ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଜାଣନ୍ତୁ ବ୍ରତ କରିବାର ପୂଜା ବିଧି… ଏମିତି କରନ୍ତୁ ପୂଜା ମହାଦେବ ହେବେ ପ୍ରସନ୍ନ

ଚଳିତ ବର୍ଷ ଜୁଲାଇ ୧୩ ତାରିଖରେ ପୂର୍ଣ୍ଣିମା ପଡିଥିଲା । ଏହା ପରଠୁ ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ମହାଦେବଙ୍କର ପ୍ରିୟ ହୋଇଥାଏ ଶ୍ରାବଣ ମାସ । ଏହି ମାସରେ ଲୋକମାନେ ବୋଲବମ ଯାଇଥାନ୍ତି । ଯଦି ଆପଣ ଚାହିଁବେ ସଙ୍କ୍ରାନ୍ତି ଠାରୁ ଶ୍ରାବଣ ମାସ ଧରିପାରିବେ ନଚେତ ଯଦି ପୂର୍ଣ୍ଣିମା ଠାରୁ ଚାହିଁବେ ଶ୍ରାବଣ ମାସ ଧରିପାରିବେ । ମହାଦେବ ୪ ମାସ ସୟନ କରିଥାନ୍ତି । ଏହି ୪ ମାସରେ ଏକାଦଶୀ ବ୍ରତ କରାଯାଏ ଯାହା ଆମ ଶାସ୍ତ୍ରରେ କୁହାଯାଇଛି । ଶିବଲିଙ୍ଗ ଉପରେ ଧଳା ମନ୍ଦାର ଫୁଲ ଅର୍ପଣ କରିଲେ ଶୁଭ ହୋଇଥାଏ । ଶ୍ରାବଣ ମାସରେ ଆମିଷ, ପିଆଜ, ରସୁଣ ବର୍ଜନ କରିବା ଉଚିତ ।

ଏହା ସହ ଖାଲି ପାଦରେ ଚାଲିବା ସହ ଖଟ ବା ସୋଫା ଉପରେ ବସିବେ କି ସୋଇବେ ନାହିଁ । ଏହି ମାସରେ ବ୍ରତ କରୁଥିବା ବ୍ୟକ୍ତି ସ୍ବାତିକ ଭୋଜନ କରିବା ସହ ସ୍ଵାମୀ ସ୍ତ୍ରୀ ସାଙ୍ଗ କରିବେ ନାହି । ପୁରୁଷ ବା ନାରୀ ହୁଅନ୍ତୁ ଏହି ସମୟରେ ବ୍ରହ୍ମଚାର୍ଯ୍ୟ ରକ୍ଷା କରିବା ସହ ମନରେ ଏଭଳି ଭାବନା ମଧ୍ୟ ଆଣିବା ଭୁଲ ହୋଇଥାଏ । ଏପରି ମହାଦେବଙ୍କ କୃପା ଲାଭ ହୁଏ ନାହି ଓ ଅନିଷ୍ଟ ମଧ୍ୟ ହୋଇପାରେ ।

ମହାଦେବଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ କାରଣ ସେ ହେଉଛନ୍ତି ସ୍ଵଭାବରେ ଭୋଳା । ତେଣୁ ତାଙ୍କୁ ଭୋଳାନାଥ ନାମରେ ମଧ୍ୟ ଜଣାଯାଏ । ଶୁଦ୍ଧ ଜଳରେ ତ୍ରିଶାଖା ବେଲପତ୍ର ନେଇ ଶିବ ମନ୍ଦିର ଯାଇ ସୋମବାର ଦିନ ଜଳାଭିଷେକ କରିଲେ ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି । ଯଦି ଆପଣଙ୍କ ଉପରେ ଖରାପ ଦ୍ରୁଷ୍ଟି ରହିଛି ତେବେ ଶିବଲିଙ୍ଗ ଉପରେ ଧଳା ମନ୍ଦାର ଅର୍ପଣ କରନ୍ତୁ ।

ଯଦି ଆପଣଙ୍କ ଜୀବନରେ ଅନେକ ପ୍ରକାରର ସମସ୍ଯା ରହିଛି ତେବେ ପ୍ରତିଦିନ ମହାଦେବଙ୍କ ଦର୍ଶନ କରିବା ସହ ଓମ ନମହ ସିବାୟ ମନ୍ତ୍ର ଜପ କରନ୍ତୁ । ମନ୍ଦିରର ଉତ୍ତର ଦିଗକୁ ମୁଖ କରି ଦର୍ଶନ କରିବେ । ଶିବଲିଙ୍ଗ ଉପରେ ଦହି, କଦଳୀ ଓ କନ୍ଦର ଘର୍ଷଣ କରିଲେ ଶୁଭ ହୋଇଥାଏ । କେବେ ବି ନନ୍ଦୀଙ୍କ ଆଗ ଦେଇ ଶିବଙ୍କ ଦର୍ଶନ କରିବା ଉଚିତ ନୁହେଁ ।

ମହାଦେବଙ୍କୁ ପୂଜା କରିଲେ କୌଣସି ଗ୍ରହ ମାନଙ୍କର ଅଶୁଭ ପ୍ରଭାବ ପଡିବ ନାହି । ଅଖଣ୍ଡ ବା ଫଟା ବେଲପତ୍ର କେବେ ଅର୍ପଣ କରିବେ ନାହି । ନୀତି ନିୟମ ଅନୁଯାୟୀ ମହାଦେବଙ୍କର ନିଷ୍ଠା ସହକାରେ ପୂଜା କରିଲେ ମହାଦେବ ପ୍ରସନ୍ନ ହୋଇଥାନ୍ତି । ଶ୍ରାବଣ ମାସରେ ବୋଲବମ ଯାଇଥାନ୍ତି ନଦୀରେ ସ୍ନାନ କରି ବାଲିରେ ଶିବଲିଙ୍ଗ ତିଆରି କରି ଏହାର ପୂଜା କରି ଶିବ ମନ୍ଦିରକୁ ଯାତ୍ରା କରିଥାନ୍ତି ।

ମହାଦେବ ହେଉଛନ୍ତି ତ୍ୟାଗୀର ପ୍ରତିକ । କେବେ ବି ଲୋଭ କରିବେ ନାହି ମହାଦେବଙ୍କ ପୂଜାରେ । ମନ୍ଦିରକୁ ଗଲେ କୌଣସି ଅସହାୟ ବ୍ୟକ୍ତିଙ୍କୁ ନିଜ ସକ୍ଷମ ଅନୁଯାୟୀ ଦାନ କରନ୍ତୁ । ମନ୍ଦିରକୁ ଯିବା ପରେ ନନ୍ଦୀଙ୍କ ଦର୍ଶନ କରି ତାଙ୍କ କାନରେ ନିଜର ଦୁଖ କଥା ଜଣାଇ ମହାଦେବଙ୍କ ଦର୍ଶନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *