ଆଖିର ରଙ୍ଗରୁ ଜାଣନ୍ତୁ ବ୍ୟକ୍ତିର ସ୍ଵଭାବ !!

ସମୟେ ସମୟେ ଲୋକ କୁହନ୍ତି ଆଖି ମଣିଷ ବ୍ୟକ୍ତିତ୍ୱର ଦର୍ପଣ ସଦୃଶ । କୌଣସି ଲୋକକୁ ଜାଣିବା ପାଇଁ ତା’ ସହିତ କଥା ହେବା ଜରୁରୀ ନୁହେଁ ବରଂ ଆଖିର ରଙ୍ଗ ଦେଖି ମଣିଷର ବ୍ୟକ୍ତିତ୍ୱ ବିଷୟରେ ଜାଣି ହେବ । ଯେକୌଣସି ବ୍ୟକ୍ତିଙ୍କର ଆଖିକୁ ଦେଖି ସେମାନଙ୍କର ସ୍ୱଭାବ ବିଷୟରେ କୁହାଯାଇ ପାରେ । ଏଭଳି ମଧ୍ୟ କୁହାଯାଏ ଯେ ଆଖିର ରଙ୍ଗ ଏବଂ ମଣିଷର ବ୍ୟକ୍ତିତ୍ୱ ମଧ୍ୟରେ ଏକ ନିବିଡ଼ ସଂପର୍କ ରହିଛି । ଆଖିରୁ ଆମେ କୌଣସି ବ୍ୟକ୍ତି ବିଷୟରେ ବହୁତ କିଛି ଜାଣି ପାରିବା।

ଆସନ୍ତୁ ଜାଣିବା ଆପଣଙ୍କ ଆଖିର ରଙ୍ଗ ଆପଣଙ୍କ ବିଷୟରେ କ’ଣ କହେ ।

1. ବ୍ଲାକ ଆଖି ବିଶିଷ୍ଟ ଲୋକମାନେ ରହସ୍ୟମୟୀ ସ୍ୱଭାବର ହୋଇଥାନ୍ତି ଏବଂ ବିଶ୍ୱସନୀୟ ମଧ୍ୟ । ଅନ୍ୟର ରାଜକୁ ରାଜ୍ ଭଳି ରଖନ୍ତି ଏବଂ କାହା ଉପରେ ଅତି ଶୀଘ୍ର ଭରସା କରନ୍ତି ନାହିଁ ।

2. ବ୍ଲୁ ଆଖି ବିଶିଷ୍ଟ ଲୋକମାନେ ତୀକ୍ଷ୍ନ ବୁଦ୍ଧିମାନ ହୋଇ ଥାନ୍ତି । ସେମାନଙ୍କର ସୁନ୍ଦର ଆଖି ଦ୍ୱାରା ସେ ସମସ୍ତଙ୍କୁ ଆକର୍ଷିତ କରି ପାରନ୍ତି । ଏମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିବାକୁ ଭଲ ପାଆନ୍ତି ଏବଂ ବନ୍ଧୁତ୍ୱକୁ ମଧ୍ୟ ଗୁରୁତ୍ୱ ଦେଇ ଥାନ୍ତି ।

3. ଗ୍ରେ ଆଖି ବିଶିଷ୍ଟ ଲୋକମାନଙ୍କ ହୃଦୟ ସଫା ହୋଇଥାଏ, ସେମାନଙ୍କ ମନ ମଧ୍ୟରେ ଯେଉଁ କଥା ଥାଏ, ତାହା ସିଧା ସିଧା କହି ଦିଅନ୍ତି । ଏହି ଭଳି ଲୋକ ବିଶ୍ୱସନୀୟ ହେବା ସହିତ ବୁଦ୍ଧିମାନ ମଧ୍ୟ ହୋଇ ଥାନ୍ତି, ଏହା ସହିତ ଏମାନଙ୍କର ବ୍ୟକ୍ତିତ୍ୱ ଖୁବ ଆକର୍ଷଣୀୟ ହୋଇ ଥାଏ ।

4. ଲାଇଟ ବ୍ରାଉନ ଆଖି ବିଶିଷ୍ଟ ଲୋକମାନେ ସ୍ୱତନ୍ତ୍ର ବିଚାରର ହୋଇ ଥାନ୍ତି । ଏମାନେ ଏକା ରହିବାକୁ ଭଲ ପାଆନ୍ତି ଏବଂ ବିଭିନ୍ନ ପରିସ୍ଥିତି ସହିତ ଖାପ ଖୁଆଇ ଚଳି ପାରନ୍ତି ।

5. ଗ୍ରୀନ ଆଖି ବିଶିଷ୍ଟ ଲୋକମାନେ ସ୍ୱଭାବରେ ମଜାଳିଆ ହୋଇ ଥାନ୍ତି । ପ୍ରତ୍ୟେକ କାମକୁ ଇଛାର ସହିତ କରି ଥାନ୍ତି । ଏମାନେ ଖୁବ ଜ୍ଞାନୀ ମଧ୍ୟ ହୋଇ ଥାନ୍ତି ।

6. ବ୍ରାଉନ ଆଖି ବିଷିଷ୍ଟ ଲୋକମାନେ ସ୍ୱଭାବରେ ଖୁବ ଭଲ ହୋଇ ଥାନ୍ତି ଏବଂ ଭଲ ପାଇବା ଉପରେ ଖୁବ ବିଶ୍ୱାସ କରନ୍ତି । ଏହି ଭଳି ଲୋକମାନେ ଟଙ୍କା ଅପେକ୍ଷା ସଂପର୍କକୁ ଅଧିକ ଗୁରୁତ୍ୱ ଦେଇ ଥାନ୍ତି । ଏମାନଙ୍କ ବ୍ୟକ୍ତିତ୍ୱ ବହୁ ଆକର୍ଷିତ ହୋଇ ଥାଏ ଏବଂ ଏମାନେ ଖୁବ ଆତ୍ମବିଶ୍ୱାସୀ ହୋଇ ଥାନ୍ତି ।

Leave a Reply

Your email address will not be published. Required fields are marked *