ସୁପରଷ୍ଟାର ଅଭିନେତା Mahesh Babuଙ୍କ ବଡ଼ ଭାଇ Naresh Babuଙ୍କୁ ଗୋଡାଇ ଗୋଡାଇ ଚପଲରେ ପିଚିଲେ Ramya…. କାରଣ ଜାଣି ବିଶ୍ଵାସ ହେବନି

ବନ୍ଧୁଗଣ ଆପଣ ମାନେ ସାଉଥ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ତଥା ଲୋକପ୍ରିୟ ଅଭିନେତା ମହେଶ ବାବୁ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଚମତ୍କାର ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ଅନେକ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏକ ବଡ ଖବର ରହିଛି କି ସୁପର ଷ୍ଟାର ମହେଶ ବାବୁ ଙ୍କ ବଡ ଭାଇ ନରେଶ ବାବୁ ଓ ତାଙ୍କ ସ୍ତ୍ରୀ ରମ୍ୟା ରଘୁପତି ଙ୍କ ଝଗଡା ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ତିକ୍ତ ହେବାରେ ଲାଗିଛି ।

ଗତ ରବିବାର ଦିନ ଉଭୟଙ୍କ ଝଗଡା ଏତେ ଭୟଙ୍କର ରୂପ ନେଇଥିଲା କୁ ରମ୍ୟା ନରେଶ ଙ୍କୁ ଗୋଡାଇ ଗୋଡାଇ ଚପଲରେ ମାଡ ମାରିଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କର ଝଗଡା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ରମ୍ୟା ନରେଶ ଙ୍କ ପଛେ ପଛେ ଚପଲ ଧରି ଦୌଡୁଥିବା ଦେଖା ଯାଇଛି । କିନ୍ତୁ ଘଟଣା ସ୍ଥଳରେ ଉପସ୍ଥିତି ଥିବା ପୋଲିସ ସେମାନଙ୍କୁ ଅଟକାଇଛନ୍ତି ।

ଭିଡିଓ ରେ ରମ୍ୟା ଙ୍କ ଉପରେ ନରେଶ ବଡ ପାଟି କରୁ ଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ରମ୍ୟା ଅଭିଯୋଗ କରିଛନ୍ତି କି ନରେଶ ହୋଟେଲ ରେ ଅଭିନେତ୍ରୀ ପବିତ୍ରା ଙ୍କ ସହ ଥିଲେ । ଯାହାକୁ ଦେଖିବା ପରେ ରାଗ ରେ ତମ ତମ ହୋଇ ଯାଇଥିଲେ ରମ୍ୟା । ଏହା ପରେ ନରେଶ ଓ ରମ୍ୟା ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗଣ୍ଡୋଗୋଳ ହୋଇଥିଲା । ପରେ ଉଭୟ ହୋଟେଲ ରୁ ଚାଲି ଯାଇଥିଲେ ।

ଅନ୍ୟ ପକ୍ଷରେ ନରେଶ ଙ୍କ କହିବା ଅନୁଯାୟୀ ସେ ସ୍ତ୍ରୀ ରମ୍ୟା ଙ୍କୁ ଛାଡପତ୍ର ନୋଟିସ ପଠାଇଥିଲେ । କିନ୍ତୁ ରମ୍ୟା ତାଙ୍କୁ ବଦନାମ କରିବା ପାଇଁ ମିଛ ଗୁଜବ ସୃଷ୍ଟି କରୁଛନ୍ତି ବୋଲି ନରେଶ କହିଛନ୍ତି । ସେହିପରି ଅଭିନେତ୍ରୀ ପବିତ୍ରା ଲୋକେଶ ଙ୍କ ସହ ଅପିୟର କୁ ସେ ମିଛ ବୋଲି କହିଛନ୍ତି । ସୂଚନା ଅନୁଯାୟୀ ରମ୍ୟା ହେଉଛନ୍ତି ନରେଶ ଙ୍କ ତୃତୀୟ ସ୍ତ୍ରୀ ।

ନରେଶ ପ୍ରଥମେ ଡ୍ୟାନ୍ସ ମାଷ୍ଟର ଶିନୁ ଙ୍କ ଝିଅଙ୍କୁ ବିବାହ କରିଥିଲେ । ପରେ ସେ ରେଖା ଶାସ୍ତ୍ରୀ ଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ହୋଟେଲ ହୋଇଥିବା ଝଗଡାର ଭିଡିଓ ଭାଇରାଲ ହେବା ପରେ ଲୋକ ମାନେ ଏହାକୁ ନେଇ ଅନେକ ଥଟ୍ଟା ପରିହାସ କରୁଛନ୍ତି । ତେବେ ନରେଶ ଓ ରମ୍ୟା ଙ୍କ ଝଗଡା ଆଗକୁ କେଉଁ ରୂପ ନେବ ତାହା ସମୟ କହିବ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *