ରାଶି ଅନୁସାରେ ଜାଣିରଖନ୍ତୁ ନିଜ ବିଷୟରେ କିଛି ଖାସ କଥା, କାହା ସହ ଆପଣଙ୍କର ଆତ୍ମା ଜଡିତ

ଦୁନିଆରେ ପ୍ରତ୍ୟେକ ପ୍ରାଣୀ ନିଜର ଖାସ ବିଶେଷ କାରଣ ସହ ଜନ୍ମ ହୋଇଥାଏ । ଯେମିତି ଭାବିବା ଶକ୍ତି, ବୁଦ୍ଧି ବା କ୍ଷମତା କାରଣ ରୁ ମନୁଷ୍ୟର ସ୍ଥାନ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଟେ। ହେଲେ ମଧ୍ୟ ଯେତେବେଳେ ମନୁଷ୍ୟ ସ୍ଵଭାବ ର କଥା ଆସିଥାଏ ସେତେବେଳେ ,ଏହିପରି ମନାଯାଏ ପ୍ରତ୍ୟେକ ବ୍ୟକ୍ତି ତା’ର ଏକ ମୁଖ୍ୟ ସ୍ୱଭାବରେ କେଉଁ ନା କେଉଁ ଜନ୍ତୁର ଭୂମିକାରେ ରହିଥାଏ । ଜନ୍ତୁ,ମାନେ ହିଂସ୍ର କିମ୍ବା ଅଭଦ୍ର ହେବା ନୁହେଁ । ଅର୍ଥାତ ଆତ୍ମିକ ଦୃଷ୍ଟିରୁ ତାର ସନ୍ତୁଷ୍ଟି କୋୖଣସି ଖାସ ଜନ୍ତୁ ସହ ମିଶୁଛି ।

ଏହା ପଛରେ ମୁଖ୍ୟ କାରଣ ଏହା ଅଟେ ମନୁଷ୍ୟ ପୂର୍ବରୁ ଏକ ପଶୁ ହିଁ ଥିଲା। ଗ୍ରୀକ ଗ୍ରନ୍ଥ ରେ କୁହାଯାଇଥିବା ମାନବ ସ୍ୱଭାବ ବିଷୟରୁ ଏହା ଜଣା ଯାଏ ଯେ, ଏଥିରେ ମାନବ ସ୍ଵଭାଵର ଆଧାର ଓ ତାଙ୍କର ଆତ୍ମାର ତୁଳନା ବିଭିନ୍ନ ପ୍ରକାର ଜିନିଷ ସହ କରାଯାଇଛି ।

ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ରାଶି ଅନୁସାରେ କେଉଁ ପ୍ରାଣୀ ର ଆତ୍ମା ଅଛି ଆପଣଙ୍କ ଭିତରେ

◆ ମେଷ ରାଶି :

ଏହି ଜାତକଙ୍କ ଆତ୍ମାର ତୁଳନା ପୌରାଣିକ କଥାର କାଳ୍ପିତବସ୍ତୁ ମାନବରୂପୀ ଗଧିଆ ସହ କରାଯାଇଛି। ଏମାନଙ୍କ ବିଷୟରେ ଏହା ଜଣା ଯାଏ ଯେ, ନିଜ ଉଦେଶ୍ୟ ପୁରା କରିବା ପାଇଁ ନିଜ କୁ ମନୁଷ୍ୟରୁ ମାନବରୂପୀ ଗଧିଆ ବଦଳେଇ ଦିଅନ୍ତି। କାରଣ ନିଜର ଲକ୍ଷ୍ୟ ପୂରଣ କରିବାରେ ମୁଖ୍ୟତଃ ଗୁରୁତ୍ୱ ଦେଇଥାନ୍ତି।

◆ ବୃଷ ରାଶି :

ଏହି ରାଶିର ବ୍ୟକ୍ତିଙ୍କର ଆତ୍ମାକୁ ବନଦେବୀଙ୍କ ସହ ତୁଳନା କରାଯାଇଛି । ବନଦେବୀ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ସମ୍ପୂର୍ଣ୍ଣ ଜଙ୍ଗଲର ଆତ୍ମା ତାଙ୍କ ପାଖରେ ହିଁ ରହିଥାଏ । ସେ ସମ୍ପୂର୍ଣ୍ଣ ଜଙ୍ଗଲର ପୋଷଣ କର୍ତ୍ତା ହୋଇଥାଆନ୍ତି, ଏହି ରାଶିର ଆତ୍ମା ବନଦେବୀ ହେବା କାରଣ ରୁ ଏମାନେ ପକୃତିକୁ ବହୁତ ଭଲ ପାଆନ୍ତି ।

◆ ମିଥୁନ ରାଶି :

ଏହି ରାଶିର ତୁଳନା ଅପ୍ସରୀ ଏବଂ ପରୀ ମାନଙ୍କ ସହ କରାଯାଇଛି ,ଏମାନଙ୍କ ପାଖରେ ପଜାପତି ପରି ପଙ୍ଖ ରହିଥାଏ । ଏହି ପ୍ରାଣୀ ସ୍ୱଭାବରୁ ବହୁତ ମଜାଦାର ହୋଇଥାନ୍ତି । ଏମାନଙ୍କ ସ୍ଵଭାଵ ଏପରି ହୋଇଥାଏ କି ଏମାନେ କେବେ ମିଛ କହିନଥାନ୍ତି,

◆ କର୍କଟ ରାଶି :

ଏହି ରାଶିର ତୁଳନା ମୋହିତ କରୁଥିବା ସ୍ତ୍ରୀଲୋକଙ୍କ ସହ କରାଯାଇଛି । ଏମାନେ ଦେଖିବାକୁ ଜଳପରୀ ସଦୃଶ୍ୟ ହୋଇଥାନ୍ତି ଏବଂ ସମୁଦ୍ରରେ ରହୁଥାନ୍ତି।ଏମାନେ ବହୁତ ସୁନ୍ଦର ଗୀତ ଗାଆନ୍ତି ଏବଂ ନିଜର ମଧୁର କଣ୍ଠରେ ନାଭିକ ମାନଙ୍କୁ ମୋହିତ କରି ଦୂର ସ୍ଥାନକୁ ନେଇ ପରେ ମାରିଦିଆନ୍ତି ।

◆ ସିଂହ ରାଶି :

ଏହି ରାଶିର ଜାତକ ମାନଙ୍କ ତୁଳନା ପୌରାଣିକ ଦେବ ମାନଙ୍କ ସହ କରାଯାଇଛି । ଏମାନେ ମଣିଷ ଏବଂ ଠାକୁରଙ୍କ ସନ୍ତାନ ହୋଇଥାନ୍ତି ,ସାମାନ୍ୟ ମନୁଷ୍ୟ ଠାରୁ ଆକାରରେ ବଡ଼ ଏବଂ ଶକ୍ତିଶାଳି ହୋଇଥାନ୍ତି । ଦେଖିବାକୁ ସୁନ୍ଦର ଓ ଆକର୍ଷକ ଏବଂ ବିଲାସ ପୂର୍ଣ୍ଣ ଜୀବନ ବିତେଇବାର ଅଧିକାରୀ ହୋଇଥାନ୍ତି ।

◆ କନ୍ୟା ରାଶି :

ଏହି ରାଶିର ଆତ୍ମାର ତୁଳନା ଗୋଟେ ଯାଦୁକର ଜୀବନ ସହ କରାଯାଇଛି । ଏମାନେ ସମାଜଠାରୁ ଦୂରରେ ରୁହିଥାନ୍ତି କିନ୍ତୁ ଦୁରେଇ ରହି ମଧ୍ୟ ଲୋକମାନଙ୍କୁ ସାହାଯ୍ୟ କରିଥାଆନ୍ତି । ବେଳେବେଳେ ଏମାନେ ଆପଣଙ୍କ ରାସ୍ତାର କଣ୍ଟା ମଧ୍ୟ ହୋଇଥାନ୍ତି ,ଏମାନଙ୍କୁ ଶାନ୍ତି ବହୁତ ପ୍ରିୟ ଅଟେ।

◆ ତୁଳା ରାଶି :

ଏହି ରାଶିର ତୁଳନା ପରିକ୍ରମା ବିଶିଷ୍ଟ ସ୍ଵଭାଵର ସ୍ତ୍ରୀଲୋକଙ୍କ ସହ କରାଯାଇଛି। ଏମାନେ ସୁନ୍ଦରାତା ରକ୍ଷକ ହୋଇଥାନ୍ତି ,ଏମାନେ ସବୁବେଳେ ସୁନ୍ଦର ବ୍ୟକ୍ତିକୁ ରକ୍ଷା କରନ୍ତି।

◆ ବିଛା ରାଶି :

ଏହି ରାଶିର ତୁଳନା ପିଶାଚ ମାନଙ୍କ ସହ କରାଯାଇଛି, ଏମାନେ ବହୁତ ଶକ୍ତିଶାଳୀ ଏବଂ ଆକର୍ଷକ ହୋଇଥାନ୍ତିମ। ଏମାନଙ୍କୁ ଅଟକାଇବା କିମ୍ବା ବିରୋଧ କରିବା ସମ୍ଭବ ହୋଇନଥାଏ। ଏମାନେ କାହାକୁ କିଛି କରିବାକୁ ବାଧ୍ୟ କରିନଥାନ୍ତି କିନ୍ତୁ ଉଗ୍ର ହୋଇଥାନ୍ତି।

◆ ଧନୁ ରାଶି :

ଏହି ରାଶିର ଆତ୍ମା ର ତୁଳନା ଏକପ୍ରକାର ପଶୁ ସହ କରାଯାଇଛି ,ଯାହାକି ଅଧା ଘୋଡା ଓ ଅଧା ମାନବ ସହ କରାଯାଇଛି । ଏହି ପଶୁ ଶାରୀରିକ ଶକ୍ତି ଏବଂ ବୁଦ୍ଧିର ପ୍ରତିନିଧିତ୍ୟ କରିଥାନ୍ତି। ବିଚାରରେ ଏମାନେ ଦାର୍ଶନିକ ଏବଂ ଶିକ୍ଷକ ହୋଇଥାନ୍ତି।

◆ ମକର ରାଶି :

ଏହି ରାଶିର ବ୍ୟକ୍ତିର ସ୍ଵଭାଵ ଏକ କାମକ ପୁରୁଷ ସହ କରାଯାଇଛି । ଯାହାରକି ଅଧା ଶରୀର ମଣିଷ ଓ ଅଧା ଛେଳି ହୋଇଥାଏ ,ଏମାନେ ଭାବନ୍ତି ଯେ ସବୁ ଶାରୀରିକ ସୁଖ କେବଳ ସଂଭୋଗ ପାଇଁ ହୋଇଥାଏ। ବୟସ ବଢ଼ିବା ସହ ଏମାନେ ବହୁତ ଦାଇତ୍ଵବାନ ହୋଇଯାଆନ୍ତି ।

◆ କୁମ୍ଭ ରାଶି :

ଏମାନେ ସାଧାରଣ ମଣିଷ ପରି ଭାବନାତ୍ୟକ ହୋଇନଥାନ୍ତି ,ଏମାନଙ୍କ ପାଖରେ ରଚନାତ୍ମକତା ବହୁତ କମ ଦେଖାଯାଏ। ଏହି ରାଶିର ବ୍ୟକ୍ତିମାନେ ବୁଦ୍ଧିମାନ ,କମ ଭାବୁକ ଓ କ୍ରାନ୍ତିକରି ବିଚାରର ହୋଇଥାନ୍ତି।

◆ ମୀନ ରାଶି :

ଏହି ରାଶିର ଆତ୍ମାର ତୁଳନା ଜଳପରୀ ସହ କରାଯାଇଛି । ଏହା ଅଧା ମଣିଷ ଓ ଅଧା ମାଛର ସଦୃଶ ଅଟେ, କିମ୍ବଦନ୍ତୀ ଅନୁସାରେ ଏମାନେ ସମୁଦ୍ରରେ ରୁହନ୍ତି। ଏମାନେ ବହୁତ ଆଧ୍ୟାତ୍ମିକ ହୋଇଥାନ୍ତି, ଏମାନଙ୍କର ସ୍ୱର ବହୁତ ସୁନ୍ଦର ହୋଇଥାଏ । ଏହି କାରଣ ଯୋଗୁଁ ମୀନ ରାଶିର ବ୍ୟକ୍ତିମାନେ ବହୁତ ସୁନ୍ଦର ଓ ଆଧ୍ୟାତ୍ମିକ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *