ଜୀବନ ହାରିଲେ ଅଭିନେତ୍ରୀ Rashmirekha ଙ୍କ ସ୍ଵାମୀ Santosh Patra, କେମିତି ଓ କାହିଁକି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝା ଙ୍କ ମୃତ୍ୟୁ ମାମଲା ବିଷୟରେ ନିଶ୍ଚିନ୍ତ ଭାବେ ଅବଗତ ଥିବେ । ତେବେ ରଶ୍ମି ରହୁଥିବା ତାଙ୍କ ଭଡା ଘରେ ଆତ୍ମହତ୍ୟା କରି ଜୀବନ ଦେଇଥିଲେ ଯାହା ସାରା ଅଞ୍ଚଳ ରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି କରିଥିଲା । ଆଜି ଯାଏଁ ବି ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି । କିନ୍ତୁ ରଶ୍ମୀରେଖା କେଉଁ କାରଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ଆଜି ଯାଏଁ ସ୍ପଷ୍ଟ ହୋଇ ପାରିଲା ନାହିଁ । ଅନ୍ୟ ପକ୍ଷରେ ବର୍ତ୍ତମାନ ର ସବୁଠାରୁ ବଡ ଖବର ହେଉଛି ତାଙ୍କର ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଯାହାକୁ ସିଏ ନିଜ ସ୍ଵାମୀ କହୁଥିଲେ ସେ ଆଉ ନାହାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।

ରାଉରକେଲା ବାସନ୍ତୀ ନଗର କଲୋନୀ ରେ ସନ୍ତୋଷ ନିଜର ଜୀବନ ହାରି ଦେଇଛନ୍ତି । ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ ତାଙ୍କ ବାସ ଭବନରେ ନିଜର ଜୀବନ ହାରି ଦେଇଛନ୍ତି ସନ୍ତୋଷ । ନିଜ ବେଡ ରୁମ ରେ ଶୋଇଥିବା ବେଳେ ନିଜ ଜୀବନକୁ ଶେଷ କରି ଦେଇଛନ୍ତି ସନ୍ତୋଷ ପାତ୍ର । ସନ୍ତୋଷ ତାଙ୍କ ବାପା ମା ଙ୍କ ସହ ରହୁଥିଲେ ।

ତାଙ୍କର ମୃତ ଦେହକୁ ପୋଲିସ ଜବତ କରି ସରକାରୀ ହସପିଟାଲ ରେ ରଖିଛି । ଗତ ମାସ ୧୯ ତାରିଖ ଦିନ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ନିଜ ରହୁଥିବା ଭଡା ଘରେ ଆତ୍ମହତ୍ୟା କରିଲେ ନିଜର ଜୀବନ ହାରିଥିଲେ । ଆଉ ୧୯ ତାରିଖ ଦିନ ନୟାପଲ୍ଲୀ ପୋଲିସ ତାଙ୍କୁ ମୃତ ଦେହ ଭୂବନେଶ୍ଵର ସ୍ଥିତ ନୟାପଲ୍ଲୀ ବଡ ସାହିରୁ ଉଦ୍ଧାର କରିଥିଲା ।

ଏହା ସହ ଅଭିନେତ୍ରୀ ରଶ୍ମୀଙ୍କ ଏକ ହାତ ଲେଖା ଚିଠି ମଧ୍ୟ ଜବତ କରିଥିଲା ପୋଲିସ । ଯେଉଁଥିରେ ସେ ସନ୍ତୋଷ ଙ୍କୁ ଖୁବ ଭଲ ପାଉଥିଲେ ବୋଲି ଲେଖିଥିଲେ । ଏହା ସହ ରଶ୍ମିରେଖା ତାଙ୍କ ବାପା ଙ୍କ ଉଦ୍ଦେଶ୍ୟ ରେ ଚିଠି ରେ ଲେଖିଥିଲେ କି ସନ୍ତୋଷ ପାତ୍ର ର କିଛି ଦୋଷ ନାହିଁ । ଯଦି ସନ୍ତୋଷ ର କିଛି ହୁଏ ତେବେ ମୁଁ କାହାକୁ ଛାଡିବି ନାହିଁ । ଆଉ ଆଜି ସନ୍ତୋଷ ବି ସେ ଅଫେରା ରାଇଜକୁ ବାଛି ନେଲେ ।

ରଶ୍ମିଙ୍କ ମୃତ୍ୟୁର ଦିନ କେତେଟା ଭିତରେ ନିଜର ଜୀବନ ହାରି ଦେଲେ ସ୍ଵାମୀ ସନ୍ତୋଷ । ଅଭିନେତ୍ରୀ ରଶ୍ମୀରେଖାଙ୍କ ଜୀବନ ହାରିବା ମାମଲାରେ ଭୁବନେଶ୍ଵର ନୟାପଲ୍ଲୀ ଥାନା ରେ ଜେରାର ସାମନା ହୋଇଥିଲେ ବଏ ଫ୍ରେଣ୍ଡ ତଥା ସ୍ଵାମୀ ସନ୍ତୋଷ ପାତ୍ର । ଏବେ ସବୁଠାରୁ ବଡ କଥା ହେଉଛି ସନ୍ତୋଷ ପାତ୍ରଙ୍କର ମୃତ୍ୟୁ ର କାରଣ ଜଣା ନ ପଡିଥିବା ବେଳେ ପୋଲିସ ଏହି ଘଟଣା ତ ତଦନ୍ତ ଜାରି ରଖିଛି ।

କାହିଁକି ଜୀବନ ହାରିଲେ ସନ୍ତୋଷ ସେ ନେଇ ଅଧିକ ଖୋଳତାଡ ଚଳାଇଛି ପୋଲିସ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *