ଅଧିକ ନ ଖାଉଥିଲେ ବି ମୋଟା ହୋଇଯାଉଛନ୍ତି କି ? ଦେଖନ୍ତୁ କଣ କହୁଛନ୍ତି Dr. Mousumi Mishra

ଆଜିର ଦୁନିଆରେ କିଏ ବା ବ୍ୟସ୍ତତା ଭିତରେ ରହୁ ନାହି । ଛୋଟ ଠାରୁ ଆରମ୍ଭ କରି ବଡ ମାନସୀ ଯାଏ ସମସ୍ତେ ତାଙ୍କ ପାଇଁ ବ୍ୟସ୍ତରେ ରହୁଛନ୍ତି । କିନ୍ତୁ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଉ ନାହାନ୍ତି । ସକାଳୁ ଉଠିବ ପରେ ଯେତେ କାମ ଥିଲେ ମଧ୍ୟ ସକାଳୁ କିଛି ଖାଇବା ଉଚିତ । ଅଧିକାଂଶ ନାରୀମାନେ ଅଧିକ ନ ଖାଉଥିଲେ ମଧ୍ୟ ମୋଟା ହୋଇ ଯାଉଛନ୍ତି ଯାହା ଆଜିକାଲି କ୍ଷେତ୍ରରେ ଦେଖା ଯାଉଛି । ମହିଳା ମାନଙ୍କର ୩୦ ବର୍ଷ ଓ ପୁରୁଷ ମାନଙ୍କର ୪୦ ବର୍ଷ ପରେ ଖାଦ୍ୟ ଠିକ ଭାବେ ହଜମ ହେଉ ନାହି ।

ଯଦି ଛୋଟ ପିଲା ମାନେ ଚିପ୍ସ ଖାଇବାକୁ ଜିଦି କରୁଛନ୍ତି ତେବେ ତାଙ୍କୁ ଦେବା ପରେ କୁହନ୍ତୁ ସେଥିରେ କଣ ଲେଖା ଯାଇଛି । ଯାହା ଦ୍ଵାରା ସେ ଜାଣିପାରିବ କି ଏହା ଖାଇବା ଦ୍ଵାରା ଆଗକୁ ଯାଇ ସେ ମୋଟା ହୋଇପାରେ । ଠିକ ସେହିପରି ନାରୀ ମାନଙ୍କ କ୍ଷେତ୍ରରେ ବୟସ ହେବା ପରେ ଖାଦ୍ୟ ଠିକ ଭାବେ ହଜମ ହୁଏ ଆହି ଯାହା ଫଳରେ ସେମାନେ ମୋଟା ହୋଇଥାନ୍ତି ।

ଖାଦ୍ଯରେ କିଛି ଜିନିଷ ଆଡ କରିବା ଦରକାର ଯେମିତିକି ଦହି ପାଣି, ଶାଗ, ସାଲାଟ ଇତ୍ୟାଦି । ପ୍ରତେକ ଦିନ ଭାତ ଖାଇବା ସମୟରେ ଦହି ଖାଇବା ଉଚିତ । ଏଥିରେ ଥିବା ଭିଟାମିନ ଆମ ଶରୀର ପାଇଁ ଭଲ ହୋଇଥାଏ । ଏହା ବ୍ଯତୀତ ବିଭିନ୍ନ ପ୍ରକାରର ଶାଗ ପ୍ରତେକ ଦିନ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।

ଏହା ଶ ଯେତେ ପ୍ରକାରର କଞ୍ଚା ପରିବା ଯେମିତି ଗାଜର, ବିଟ, ମୂଳା, ଗଜାମୁଗ, ମଟର, ଅମୃତଭଣ୍ଡା ଇତ୍ୟାଦି ସାଲାଟ ରେ ଆଡ କରି ପାରିବେ । କାକୁଡି ମଧ୍ୟ ସାଲାଟରେ ଆଡ କରି ପାରିବେ । ସାଲାଟ ଆପଣ ରାତିରେ ଖାଦ୍ୟ ରେ ମଧ୍ୟ ଆଡ କରି ପାରିବେ । ଏହା ସହ ଫଳ ମଧ୍ୟ ସାଲାଟ ଭାବେ ଖାଇ ପାରିବେ । କିନ୍ତୁ ଫଳ ରସ କୁ ଦୂରେଇ ରଖନ୍ତୁ ।

କାରଣ ଫଳ ରେ ଥିବା ଭିଟାମିନ ସବୁ ରସ ଦ୍ଵାରା ବାହାରି ଯାଇଥାଏ । ଯାହା ପାଇଁ ଶରୀରକୁ ଥିବା ଭାବେ ଭିଟାମିନ ମିଳିପାରି ନାହି । ଏହା ସହ ଖାଇବା ସମୟରେ ଧ୍ୟାନ ଖାଇବା ଉପରେ ଦେବା ଉଚିତ । ଆଜିକାଲି ମହିଳା ମାନେ ଖାଇବା ସମୟରେ ଟିଭି ବା ମୋବାଇଲ ଦେଖି ଖାଉଛନ୍ତି ଯାହା ଦ୍ଵାରା ସେମାନଙ୍କର ଅଧିକ ଧ୍ୟାନ ଖାଦ୍ୟ ଉପରେ ରହୁ ନାହି ।

ଏହା ସହ ଖାଦ୍ୟ କୁ ସବୁବେଳେ ଚୋବାଇ ଚୋବାଇ ଖାଇବା ଦ୍ଵାରା ହଜମ କ୍ରିୟା ଠିକ ଭାବେ ହୋଇଥାଏ । ଜୀବନ ଶୈଳୀ ରେ ପରିବର୍ତ୍ତନ କରିଲେ ମୋଟାପଣ ସମସ୍ଯା ଦେଖାଯିବ ନାହି । ଏହା ସହ ରେଗୁଲାର ପ୍ରତି ଦିନ ସକାଳେ ଓ ରାତି ରେ ବ୍ୟାୟମ କରିବା ଉଚିତ ।

କୌଣସି ଜିମ ଯିବାକୁ ମଧ୍ୟ ପଡିବ ନାହି । ଏହି ସବୁ କାମ ରେଗୁଲାର କରିଲେ ଅଧିକ ଖାଉଥିଲେ ମଧ୍ୟ ମୋଟା ହେବାର ଚାନ୍ସ ଆଉ ରହିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *