ଏହା ମଧ୍ୟରୁ କୌଣସି ଗୋଟିଏ ଜିନଷ କୁ କଞ୍ଚା କ୍ଷୀର ସହ ମିଶାଇ ଲଗାନ୍ତୁ, ଏବଂ ଦେଖନ୍ତୁ କମାଲ !

ବନ୍ଧୁଗଣ ପ୍ରାଚୀନ କାଳରେ ରାଣୀ ମାନେ କ୍ଷୀରରେ ସ୍ନାନ କରୁଥିଲେ, କାରଣ କ୍ଷୀର ତ୍ୱଚାକୁ ସୁନ୍ଦର କରିଥାଏ । ଆଜିର ସମୟରେ ଏହା ସମ୍ଭବ ନୁହେଁ କିନ୍ତୁ ଚେହେରାର ରୂପଚର୍ଯା ପାଇଁ କଞ୍ଚା କ୍ଷୀରର ବ୍ୟବହାର କରାଯାଇ ପାରିବ । ଆପଣ ଏହାକୁ କ୍ଲିଞ୍ଜର ଅବା ବ୍ଲିଚ ରୂପେ ବ୍ୟବହାର କରିପାରିବେ । ଏହାକୁ ନିୟମିତ ଚେହେରାରେ ଲଗାଇବା ଦ୍ୱାରା ଆପଣଙ୍କ ଚେହେରାରୁ ଦାଗ,ବ୍ରଣ ଓ ଚେହେରା କୁଞ୍ଚନ ଦୂର ହୋଇଯିବ ଓ ଆପଣଙ୍କ ଚେହେରା ଗୋରା ଦେଖାଯିବ । ତେବେ ଆସନ୍ତୁ ଜାଣିବା ଆପଣ କ୍ଷୀର ସହାୟତାରେ କିପରି ନିଜ ତ୍ୱଚାର ଉଜ୍ୱଳତା ବଢ଼ାଇ ପାରିବେ ।

ଘର ଫ୍ରିଜରେ ଯଦି ଆପଣ ଅଳ୍ପ କଞ୍ଚା କ୍ଷୀର ରଖିଛନ୍ତି ତେବେ ତାହାକୁ ପ୍ରତିଦିନ କ୍ଲିନଜର ରୂପରେ ଆପଣ ବ୍ୟବହାର କରିପାରିବେ । ଅବା ଆପଣ ବେସନରେ କ୍ଷୀର ମିଶାଇ ଏହାର ଫେସ ପେକ ବନାଇ ତାହାକୁ ବ୍ୟବହାର କରିପାରିବେ । ଯଦି ଆପଣ ଏହାକୁ ପ୍ରତିଦିନ କରିବେ ତେବେ ୧ ସପ୍ତାହ ପରେ ଆପଣଙ୍କ ଚେହେରା ବହୁତ ସୁନ୍ଦର ଦେଖାଯିବାକୁ ଲାଗିବ ।

କ୍ଷୀର ଏକ ଭଲ ଫେସିଆଲ କ୍ଲିନଜର ଅଟେ । ବାସ କଟନ ସହାୟତାରେ କ୍ଷୀରରେ ବୁଡାଇ ନିଜ ଚେହେରାକୁ ସଫା କରନ୍ତୁ । ଏହାପରେ ଚେହେରାକୁ ଧୋଇ ନିଅନ୍ତୁ । ତେବେ ଆପଣ ଆଜିଠୁ କ୍ଷୀରରେ ନିଜ ମୁଁହ ସଫା କରିବ ଆରମ୍ଭ କରିଦିଅନ୍ତୁ । ନିଜ ଚେହେରା ଆଉ ବେକରେ କଞ୍ଚା କ୍ଷୀର ଲଗାନ୍ତୁ ।

ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ । ଏହାପରେ ଚେହେରାକୁ ତାଜା ପାଣିରେ ଧୋଇଦିଅନ୍ତୁ । ଆପଣ ଦେଖିବେ ଆପଣଙ୍କ ଚେହେରା ଆଗଠୁ ଅଧିକ ସଫା ଓ ଗୋରା ହୋଇଯିବ କେବଳ ୧୦ ମିନଟରେ ।

ଦୁଇ ଚାମଚ କଞ୍ଚା କ୍ଷୀର ନିଅନ୍ତୁ, ୧ ଚାମଚ ମହୁ ଓ ତାପରେ ୧ ଚାମଚ ଲେମ୍ବୁ ମିଶାନ୍ତୁ । ଏହାକୁ ନିଜ ଚେହେରାରେ ଲଗାନ୍ତୁ । ୧୦ ମିନଟ ପର୍ଯ୍ୟନ୍ତ ଏହାକୁ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ଚେହେରାକୁ ଧୋଇ ନିଅନ୍ତୁ । ଏହି ପେକ ଏକ ବ୍ଲିଚ ଭଳି କାମ କରିବ ।

Leave a Reply

Your email address will not be published. Required fields are marked *