ମା ହେଲା ପରେ ଓଡିଆ ଇଣ୍ଡଷ୍ଟ୍ରି ଛାଡିଥିବା ହିରୋଇନ

ଅଲିଉଡ ଦୁନିଆ ଲୋକଙ୍କୁ ବହୁତ ଭଲ ଭଲ ଅବସର ଦେଇଥାଏ ଯାହା ଦ୍ଵାରା ସେ ନିଜ କଳା ଓ ସୁନ୍ଦରତା ଦର୍ଶକ ମାନଙ୍କ ଆଗରେ ଦେଖାଇ ପାରନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଅଲିଉଡ ଦୁନିଆରେ ଯିଏ ସଫଳତା ପାଇଥାଏ ସେ ଆଗକୁ ଆଗ ବଢି ଚାଲିଥାଏ କିନ୍ତୁ ଯାହାକୁ ସଫଳତା ପ୍ରାପ୍ତ ହୁଏ ନାହିଁ ତାଙ୍କୁ ନିଜ ଜୀବନରେ ଅନ୍ୟ ଲାଇନରେ ଆଗକୁ ବଢିବାକୁ ପଡିଥାଏ । ତେବେ ସନ୍ତାନ ବହୁତ ବଡ ଦାଇତ୍ଵ ହୋଇଥାଏ ଆଉ ଏହା ମାଙ୍କ ଉପରେ ସବୁଠାରୁ ଅଧିକ ରହିଥାଏ ସେଥିପାଇଁ ଜୀବନରେ ସନ୍ତାନ ପାଇଁ ମା ବହୁତ କିଛି ତ୍ୟାଗ କରିଥାନ୍ତି ।

ମାମା ମିଶ୍ର :

ଆପଣ ମାନେ ମାମା ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ କାହିଁକିନା ସେ ୯୦ ଦଶକ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ଯେତେବେଳେ ସେ ଅଭିନୟ କରୁଥିଲେ ତାଙ୍କ ସରଲ ମୁଖ ସମସ୍ତଙ୍କୁ ଦେଖିବାକୁ ଭଲ ଲାଗୁଥିଲା କିନ୍ତୁ କଣ ଆପଣ ଜାଣିଛନ୍ତି ସେ ମେଗା ଷ୍ଟାର ସିଦ୍ଧାନ୍ତ ସହ ବିବାହ କଲେ ଆଉ ଆଜି ତାଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ ଅଛି ଆଉ ସନ୍ତାନ ହବା ପରେ ମାମା ଅଭିନୟ ଦୁନିଆରୁ ଦୂରେଇ ଗଲେ କାହିଁକିନା ତାଙ୍କ ଛୁଆଙ୍କୁ ମଣିଷ କରିବାର ଥିଲା ଆଉ ତାହା ପାଇଁ ମା ପାଖରେ ରହିବା ଆଉ ସମୟ ଦବା ଆବଶ୍ୟକ ଥିଲା ।

ମୋନାଲିସା :

ଆପଣ ମାନେ ଆଲ୍ବମ କ୍ଵିନ ମୋନାଲିସାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ବହୁତ ଆଲ୍ବମରେ କାମ କରିଥିଲେ ଆଉ ତାଙ୍କ ସ୍ଵାମୀ ଦେବାଶିଷ ମଧ୍ୟ ଜଣେ ଆଲ୍ବମ ହିରୋ ଥିଲେ ବର୍ତମାନ ଦେବାଶିଷ ସିରିଏଲରେ ମୁଖ୍ୟ ଅଭିନେତା ଭାବରେ କାମ କରୁଛନ୍ତି କିନ୍ତୁ ମୋନାଲିସା ବିବାହ ପରେ ସନ୍ତାନ ହେଲା ପରେ ଆଉ ଅଭିନୟ ଦୁନିଆକୁ ଫେରି ନାହାନ୍ତି ତାଙ୍କର ମଧ୍ୟ ଗୋଟେ ପୁଅ ଆଉ ଗୋଟେ ଝିଅ ଅଛନ୍ତି ।

ମାହି :

ଆପଣ ମାନେ ମାହିଙ୍କୁ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିବାର ଦେଖିଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ବେସ ଭଲ ଭାବରେ କିଣିଥିଲା । ମାହିଙ୍କ ସ୍ଵାମୀ ମଧ୍ୟ ଅଭିନେତା ଅଟନ୍ତି କିନ୍ତୁ ସନ୍ତାନ ହବା ପରେ ମାହି ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି କିନ୍ତୁ ତାଙ୍କ ସ୍ଵାମୀ ଏବେ ବି ଅଭିନୟ କରୁଛନ୍ତି । ମା ହବା ପରେ ମହିଳାଙ୍କ ଦାଇତ୍ଵ ବହୁତ ବଢି ଯାଇଥାଏ ତେବେ ଛୁଆ ପାଖରେ ମା ବହୁତ ଆବଶ୍ୟକ ସେଥିପାଇଁ ମହିଳାଙ୍କୁ ନିଜ ସନ୍ତାନ ପାଇଁ ବହୁତ ବଡ ତ୍ୟାଗ କରିବାକୁ ପଡିଥାଏ ଯାହା ଅନ୍ୟ ମାନଙ୍କ ପାଇଁ ବହୁତ ବଡ କଥା ଅଟେ ।

Leave a Reply

Your email address will not be published. Required fields are marked *