ଆଜି ଠାରୁ ଲାଗୁ ହେବ ଏହି ସବୁ ଜିନିଷରେ ଉପରେ GST, ଦେଖନ୍ତୁ କେଉଁ କେଉଁ ସାମଗ୍ରୀ ହେବ ମହଙ୍ଗା

ବନ୍ଧୁଗଣ ଆସନ୍ତା ସପ୍ତାହରୁ ଅନେକ ଜିନିଷ ଉପରେ ଦର ଦାମ ବଢିବାକୁ ଯାଉଛି । ଯେପରିକି ଘର କରଣା ସାଙ୍ଗରୀ, ହୋଟେଲ ଓ ବ୍ୟାଙ୍କ ସେବା ଆଦି ମହଙ୍ଗା ହେବାକୁ ଯାଉଛି । ଗତ ମାସରେ ଚଣ୍ଡିଗଡରେ ହୋଇଥିବା ୪୭ତମ ଜିଏସଟି ପରିଷଦ ବୈଠକରେ କେତେକ ସାମଗ୍ରୀ ଓ ସେବା ଉପରେ ଟିକସ ହାର ସଂଶୋଧନ କରା ଯାଇଥିବା ବେଳୀ ଟିକସ ମୁକ୍ତ ଥିବା କେତେକ ସାମଗ୍ରୀ ଓ ସେବାକୁ ଟିକସ ପରିସରକୁ ଅଣା ଯାଇଛି । ଜୁଲାଇ ୧୮ରୁ ମହଙ୍ଗା ହେବାକୁ ଯାଉଛି ଅନେକ ସାମଗ୍ରୀ । ଆସନ୍ତୁ ଜାଣିବା କେଉଁ କେଉଁ ସାମଗ୍ରୀ ମହଙ୍ଗା ହେବ ।

କାଳି ବ ସ୍ଯାହୀ, ଛୁରୀ, ଏଲଇଡି ଲ୍ଯାମ୍ପ, ପେନ୍ସିଲ, କଚୁଲି, କେକ ସର୍ଭର, ପ୍ରିନ୍ଟିଂ ମରାମତି ପାଇଁ ଉଦିଷ୍ଟ ଫିଚର ଆଦିରେ ୧୮% ଜିଏସଟି ଳାଗିବ । ସେହିଭଳି ଶକ୍ତି ଚାଳିତ ପମ୍ପ, ବାଇସାଇକେଲ ପମ୍ପ, ଡାଏରୀ ମେସିନରୀ ରେ ୧୮% ଜିଏସଟି ଳାଗିବ । ବିଭିନ୍ନ ପ୍ରକାରର ବୀଜ ଓ ଡାଲି ଆଦି ଶସ୍ଯର ଖାଦ୍ଯ ପାଇଁ ଉଦିଷ୍ଟ ମେସିନ, ଖାଦ୍ଯ ଶସ୍ଯ ପେଷିବା ପାଇଁ ମେସିନ, ପବନ ଚାଳିତ ଅଟା ଚକି, ୱେଟ ଗ୍ରାଉଣ୍ଡରେ ୧୮% ଜିଏସୀଟି ଲାଗିବ।

ସବୁଠାରୁ ବଡ କଥା ହେଉଛି ଚେକ ଉପରେ ୧୮% ଜିଏସଟି ଲାଗିବ । ସୋଲାର ୱାଟର ହିଟର ଓ ସିଷ୍ଟମରେ ୧୨% ଜିଏସଟି ଳାଗିବ । ଚମଡାରେ ଲାଜିଆଇବ ୧୨% ଓ ସବୁ ପ୍ରକାରର ପ୍ରିନ୍ଟେଡ ମ୍ୟାପ ଚ୍ୟାଟ ୧୨% ଜିଏସଟିକୁ ଆସିବ । ଦିନକୁ ୧୦୦୦ ତାଙ୍କ ଯାଏଁ ହୋଟେଲ ଭଡାରେ ୧୨% ଜିଏସଟି ଲାଗିବ ।

ଆଇସିଙ୍କୁ ଛାଡି ଦେଲେ ଦୈନିକ ରୁମ ଭଡା ୫୦୦୦ ଟଙ୍କାରୁ ଅଧିକ ହେଲେ ଏହା ଉପରେ ୫ ଜିଏସଟି ଳାଗିବ । ସଡକ ସେତୁ ରେଳପଥ ମେଟ୍ରୋ ଓ ସବୁ ଗୃହ ଆଦି ପାଇଁ ୱାର୍କ କଣ୍ଟ୍ରାକ୍ଟରେ ୧୮% ଜିଏସଟି ଲାଗିବ । ଐତିହାସିକ କୀର୍ତ୍ତିରାଜି, କେନାଲ, ଡ୍ୟାମ, ପାଇପ ଲାଇନ, ଶିକ୍ଷା ଅନୁଷ୍ଠାନ, ହସପିଟାଲ ଆଦି ପାଇଁ କେନ୍ଦ୍ର ଓ ରାଜ୍ୟ ଅନ୍ୟ ଅନ୍ୟାନ୍ୟ ସ୍ଥାନୀୟ ପ୍ରଶାସନ ଆଡିକୁ ଦିଆ ଯାଇଥିବା ୱାର୍କ କଣ୍ଟ୍ରାକ୍ଟର ଉପରେ ୧୮% ଜିଏସଟି ଲାଗିବ ।

ଏହି ସବୁ ସାମଗ୍ରୀ ଉପରେ ଜିଏସଟି ଲାଗିବା ପରେ ଦର ଦାମ ନିହାତି ଭାବେ ବୃଦ୍ଧି ପାଇବ । ଯାହା ସାଧାରଣରେ ଗରିବ ମଧ୍ୟବିତ୍ତ ପରିବାର ଲୋକଙ୍କୁ ପ୍ରଭାବ ପକାଇବ ବୋଲି କୁହା ଯାଉଛି । ତେବେ ଏହି ସବୁ ଜିନିଷ ଗୁଡିକ ଉପରେ ଜିଏସଟି ଲାଗିବା ଫଳରେ ଅନେକ ମାତ୍ର ରେ ଦେଶରେ ପ୍ରାୟତ ସବୁ ଜିନିଷ ଗୁଡିକର ଦର ଦାମ ବୃଦ୍ଧି କାର ଯାଇପାରେ ବୋଲି ଆଶଙ୍କା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *