ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, କେତେବେଳେ ଓ କେଉଁ ସାଇଟ୍ ରେ ଦେଖି ପାରିବେ ଆପଣ ରେଜଲ୍ଟ ଜାଣିବା ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ ଦୁଇ ବର୍ଷ ହେବ କୋରୋନା ମହାମାରୀ କାରଣରୁ ଶିକ୍ଷା କ୍ଷେତ୍ର ରେ ଅନେକ ବାଧା ସୃଷ୍ଟି ହୋଇଥିଲା । କାରଣ କୋରୋନା ମାହାମାରୀ ଅଧିକ ବ୍ୟାପିବା କାରଣରୁ ବିଦ୍ୟାର୍ଥୀ ମାନେ ଅନ ଲାଇନ ଜରିଆରେ ନିଜର ପାଠ ପଢା ଜାରି ରାକ୍ଷୀଟିଲେ । ସବୁ ରାଜ୍ୟ ଗୁଡିକରେ ସ୍କୁଲ କଲେଜ ଆଦି ବନ୍ଦ ରଖା ଯାଇଥିଲା । ଯାହା ପାଇଁ ବିଦ୍ୟାର୍ଥୀ ମାନେ ପରୀକ୍ଷା ଦେବା ପାଇଁ ନାହି ନ ଥିବା ହଇରାଣର ସାମନା କରୁଥିଲେ । ବିଶେଷ କରି ୧୦ମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିଲେ ।

କିନ୍ତୁ ଚଳିତ ବର୍ଷ କୋରୋନା ମାହାମାରୀ କାରଣରୁ ଲାଗୁଥିବା କଟକଣା ହଟିଥିଲା । ଯାହା ପାଇଁ ବିଦ୍ୟାର୍ଥୀ ମାନେ ସ୍କୁଲ ଯାଇ ନିଜର ଅଧା କୋର୍ସ ଶେଷ କରିବା ସହ ମାଟ୍ରିକ ପରୀକ୍ଷା ମଧ୍ୟ ଦେଇଛନ୍ତି । ତେବେ ମାଟ୍ରିକ ପରୀକ୍ଷା କୁ ନେଇ ପରିଖାର୍ଥୀ ମାନେ ଚିନ୍ତା ରେ ରହିଥିଲେ ।

ସବୁଠାରୁ ବଡ ଖବର ହେଉଛି ଆଜି ପ୍ରକାଶ ପାଇବ ମାଟ୍ରିକ ଫଳାଫଳ । ଦିନ ୧ଟା ରେ କଟକ ବୋର୍ଡ କାର୍ଜ୍ୟାଳୟ ରେ ଆନୁଷ୍ଠାନିକ ଭାବେ ମାଟ୍ରିକ ଫଳ ଘୋଷଣା କରାଯିବ । ଏହାର ଏକ ଘଣ୍ଟା ପରେ ପରିକ୍ଷାର୍ଥୀ ମାନେ ନିଜ ନିଜର ରେଜଲ୍ଟ ୱେବ ସାଇଟ ରୁ ଜାଣି ପାରିବେ ।

ପରିକ୍ଷାର୍ଥୀ ମାନେ WWW.BSEODISHA.AC.IN ରୁ ରେଜଲ୍ଟ ଜାଣି ପାରିବେ । ଏହା ଛଡା ପରିକ୍ଷାର୍ଥୀ ମାନେ SMS ଜରିଆରେ ମଧ୍ୟ ସେମାନଙ୍କର ଫଳାଫଳ ସମ୍ପର୍କରେ ସୂଚନା ପାଇ ପାରିବେ । ଆପଣ OR10 SPACE roll ନମ୍ବର ଲେଖି 5676750 ନମ୍ବର କୁ SMS କରିଲେ ପରୀକ୍ଷା ଫଳ ପାଇ ପାରିବେ । କୋରୋନା ମାହାମାରୀ ଯୋଗୁଁ ଦୁଇ ବର୍ଷ ପରେ ଅଫ ଲାଇନ ରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ଅଇଛି । ଏପ୍ରିଲ ୨୮ ରୁ ମେ ୭ ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ଚଳାଇଥିଲା । ୫ ଲକ୍ଷ ରୁ ଅଧିକ ଛାତ୍ର ଛାତ୍ରୀ ଚଳିତ ବର୍ଷ ପରିକ୍ଷା ଦେଇଛନ୍ତି ।

ମେ ୨୧ ରୁ ରାଜ୍ଯରେ ୫୮ ଟି କେନ୍ଦ୍ର ରେ ମୂଲ୍ୟାୟନ କରା ଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତି ରେ କରା ଯାଇଛି ମୂଲ୍ୟାୟନ । ଇଣ୍ଟରନାଲ SS ମେଣ୍ଟ ସମେଟି ୱାନ-୧ ଓ ସମେଟି ୱାନା-୨ ର ୱେଟେଜ ଆଧାରରେ ପିଲାଙ୍କୁ ମାର୍କ ଦିଆ ଯାଇଛି । ତେବେ ଏହି ସବୁ ୱେବ ସାଇଟ ଜରିଆରେ ପରିକ୍ଷାର୍ଥୀ ମାନେ ମାଟ୍ରିକ ରେଜଲ୍ଟ ଦେଖି ପାରିବେ ଦିନ ୨ଟା ପରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *