ଦ୍ଵିତୀୟ ବିବାହକୁ ନେଇ ସରକାରଙ୍କ ବଡ ନିଷ୍ପତ୍ତି, ଶୀଘ୍ର ଦେଖନ୍ତୁ ନଚେତ ପରେ ପସ୍ତେଇବେ

ନମସ୍କାର ବନ୍ଧୁଗଣ । ଏଣିକି ଆଉ ସହଜ ହେବେ ନାହି ଦ୍ଵିତୀୟ ବିବାହ । ଯେଉଁ ସରକାରୀ କର୍ମଚାରୀ ଦ୍ଵିତୀୟ ବିବାହ କରିବାକୁ ଚାହୁଁଛନ୍ତି ତାହା ପୂର୍ବ ରୁ ସେ ଚାକିରି କରିଥିବା ସମ୍ପୂର୍କ୍ତ ବିଭାଗକୁ ଜଣାଇବାକୁ ପଡିବ । ଏହା ପରେ ବିଭାଗ ପାଖ ରୁ ଆବଶ୍ୟକ ଅନୁମତି ମିଳିଲେ ହିଁ ବ୍ୟକ୍ତି ଜଣକ ଦ୍ଵିତୀୟ ବିବାହ କରି ପାରିବେ ବୋଲି ଜଣା ପଡିଛି । ତେବେ ଏହି ନିୟମ ଆମ ଓଡିଶାରେ ନୁହେଁ ବରଂ ବିହାର ସରକାର ଲାଗୁ କରିଛନ୍ତି । ବିବାହ କୁ ନେଇ ବିଭର ସରକାରଙ୍କର ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯଦି ସରକାରୀ କର୍ମଚାରୀ ମାନେ ବିନା ଅନୁମତି ଦ୍ଵିତୀୟ ବିବାହ କରିବେ ଏ ନେଇ ବିହାର ସରକାର ସବୁ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଦାଂପତ୍ଯ ଜୀବନର ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଦି କୌଣସି ସରକାରୀ ଅଧିକାରୀ ଦ୍ଵିତୀୟ ବିବାହ କରିବାକୁ ଚାହୁଁଛନ୍ତି ଏବେ ଆବଶ୍ୟକ ଅନୁମତି ମିଳିବା ପରେ ସେମାନେ ଦ୍ଵିତୀୟ ବିବାହ କରି ପାରିବେ ବୋଲି ବିଜ୍ଞପ୍ତି ରେ କୁହା ଯାଇଛି ।

ବିଜ୍ଞପ୍ତି ଅନୁଯାୟୀ ଯଦି କୌଣସି ସରକାରୀ କର୍ମଚାରୀ ଦ୍ଵିତୀୟ ବିବାହ କରିବାକୁ ଚାହୁଁଛନ୍ତି ତେବେ ସେମାନେ ତାଙ୍କର ପ୍ରଥମ ସ୍ଵାମୀ ବା ସ୍ତ୍ରୀ ଙ୍କ ଠାରୁ ଆଇନଗତ ଅଲଗା ହେବା ପାଇଁ ଅନୁମତି ନେବେ । ଏହା ପରେ ଚାକିରି କରିଥିବା ସମ୍ପୂର୍କ୍ତ ବିଭାଗ କୁ ଏହି ସମ୍ପର୍କରେ ଲିଖିତ ଆକାରରେ ଜଣାଇବେ । ଯଦି ଦ୍ଵିତୀୟ ବିବାହକୁ ନେଇ କୌଣସି ସ୍ଵାମୀ ବା ସ୍ତ୍ରୀ ଆପତ୍ତି ଉଠାନ୍ତି ତା ହେଲେ ଦ୍ଵିତୀୟ ସ୍ତ୍ରୀ ବା ସ୍ଵାମୀ ଙ୍କୁ କୌଣସି ସରକାରୀ ସୁବିଧା ମିଳି ପାରିବ ନାହି ।

ଅର୍ଥାତ ଯଦି କୌଣସି ସରକାରୀ କର୍ମଚାରୀ ସମ୍ପୂର୍କ୍ତ ବିଭାଗର ବିନା ଅନୁମତିରେ ଦ୍ଵିତୀୟ ବିବାହ କରନ୍ତି ଓ କାର୍ଯ୍ୟ କାଳ ସମୟରେ ତାଙ୍କର ମୃତ୍ୟୁ ଘଟେ ତେବେ ତାଙ୍କର ଦ୍ଵିତୀୟ ସ୍ଵାମୀ ବା ସ୍ତ୍ରୀ ଙ୍କୁ ଓ ସେମାନଙ୍କର ପିଲା ମାନଙ୍କୁ ସରକାରୀ ଚାକିରି ମିଳି ପାରିବ ନାହି । ଏଭଳି ସ୍ଥିତି ରେ ରାଜ୍ୟ ସରକାର ସମ୍ପୂର୍କ୍ତ ବ୍ୟକ୍ତି ଙ୍କ ପ୍ରଥମ ସ୍ତ୍ରୀ ବା ସ୍ବାମୀଙ୍କର ପିଲା ମାନଙ୍କୁ ପ୍ରାଧାନ୍ଯ ଦେବେ ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ବିହାର ସରକାରଙ୍କ ଏଭଳି ନିସ୍ପତି ରେ ସରକାରୀ କର୍ମଚାରୀ ଙ୍କ ବୈବାହିକ ଜୀବନ ଉପରେ ବିଶେଷ ପ୍ରଭାବ ପଡିବ ବୋଲି ଅନୁମାନ କରା ଯାଉଛି । କାରଣ ସରକାର ଲାଗୁ କରିଥିବା ନିୟମ ଅନୁଯାୟୀ ଗୋଟେ କ୍ଷେତ୍ର ରେ ଏହା ଠିକ ସାବ୍ୟସ୍ତ ହେଉଥିବା ବେଳେ ଅନ୍ୟ କ୍ଷେତ୍ର ରେ ଏହା କିଛି ଅଡୁଆ ହେଲା ଭଳି ସମସ୍ଯା ସୃଷ୍ଟି କରିପାରେ ।

ବନ୍ଧୁଗଣ ଆପଣ ମାନଙ୍କର ବିହାର ସରକାର ଦ୍ଵିତୀୟ ବିବାହକୁ ନେଇ ଯେଉଁ ନିସ୍ପତି ନେଇଛନ୍ତି ତାହା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *