ଆଳୁ କିପରି ବଢାଏ ମୁହଁର ସୁନ୍ଦରତା- Skin Care

କିଛି ଘରୋଇ ଉପଚାର କରିବା ଦ୍ଵାରା ମୁହଁର ସୌଦର୍ଯ୍ୟ ବୃଦ୍ଧି କରିପାରିବେ ତେବେ ଆସନ୍ତୁ ଜାଣିବା ଏହିପରି କିଛି ଉପାୟ ବିଷୟରେ । ଲେମ୍ବୁରେ ପ୍ରକୃତିକ ଭାବେ ବ୍ଲିଚିଂ ରହିଥାଏ ତେବେ ପ୍ରତେକ ଦିନ ଫାଳେ ଲେମ୍ବୁ ମୁହଁରେ ଲଗାଇଲେ ମୁହଁର ରଙ୍ଗ ସଫା ହୋଇଥାଏ ଏବଂ ଗୋରା ହୋଇଥାଏ । କଞ୍ଚା ଆଲୁକୁ ଭଲ ଭାବରେ ବାଟି ମୁହଁରେ ଲଗାଇ କିଛି ସମୟ ପରେ ତାକୁ ଧୋଇଦିଅ। ଏହିପରି କିଛିଦିନ କରିବା ଦ୍ଵାରା ମୁହଁର ରଙ୍ଗ ସଫା ହୋଇଥାଏ ।

ବିଲାତି ବାଇଗଣ ରସକୁ ମୁହଁରେ ଏବଂ ଶରୀରରେ ଅନ୍ୟଭାଗରେ ଲଗାଇ କୋଡିଏ ମିନିଟ ପରେ ଉଷୁମ ପାଣିରେ ଧୋଇବା ଦ୍ଵାରା ରଙ୍ଗ ସଫା ଏବଂ ଗୋଲାପି ହୋଇଥାଏ । ମହୁ ଏବଂ ଲେମ୍ବୁ ରସ ସମ ପରିମାଣରେ ମିଶାଇ ମୁହଁରେ ଲଗାଇବା ଦ୍ଵା ମୁହଁର ରଙ୍ଗ ସଫା ହୋଇଥାଏ । ଅଧ ଚାମଚ ମହୁରେ ଡାଲଚିନି ଗୁଣ୍ଡ ମିଶାଇ ମୁହଁରେ ଲଗାଇ କିଛି ସମୟ ପରେ ଧୋଇଲେ ମୁହଁରେ ସ୍ଵାଭାବିକ ଭାବେ ଚମକ ଆସିଥାଏ ।


ଯଦି ମୁହଁର ତ୍ଵଚା ଶୁଖିଲା ଦେଖା ଯାଉଛି ତେବେ କାକୁଡି ରସ ସହିତ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ତାହା ସ୍ଵାଭାବିକ ଭାବେ ଗୋରା ହୋଇଥାଏ । ମୁହଁରେ ଦହି ଲଗାଇ କିଛି ସମୟ ପରେ ଧୋଇଲେ ମୁହଁ ସଫା ହେବ ସହିତ ମୁହଁର ରଙ୍ଗ ସଫା ହୋଇଥାଏ । ମୁହଁର ରଙ୍ଗ ଗୋରା କରିବାକୁ ହେଲେ ଅଲିଭ ଅଏଲରେ କେସର ମିଶାଇ ମୁହଁରେ ଲଗାଇବା ଦ୍ଵାରା ମୁହଁର ରଙ୍ଗ ଗୋରା ହେବା ସହିତ ଚମକ ଆସିଥାଏ ।


ଗୁଣ୍ଡ କ୍ଷୀର ସହିତ ବାଦାମ ତେଲ ମିଶାଇ ବାଦାମ ତେଲ ଏବଂ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ରଙ୍ଗ ସଫା ହୋଇଥାଏ ଏବଂ ଗୋରା ହୋଇଥାଏ । ବିଲାତି ରସ ସହିତ ଦହି ଏବଂ ଓଅଟ ଗୁଣ୍ଡା ମିଶାଇ ମୁହଁରେ ମାରିବା ଦ୍ଵାରା ମୁହଁ ସଫା ହେବା ସହିତ ଚମକ ଆସିଥାଏ । ଦୁଇ ଚାମଚ ଦହି ସହିତ ଅଧାଚମଚ ଗୋଲମରୀଚ ଗୁଣ୍ଡା ମିଶାଇ ମୁହଁରେ ଲଗାଇ କିଛି ସମୟ ପରେ ଉଷୁମ ପାଣିରେ ଧୋଇବା ଦ୍ଵାରା ମୁହଁରେ ଚମକ ଆସିଥାଏ ।


ଗୋଟେ ଚାମଚ ମହୁ ସହିତ ଅଧଚମଚ ଗୋଲମରୀଚ ଗୁଣ୍ଡ ମିଶାଇ ମୁହଁରେ ଲଗାଇଲେ ଏବଂ ଅଧ ଘଣ୍ଟାପରେ ଧୋଇଲେ ମୁହଁର ଚମକ ଆସିଥାଏ । ନଡିଆ ପାଣିକୁ  ଦିନକୁ ଦୁଇଥର ମୁହଁରେ ଲଗାଇ କିଛି ସମୟ ପରେ ଧୋଇବା ଦ୍ଵାରା ମୁହଁ ସଫା ହେବା  ସହିତ ମୁହଁରେ ଚମକ ଆସିଥାଏ । ଗୋଟେ ଚାମଚ ହଳଦୀ ଗୁଣ୍ଡା ସହିତ ଦୁଇଚମଚ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ଏବଂ କିଛି ସମୟ ପରେ ଉଷୁମ ପାଣିରେ ଧୋଇବା ଦ୍ଵାରା ମୁହଁ ସଫା ହେବା ସହିତ ଚମ ଆସିଥାଏ ।

Leave a Reply

Your email address will not be published. Required fields are marked *