟକ ନାହିଁ । କେବଳ ଡେମୋଗ୍ରାଫ ଡାଟା ଓ ଶିଶୁର ମୁହଁର ପରିଚୟ ଦରକାର । ୬୦ ଦିନ ମଧ୍ୟରେ ଆପଣଙ୍କ ମୋବାଇଲକୁ ଏକ ମ୍ୟାସେଜ ଯିବ ଓ ୯୦ ଦିନ ମଧ୍ୟରେ ଆପଣଙ୍କ ପାଖକୁ ଆପଣଙ୍କ ଶିଶୁର ଆଧାର କାର୍ଡ ପହଞ୍ଚିଯିବ ।

Leave a Reply

Your email address will not be published. Required fields are marked *