ଆଖି ଡେଇଁବାର ଅର୍ଥ କ’ଣ ହୋଇପାରେ ? ଏହା ଶୁଭ ନା ଅଶୁଭ ! Samudrika shastra

ବନ୍ଧୁଗଣ ମନୁଷ୍ୟ ଶରୀର ସଂବେଦନଶୀଳ ହୋଇଥାଏ । ଏହା ଅନେକ ସମୟରେ ଆମକୁ ବିଭିନ୍ନ ପ୍ରକାର ଈଷାରା ମଧ୍ୟ ଦେଇଥାଏ । ଯେଉଁ ସବୁ ଈଷାରା ବା ସଂକେତ ଆମକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହାର କିଛି ନା କିଛି ମହତ୍ଵ ରହିଥାଏ । ଯେପରି ଅନେକ ସମୟରେ ଆମର ଆଖି ଡେଇଁଥାଏ । ତେବେ ଏହି ଆଖି ଡେଇଁବା ଦ୍ଵାରା ମଧ୍ୟ କିଛି ସଂକେତ ଆମକୁ ମିଳିଥାଏ । ହେଲେ ଅନେକ ଲୋକ ଏହାକୁ ଏକ ଭ୍ରମ ବା ଅନ୍ଧବିଶ୍ବାସ କହି ଏହକୁ ଅଣଦେଖା କରିଦେଇଥାନ୍ତି । ତେବେ ପୁରୁଷ ଓ ମହିଳାଙ୍କର ଆଖି ଡେଇଁବାକୁ ବିଚାର କରି ତାହାର ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ।

1- ଯଦି କୌଣସି ପୁରୁଷର ବାମ ଆଖି ଡେଇଁଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ପୁରୁଷ ମାନଙ୍କର ବାମ ଆଖି ଡେଇଁବାକୁ ଅଶୁଭ ମାନା ଯାଇଥାଏ । ପୁରୁଷଙ୍କ ବାମ ଆଖିର ଯେଉଁ ସ୍ଥାନ ଡେଇଁଲେ ମଧ୍ୟ ତାହାକୁ ଭଲ ବୋଲି ବିଚାର କରାଯାଇନଥାଏ । କାରଣ ଏଭଳି ଆଖି ଡେଇଁବା ଦ୍ଵାରା ନିକଟ ଭବିଷ୍ୟତରେ ସେହି ବ୍ୟକ୍ତିର କାହା ସହ ଶତ୍ରୁତା ହେବାର ସମ୍ଭାବନା ରହିଥାଏ ।

2- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଡାହାଣ ଆଖି ଡେଇଁବାକୁ ଶୁଭ ବୋଲି ମାନା ଯାଇନଥାଏ । ଡାହାଣ ଆଖି ବାରମ୍ବାର ଡେଇଁବାର ଅର୍ଥ ସେହି ମହିଳାଙ୍କୁ ଆସୁଥିବା ଭବିଷ୍ୟତରେ କୌଣସି ପ୍ରକାର ସ୍ଵାସ୍ଥ ସହ ସମ୍ବଦ୍ଧିତ ସମସ୍ଯାର ଶିକାର ହେବାକୁ ପଡିପାରେ । ଏହାଛଡା ମହିଳାଙ୍କ ଡାହାଣ ଆଖି ଡେଇଁବା ଦ୍ଵାରା ତାଙ୍କର ବନୁଥିବା କାର୍ଯ୍ୟ ମଧ୍ୟ ଅଧାରୁ ବିଗିଡି ଯାଇପାରେ ।

3- ଯଦି ମହିଳାଙ୍କର ବାମ ଆଖି ଲଗାତର ଡେଇଁଥାଏ । ତେବେ ଏଭଳି ସୂଚନା ମହିଳାଙ୍କ ପାଇଁ ବହୁତ ଭଲ ସୂଚନା ଅଟେ । ଏହାଦ୍ବାରା ମହିଳାଙ୍କୁ ନିକଟରେ କିଛି ଖୁସି ଖବର ପ୍ରାପ୍ତ ହେବାକୁ ଯାଉଛି ।

4- ସେହିଭଳି ପୁରୁଷ ମାନଙ୍କ କ୍ଷେତ୍ରରେ ଡାହାଣ ଆଖି ଡେଇଁବାକୁ ଭଲ ବୋଲି ଶାସ୍ତ୍ରରେ କୁହାଯାଇଥାଏ। ଏହି ସଂକେତ ଦ୍ଵାରା ପୁରୁଷ ମାନଙ୍କୁ ଜାଣି ରଖିବା ଉଚିତ । ଯେ ତାଙ୍କର ଆଗାମୀ ସମୟ ଖୁସିମୟ ରହିବାକୁ ଯାଉଛି । ତାଙ୍କର ହୁଏତ କୌଣସି ବାକି ରହିଥିବା କାର୍ଯ୍ୟ ପୂରଣ ହୋଇପାରେ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ, ପେଜକୁ ଗୋଟିଏ ଲାଇକ୍ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *