ଡଙ୍ଗା ନେଇ ଏକାଏକା ଉଦ୍ଧାର କରିଥିଲେ ମାନସ । Arindam ଙ୍କ ମୃତ୍ୟୁ ପରେ ସେଦିନର ଛାତିଥରା କାହାଣୀ କହିଲେ Manas

ଓଟିଭିର ମୁଖ୍ୟ ସାମ୍ବାଦିକ ଓ ରିପୋର୍ଟର ଅରବିନ୍ଦ ଦାସଙ୍କ ବିୟୋଗରେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି । ଅରବିନ୍ଦ ଦାସଙ୍କୁ ନଦୀ ମଧ୍ୟରୁ କୂଳକୁ ଆଣିଥିବା ବ୍ୟକ୍ତିର ବି ବୟାନ ବର୍ତ୍ତମାନ ସାମ୍ନାକୁ ଆସୁଛି । ମାଛ ଧରାଳି ମାନସ ବେହେରା କହୁଛନ୍ତି କି ପ୍ରଥମେ ଯେତେବେଳେ ମୁଁ ଦେଖିଲି କି ବୋର୍ଟଟି ଓଲଟି ଗଲା । ତେବେ ମୋ ଆଖି ସାମ୍ନାରେ ବୁଡି ଯାଉ ଥିବା ଲୋକଙ୍କୁ ଦେଖି ମୁଁ ସଙ୍ଗେ ସଙ୍ଗେ ପାଖରେ ବନ୍ଧା ହୋଇଥିବା ଗୋଟିଏ ଛୋଟ ଡଙ୍ଗାକୁ ନେଇ ତାଙ୍କ ପାଖକୁ ଗଳି ଓ ଦୁଇ ଜଣ ODRF ଲୋକଙ୍କୁ ଉଦ୍ଧାର କରି ତାଙ୍କୁ କୂଳରେ ଛାଡି ଆସିଲି ।

ଅକାତ ଅକାତ ପାଣିରେ ମୁଁ ମୋର ଜୀବନକୁ ବାଜି ଲଗାଇ ପିଲା ଛୁଆଙ୍କ ଜୀବନକୁ ବାଜି ଲଗାଇ ମୁଁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଥିଲି । ମୁଁ ଯେତେବେଳେ ଡଙ୍ଗା ନେଇ ଯାଇ ଥିଲି ତେବେ କିଛି ଲୋକମାନେ କୂଳରେ ଛିଡା ହୋଇ ଚିତ୍କାର କରି କହୁଥିଲେ କି ସେହି ଲୋକକୁ ଉଦ୍ଧାର କର ।

ଆଉ ଜଣେ ଯାଉଛନ୍ତି ଓ ମୁଁ ମୋର ଡଙ୍ଗାକୁ ତାଙ୍କ ପାଖକୁ ନେଇ ଯାଇ ଦେଖିଲି ତ ସେ ବଞ୍ଚିଛନ୍ତି । ମୁଁ ସେହି ସମୟ ପର୍ଯ୍ୟନ୍ତ ଜାଣି ନ ଥିଲି କି ସେ ଅରବିନ୍ଦ ଭାଇ ବୋଲି । ଏହି କଥା କହୁ ଥିବା ସମୟରେ ମାନସ କାନ୍ଦି ପକାଉ ଥିଲେ ।

କହିଦେଉଛୁ କି ମାନସ ନିଜର ଛୋଟ ଡଙ୍ଗାରେ ODRFର ଦୁଇ ଜଣ ସଦସ୍ୟଙ୍କୁ ବଞ୍ଚାଇ କୂଳକୁ ଆଣିଥିଲେ । ପ୍ରଥମେ ଯେତେବେଳେ ମୁଁ ଦୁଇ ଜଣ ODRF ଟିମର ସଦସ୍ୟଙ୍କୁ ପାଣିରେ ଦେଖିଲେ ତେବେ ଜଣଙ୍କୁ ବହୁତ କଷ୍ଟରେ ଡଙ୍ଗା ଉପରକୁ ଆଣିଲି ।

ଏହା ପରେ ମୋର ଆଉ ଶକ୍ତି ପାଇଲା ନାହିଁ ଅନ୍ୟ ଜଣଙ୍କୁ ବଞ୍ଚାଇବା ପାଇଁ ଓ ମୋ ଛାତିରେ ବି ମାଡ ହେଇ ଥିଲା । ମୁଁ ବଞ୍ଚାଇ ଥିବା ଭାଇଙ୍କୁ କହିଲି କି ମୋର ଶକ୍ତି ପାଊ ନାହିଁ ଆପଣ ଟିକେ ସାହାର୍ଯ୍ୟ କରନ୍ତୁ । ସେହି ଭାଇ ଅନ୍ୟ ଜଣଙ୍କୁ ଉଠାଇଲେ । ସେ ଆଗକୁ କହିଲେ କି ସେ ଯେତେବେଳେ ଅରିନ୍ଦମଙ୍କ ପାଖକୁ ଗଲେ ତେବେ ଦେଖିଲେ କି ଅରିନ୍ଦମ ସେହି ସମୟରେ ଆଖି ଖୋଲୁ ଥିଲେ ଓ ବନ୍ଦ କରୁଥିଲେ । ହାତ ଛାଟୁ ଥିଲେ । ମୁଁ ସମସ୍ତଙ୍କୁ ଚିତ୍କାର କରି ଡାକୁ ଥିଲି ।

କିନ୍ତୁ ସେହି ସମୟରେ କେହି ବି ମୋ ପାଖକୁ ଆସିଲେ ନାହିଁ । ଏହା ସହିତ ମୋର ଛୋଟ ଡଙ୍ଗା ଥିଲା ମୁଁ ବଞ୍ଚିବି କି ନାହିଁ ଏହା କଥା ବି ମୋ ମନରେ ବୁଲୁ ଥିଲା । ତଥାପି ମୁଁ ମୋର ଜୀବନକୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଛି । କିନ୍ତୁ ଏହା ସତ୍ବେ ବି କିଛି ସମୟ ପରେ ସେ ଜାଣି ପାରିଲେ କି ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ମୃ-ତ୍ୟୁ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *