ନିଜ ଆୟୁ ବଢେଇବାକୁ ଚାହୁଁଥାନ୍ତି ତେବେ କେବେବି କରନ୍ତୁ ନାହିଁ ଏହି ୬ ଟି କାମ – ଯଦି କରନ୍ତି ତେବେ …

ଜ୍ୟୋତିଷ ଶାସ୍ତ୍ରାନୁସାରେ ପ୍ରତେକ ବ୍ୟକ୍ତିର ଆୟୁ ୧୨୦ ବର୍ଷ ହୋଇଥାଏ । କିନ୍ତୁ ମନୁଷ୍ୟ ନିଜର କର୍ମ, ସ୍ଵଭାବ ଓ ବ୍ୟବହାର ଦ୍ଵାରା ସେ ଆୟୁକୁ କମିଥାଏ । ଶାସ୍ତ୍ରରେ ଲେଖା ଅଛି ଏମିତି କିଛି କର୍ମ କରିବା ଦ୍ଵାରା ମୃତ୍ୟୁ ଦେବତା ଯମରାଜ ଶୀଘ୍ର କ୍ରୋଧିତ ହୋଇ ବ୍ୟକ୍ତିର ଆୟୁ କମ ହେବାକୁ ଲାଗିଥାଏ ।

ଖାଇବା ସମୟରେ ପଢିବା


ଶାସ୍ତ୍ରରେ କୁହାଯାଇଛି ଖାଇବା ସମୟରେ କେବେବି କିଛି ପଢିବା ଉଚିତ୍ ନୁହେଁ । ଏହା କରିବା ଦ୍ଵାରା ଆୟୁ ହାନି ହୁଏ । ଏମିତି କି ଖାଇବା ମଝିରେ ଉଠିଯାଇ ପୁନରାୟ ସେହି ଖାଦ୍ୟକୁ ଖାଇଲେ ଆୟୁ ହାନି ହେବ । ତେଣୁ ଖାଇବା ଶେଷ କରି ଉଠିବା ଉଚିତ୍ ଓ ବଳକା ଖାଦ୍ୟ ନ ଛାଡିବା ଉଚିତ୍ ।

ସର୍ବଦା ମିଛ କହିବା


ସର୍ବଦା ମିଛ କହିବା ମଧ୍ୟ ଆୟୁ ହାନିକାରକ । ଅନେକ ଲୋକଙ୍କର ସ୍ଵଭାବ ସର୍ବଦା ମିଛ କହିବା । ମିଛ କହି କରି କିଛି ସମୟ ପର୍ଯ୍ୟନ୍ତ ରକ୍ଷା ପାଇଗଲେ ମଧ୍ୟ ଭବିଷ୍ୟତରେ ତାର ପରିଣାମ ଭୋଗ କରିବାକୁ ପଡେ । ମିଛ କହିବା ଦ୍ଵାରା ବ୍ୟକ୍ତିର ଅନ୍ତରଆତ୍ମା କଳୁଷିତ ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ, କାହିଙ୍କିନା ମନ ଭିତରେ ସବୁବେଳେ ଚିନ୍ତା ରହେ ବା ଧରା ପଡିଯିବାର ଭୟ ମନକୁ ସବୁବେଳେ ଆନ୍ଦୋଳିତ କରେ । ଯାହାର କୁପ୍ରଭାବ ସିଧା ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଦୀର୍ଘ ଦିନ ବଞ୍ଚିବାକୁ ଚାହୁଁଥିଲେ ମିଥ୍ୟା ଭାଷଣରୁ ଦୂରେଇ ରୁହନ୍ତୁ ।

ସୂର୍ଯ୍ୟ ଉଦୟ ସୂର୍ଯ୍ୟାସ୍ତ ସମୟରେ ଶୋଇବା


ଶାସ୍ତ୍ରାନୁସାରେ ସୂର୍ଯ୍ୟ ଉଦୟ ସୂର୍ଯ୍ୟାସ୍ତ ସମୟରେ ଶୋଇରହିଲେ ଅଶୁଭ ହୋଇଥାଏ । ଯେଉଁମାନେ ଏହି ସମୟରେ ଶୋଇ ରୁହନ୍ତି, କେବେବି ସମାନେ କୌଣସି କାର୍ଯ୍ୟରେ ସଫଳତା ପାଇ ପାରନ୍ତି ନାହିଁ । ଏହି ସମୟରେ ଶୋଇବା ଦ୍ଵାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡେ । ଶାସ୍ତ୍ର କହେ ଏହି ସମୟରେ ଯେଉଁମାନେ ଶୋଇରୁହନ୍ତି ସେମାନେ ଦେବୀ ଦେବତାଙ୍କ କୃପାରୁ ବଞ୍ଚିତ ହୋଇ ଦୁର୍ଭାଗ୍ୟର ଶିକାର ହୋଇଥାନ୍ତି ।

