ଆଜି ନାଗ ପଞ୍ଚମୀ, ଭୁଲରେ ବି କରନ୍ତୁ ନାହିଁ ଏହି 8ଟି କାମ, ନଚେତ ଆପଣଙ୍କ ଜୀବନରେ ହେବ ଭୟଙ୍କର କ୍ଷତି

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନାଗ ଦେବତାଙ୍କର ପୂଜା କରିବା ଶୁଭ ହୋଇଥାଏ । ନାଗ ଦେବତାଙ୍କ ମୂର୍ତ୍ତିରେ ଫୁଲ, ହଳଦୀ, କୁଙ୍କୁମ, ରୋଲି, ଚାଉଳ ଅର୍ପଣ କରିବା ଉଚିତ । ଏହା ପରେ କଞ୍ଚା କ୍ଷୀର, ଚିନୀ ନଗ ଦେବତାଙ୍କ ମୂର୍ତ୍ତିରେ ଅର୍ପିତା କରିବା ଉଚିତ । ଏହା ପରେ ନାଗ ଦେବତାଙ୍କର ଆଳତି କରିବା ପରେ ନାଗ ପଞ୍ଚମୀର କାହାଣୀ ଶୁଣିବା ଉଚିତ ।

ଆଜି ଆମେ ଆପଣ ମାନଙ୍କୁ ନାଗ ପଞ୍ଚମୀ ଦିନ କେଉଁ କାମ କରିବା ଉଚିତ ନୁହେ ସେହି ବିଷୟରେ କହିବାକୁ ଯାଉଛୁ । ନାଗ ପଞ୍ଚମୀ ଦିନ ଜୀବିତ ନାଗ ଦେବତାଙ୍କର ପୂଜା କରିବା ଉଚିତ ନୁହେ । ବରଂ ନାଗ ମୂର୍ତ୍ତିର ପୂଜା କରିବା ଉଚିତ । ଏହା ଛଡା ନାଗ ପଞ୍ଚମୀ ଦିନ ମାଟି ଖୋଲନ୍ତୁ ନାହି । ଏହା ଛଡା ଏହି ପବିତ୍ର ଦିନରେ ଶାଗ ଖାଇବା ଉଚିତ ନୁହେଁ । ଏହି ଦିନ ଛୁଞ୍ଚି ସୂତାର ବ୍ୟବହାର କରିବା ଉଚିତ ନୁହେ । ଏହି ଦିନ ଲୁହା କଢେଇ ବା ଲୁହା ଜାତୀୟ କୌଣସି ଜିନିଷର ପ୍ରୟୋଗ କରିବା ଉଚିତ ନୁହେ ।

କାରଣ ମାନ୍ୟତା ରହିଛି ଏପରି କରିବା ଦ୍ଵାରା ନାଗ ଦେବତା କଷ୍ଟ ପାଇଥାନ୍ତି । ଏହି ଦିନ ନିଜ ଘରେ ଝଗଡା ବା କଳହ କରିବା ଉଚିତ ନୁହେ । କାହାକୁ ଅପମାନ ହେଲା ଭଳି ଶବ୍ଦ ପ୍ରୟୋଗ କରିବା ଅନୁଚିତ । ନାଗ ଦେବତାଙ୍କ ପୂଜା କରିବା ସମୟରେ କର୍ପୁର ଆଳତି କରିବା ସହ କ୍ଷୀରରେ ଅଭିଷେକ କରିବା ସହ ହଳଦୀ ଓ କୁଙ୍କୁମ ଲଗାନ୍ତୁ । ଏହା ଛଡା ନାଗ ଦେବତାଙ୍କ ପାଖରେ ନଡିଆ ସମର୍ପଣ କରିଲେ କୁଣ୍ଡଳୀ ଦୋଷ ଦୂର ହୋଇଥାଏ । ଅନ୍ୟ ଏକ ଜରୁରୀ କଥା ହେଉଛି କାଳ ସର୍ପ ଦୋଷ ଯାହା ରାହୁ ଓ କେତୁର ପ୍ରଭାବରେ କୁଣ୍ଡଳୀରେ ହୋଇଥାଏ ।

ଯାହା ଦ୍ଵାରା ବ୍ୟକ୍ତି ଅନେକ ଦୁଖ କଷ୍ଟର ସାମନା କରିଥାଏ । କାଳ ସର୍ପ ଦୋଷ ରହିଲେ ଦାଂପତ୍ଯ ଜୀବନରେ ସମସ୍ୟା ହେବା ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏହା ଛଡା ବ୍ୟବସାୟରେ ମଧ୍ୟ ଖରାପ ପ୍ରଭାବ ଦେଖାଯାଏ । ଏହି ଦୋଷ ଦୀର୍ଘ ୪୦ ବର୍ଷ ଯାଏଁ ଲାଗି ରହିବା ପରେ କମ ହୋଇଥାଏ । ଏହି ଦୋଷକୁ କମ କରିବା ପାଇଁ ରାହୁ ଓ କେତୁଙ୍କର ମନ୍ତ୍ର ଜପ କରିବା ଉଚିତ । ନାଗ ପଞ୍ଚମୀ ଦିନ ନାଗ ଦେବତାଙ୍କ ମୂର୍ତ୍ତି ପାଖରେ ଏକ ଫିଟିକରିର ଟୁକୁଡା ରଖନ୍ତୁ । ଏହା ଦ୍ଵାରା ଆପଣଙ୍କର ମନସ୍କାମନା ପୂରଣ ହେବ ।

ନାଗ ପଞ୍ଚମୀ ଦିନ ମହାଦେବଙ୍କ ପାଖରେ ଚାନ୍ଦିର ନାଗ ଯୋଡା ଅର୍ପଣ କରିଲେ କାଳ ସର୍ପ ଦୋଷ ଶାନ୍ତ ହୋଇଥାଏ । ନଗ ପଞ୍ଚମୀ ଦିନ ସନ୍ଧ୍ୟା ସମୟରେ କୌଣସି ମହାଦେବଙ୍କ ମନ୍ଦିରକୁ ଯାଇ କର୍ପୁରରେ ଦୀପ ଲଗାଇଲେ ଶୁଭ ହୋଇଥାଏ । ନଗ ପାଞ୍ଚିମୀ ଦିନ ଏହି ସବୁ ନୀତି ନିୟମର ପାଳନ କରିବା ଉଚିତ । ଏହା ଦ୍ଵାରା ଆପଣଙ୍କୁ ଆପଣଙ୍କର ବ୍ରତର ଫଳ ମିଳିବ । ଯଦି ନାଗ ପଞ୍ଚମୀ ଦିନ କୌଣସି ଭୁଲ ହୋଇଯାଏ ତେବେ ଏହାରା ବିପରୀତ ପରିଣାମ ଦେଖିବାକୁ ମିଳିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *