Sidharth Shuklaଙ୍କ ପରେ ଆଉ ଜଣେ Bollywood ଫେମସ ଅଭିନେତାଙ୍କର ହାର୍ଟ ଅଟାକରେ ହେଲା ମୃତ୍ୟୁ

କିଛି ଦିନ ପୂର୍ବେ ହିଁ ବିଗ ବସ ବିଜେତା ହୋଇ ସାରିଥିବା ସିଦ୍ଧାର୍ଥ ଶୁକ୍ଲାଙ୍କ ନିଧନର ଦୁଃଖଦ ଖବର ସାମ୍ନାକୁ ଆସି ଥିଲା । ଏହା ପରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇ ଥିଲା । ସିଦ୍ଧାର୍ଥ ଶୁକ୍ଲାଙ୍କ ଅଚାନକ ବିୟୋଗରେ ସମସ୍ତେ ଭାଙ୍ଗି ଯାଇ ଥିଲେ । ତାଙ୍କର ନିଧନ ପରେ ବର୍ତ୍ତମାନ ବଲୀଉଡ ଇଣ୍ଡଷ୍ଟ୍ରିରୁ ପୁଣି ଏକ ଖରାପ ଖବର ସାମ୍ନାକୁ ଆସୁଛି । ଏମଟିଭି ଲଭ ସ୍କୁଲ ଫେମ ଜଗନୁର ଅନେଜାଙ୍କ କାର୍ଡିୟକ ଅରେସ୍ଟ କାରଣରୁ ନିଧନ ହୋଇଛି ।

ରିପୋର୍ଟ ଅନୁସାରେ ଜଗନୁର ଅନେଜା ମିଶ୍ର ଦେଶରେ ବୁଲିବାକୁ ଯାଇ ଥିଲେ ଓ ସେଠି ତାଙ୍କର ନିଧନ ହୋଇଛି । ଏମଟିଭି ଲଭ ସ୍କୁଲ ଫେମ ଜଗନୁର ଅନେଜା ଜଣେ ମଡେଲ ଓ ଗ୍ରୂମିଂଗ ଏକ୍ସପର୍ଟ ଥିଲେ । ସେ କିଛି ଦିନ ପୂର୍ବେ ହିଁ ମିଶ୍ର ଦେଶ ବୁଲିବା ପାଇଁ ଯାଇ ଥିଲେ ।

ଯେଉଁ ସ୍ଥାନରୁ ଜଗନୁର ଅନେଜା ନିଜର କିଛି ଫଟୋ ଓ ଭିଡିଓ ନିଜର ଫ୍ୟାନମାନଙ୍କ ସହିତ ଶେୟାର କରିଥିଲେ । କିନ୍ତୁ ଏହା ମଧ୍ୟରେ ତାଙ୍କର ନିଧନ ଖବର ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜଗନୁର ଅନେଜା ନିଧନର ଦୁଇ ଦିନ ପୂର୍ବରୁ ହିଁ ଇଜ୍ପିଟରୁ ନିଜର ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ଜଗନୁର ଅନେଜା ପିରାମିଡଙ୍କ ସାମ୍ନାରେ ମସ୍ତି କରୁଥିବାର ନଜର ଆସିଥିଲେ ।

ସୋସିଆଲ ମିଡିଆରେ ଷ୍ଟାର ଓ ତାଙ୍କର ଫ୍ୟାନମାନେ ଜଗନୁର ଅନେଜାଙ୍କ ଫଟୋ ଓ ଭିଡିଓକୁ ଶେୟାର କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ସହିତ ଫ୍ୟାନ ଓ ଷ୍ଟାର ଜଗନୁର ଅନେଜାଙ୍କ ସହିତ ନିଜର ସ୍ମୃତିକୁ ମନେ ପକାଇ ତାହା ସମସ୍ତଙ୍କ ସହିତ ଶେୟାର କରୁଛନ୍ତି । କହିଦେଉଛୁ କି ଜଗନୁର ଅନେଜା ଟେଲିଭିଜନ ରିୟାଲିଟି ଶୋ ‘MTV Love School’ର ପ୍ରତିଯୋଗୀ ରହିସାରିଛନ୍ତି । ଜଗନୁର ଅନେଜା ‘MTV Love School ପ୍ରଥମ ଓ ଦ୍ଵିତୀୟ ଦୁଇଟି ସିଜିନର ଅଂସ ରହିସାରିଛନ୍ତି । ଏହି ସ୍ଥାନରୁ ସେ ନିଜର ପରିଚୟ କରିଥିଲେ ।

କହିଦେଉଛୁ କି ଏହା ପୂର୍ବରୁ ୨ ସେପ୍ଟେମ୍ବର ଦିନ ପ୍ରସିଦ୍ଧ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅଚାନକ ମୃ-ତ୍ୟୁ ସମସ୍ତଙ୍କୁ ଆଚମ୍ବିତ କରି ଦେଇଥିଲା । ସିଦ୍ଧାର୍ଥଙ୍କ ୪୦ ବର୍ଷ ବୟସରେ ହୃଦଘାତ କାରଣରୁ ତାଙ୍କର ନିଧନ ହୋଇଥିଲା । ସିଦ୍ଧାର୍ଥଙ୍କ ମୃ-ତ୍ୟୁ ଖବର ମିଳିବା ପରେ ତାଙ୍କର ଫ୍ୟାନ ଓ ପୁରା ମନୋରଞ୍ଜନ ଜଗତକୁ ଏକ ବହୁତ ବଡ ଶାକ୍ତ ଆଘାତ ଲାଗି ଥିଲା । ବର୍ତ୍ତମାନ ଜଗନୁର ଅନେଜାଙ୍କ ନିଧନ ଇଣ୍ଡଷ୍ଟ୍ରିକୁ ଆହୁରି ଏକ ଝଟକା ।

Leave a Reply

Your email address will not be published. Required fields are marked *