ମଙ୍ଗଳବାର ଓ ଶନିବାର ଚୂଳ କାଟିବା


ଶାସ୍ତ୍ରାନୁସାରେ ମଙ୍ଗଳବାର ଓ ଶନିବାର ଦିନ ଚୂଳ କାଟିବା ଅତ୍ୟନ୍ତ ଅଶୁଭ । ମଙ୍ଗଳ ଓ ଶନି ଗ୍ରହଙ୍କର କିରଣ ସର୍ବଦା ମସ୍ତକ ଉପରେ ପଡିଥାଏ । ଯାହା କି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୁଏ । ମାନବ ଶରୀରର ସବୁଠାରୁ ମହତ୍ଵ ପୂର୍ଣ୍ଣ ଭାଗ ମସ୍ତିସ୍କକୁ ବିଚାର କରାଯାଏ । ଏହା ଅତି ସଂବେଦନଶୀଳ ଓ ନରମ ହୋଇଥିବାରୁ ଗ୍ରହଙ୍କ କିରଣରୁ ଚୂଳ ହିଁ ରକ୍ଷା କରିଥାଏ । ସେହି ଦ୍ରୁଷ୍ଟିରୁ ମଙ୍ଗଳବାର ଓ ଶନିବାର ଚୂଳ କାଟିଲେ ଆୟୁ ହାନି ହେବା ସହ ଶରୀର ଅସୁସ୍ଥ ହୋଇଥାଏ ।

ଚୂଳ କାଟିବା ପରେ ନ ଗାଧୋଇବା

ଚାଣକ୍ୟ କହିଛନ୍ତି ଚୂଳ କାଟିବା ପରେ ଯଥା ଶୀଘ୍ର ସ୍ନାନ କରିବା ଆବଶ୍ୟକ । କାରଣ ଛୋଟ ଛୋଟ ଚୂଳ ଶରୀର ଉପରେ ପଡିଯାଇଥାଏ । ଯାହାକୁ ଅଶୁଭ ବୋଲି ଧରାଯାଏ । ସେଥିପାଇଁ ଯଥା ଶୀଘ୍ର ସ୍ନାନ କରି ପବିତ୍ର ହୋଇଯିବା ଉଚିତ୍ । ନତୁବା ଶରୀର ରୋଗାକ୍ରାନ୍ତ ହେବା ସହ ଆୟୁ ହାନି ହୋଇଥାଏ ।

ଅଧିକ ରାତି ପର୍ଯ୍ୟନ୍ତ ଚାହିଁବା ଅନୁଚିତ୍


ରାତି ଅନିଦ୍ରା ହେଉଥିବା ବ୍ୟକ୍ତିମାନଙ୍କର ଆୟୁ ହାନି ହୋଇଥାଏ । ପ୍ରତେକ ବ୍ୟକ୍ତି ପ୍ରତି ଦିନ ଅତି କମରେ ୮ ଘଣ୍ଟା ନିଦରେ ଶୋଇବା ଆବଶ୍ୟକ । ରାତ୍ର ଉଜାଗର ରହିଲେ ବା ଅଧିକ ରାତି ପର୍ଯ୍ୟନ୍ତ ଚାହିଁଲେ ଜୀବନ ଶୈଳୀରେ ବ୍ୟତିକ୍ରମ ହେବା ସହ ଆତ୍ମ ବିଶ୍ଵାସ କମିଯାଏ । ମସ୍ତିସ୍କ ବିଶ୍ରାମ ନ ପାଇବା ଯୋଗେ ନାନା ପ୍ରକାର ରୋଗରେ ପୀଡିତ ହେବାକୁ ପଡେ ଓ ଆୟୁ ହାନି ହୁଏ ।

Leave a Reply

Your email address will not be published. Required fields are marked *