ଏୟାରପୋର୍ଟରରୁ ଝିଅ Prakrutiକୁ ଭିଡି ଭିଡି ଆଣିଲେ ବାପା Manmatha Mishra

ନମସ୍କାର ବନ୍ଧୁଗଣ । ଓଲିଉଡ ହିରୋ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ଯେଉଁ ଘମାଘୋଟ ବିବାଦ ଦେଖାଯାଇଛି ସେଥିରେ ଆସିଛି ଏବେ ନୂଆ ଟ୍ଵିଷ୍ଟ । ଝିଅ ପ୍ରକୃତି ମିଶ୍ର ଙ୍କୁ ଭିଡି ଆଣିଛନ୍ତି ବାପା ମନ୍ମଥ ମିଶ୍ର ଭୁବନେଶ୍ବର ରୁ । ଆଜ୍ଞା ହାଁ ଦର୍ଶକ ବନ୍ଧୁ ପ୍ରକୃତି ଙ୍କର ସବୁ ପ୍ଳାନ କୁ ନାକାମ କରି ବାପା ମନ୍ମଥ ମିଶ୍ର କହିଛନ୍ତି କି ତୁ ଆଗ ଭୁବନେଶ୍ଵର ଚାଲ ତା ପରେ ତୁ ଯୁଆଡେ ଯିବୁ । କାରଣ ତାଙ୍କର ବି ଆତ୍ମସମ୍ମାନ ରହିଛି ଆଉ ସେ ମଧ୍ୟ ଚାହୁଁଛନ୍ତି ଝିଅ ପ୍ରକୃତି ମିଶ୍ର କିଭଳି ଭଲ ରାସ୍ତା କୁ ଚାଲି ଆସୁ ବୋଲି ବାପା ମନ୍ମଥ ମିଶ୍ର କହିଛନ୍ତି ।

ତେବେ ପ୍ରକୃତି ମିଶ୍ର ଙ୍କୁ ଆଜି ୧ ଘଣ୍ଟା କାଳ ଜେରା କରିଛି ମହିଳା ପୋଲିସ । ଦୀର୍ଘ ୧ ଘଣ୍ଟା ଧରି ମହିଳା ପୋଲିସ ପ୍ରକୃତି ମିଶ୍ର ଙ୍କୁ ସବୁ ଗୋଟି ଗୋଟି କରି ପଚରାଉଚରା କରିଛି । ଆଉ ତଦନ୍ତ ରେ ପ୍ରକୃତି ମିଶ୍ର ମହିଳା ପୋଲିସ ଙ୍କୁ ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି ଜଣା ପଡିଛି । ସେପଟେ ଖାରବେଳ ନଗର ପୋଲିସ ପହଞ୍ଚି ଯାଇଛି ପ୍ରକୃତି ମିଶ୍ର ଙ୍କ ବାସ ବହବନରେ ।

ଆଉ ସେଠାରେ ମଧ୍ୟ ସୂଚନା ଦେଇଛନ୍ତି ବାପା ମନ୍ମଥ ମିଶ୍ର । ତେବେ ଏହାରି ମଧ୍ୟରେ ଅନେକ କଥା ଏବେ ସାମନା କୁ ଆସିଛି । କାରଣ ପ୍ରକୃତି ଙ୍କ ପାଇଁ ବାପା ମନ୍ମଥ ମିଶ୍ର ଥାନାରେ ଏତାଲା ରୁଜୁ କରିଥିଲେ । ଆଉ ଏହା ସହ କେସ ରେ ଯେଉଁ ସବୁ ଚାର୍ଜେସ ଲାଗିଛି ସେ ସବୁ ର ଆଧାରରେ ପୋଲିସ ପଚରାଉଚରା କରିବ ।

ଆଉ ସବୁଠାରୁ ବଡ କଥା ହେଉଛି ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ମହାନ୍ତି ଏଥିରେ ପୋଲିସ କୁ ଆଗରୁ ସହଯୋଗ କରି ଆସୁଛି । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ବାବୁସାନ ଏ ଯାଏଁ ଘରକୁ ଫେରି ନାହାନ୍ତି । ପ୍ରକୃତି ଙ୍କୁ ସିନା ବାପା ମନ୍ମଥ ମିଶ୍ର ଏୟାରପୋର୍ଟ ରୁ ଭିଡି ଆଣିଛନ୍ତି । କିନ୍ତୁ ପ୍ରକୃତି ଙ୍କ ଏବେ ସବୁଠାରୁ ବଡ ଚ୍ୟାଲେଞ୍ଜ ଯେ ପୋଲିସ କୁ ସବୁ ସତ ସତ କଥା କହିବା ।

ଅନ୍ୟ ପକ୍ଷରେ ତୃପ୍ତି ଓ ପ୍ରକୃତି ଏବେ ଆମନା ସାମନା ହେବାକୁ ଯାଉଛନ୍ତି । କାରଣ ତୃପ୍ତି ଙ୍କ ପାଖରେ ରହିଛି ସବୁ ପ୍ରମାଣ କି ସେ କାହିଁକି ଦୀର୍ଘ ୩ ବର୍ଷ ହେଲା କହି ଆସୁଥିଲେ ତାଙ୍କ ପାରିବାରିକ ଜୀବନକୁ ନଷ୍ଟ କରିବାରେ ଲାଗିଛି । ତେବେ ଦେଖିବା ବାକି ରହିଲା ପୋଲିସ ତଦନ୍ତ କେମିତି କରୁଛି ଆଉ ପ୍ରକୃତି ମିଶ୍ର ପୋଲିସ କୁ କେତେ ସହଯୋଗ କରୁଛନ୍ତି ।

ଆଉ ସବୁଠାରୁ ମହତ୍ଵ ପୂର୍ଣ୍ଣ କଥା ବାବୁସାନ ଆସିବା ପରେ ଏ ଘଟଣା ରେ ଜବନିକା ପଡୁଛି କି ନାହି ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣ ମାନଙ୍କର ମନ୍ମଥ ମିଶ୍ରଙ୍କର ଏଭଳି ପଦକ୍ଷେପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *