Video ହେଉଛି ଭାଇରାଲ, ଆମେରିକାରେ ଏମିତି ନିଆରା ଢଙ୍ଗରେ ପାଳନ କଲେ ରଥଯାତ୍ରା…. ଦେଖି ଆପଣ ବି ଚକିତ ରହିଯିବେ

ନମସ୍କାର ବନ୍ଧୁଗଣ । ଏହି ଭିଡିଓରେ ଆମେରିକାର କିପରି ଭାବେ ରଥଯାତ୍ରା ପାଳନ କରା ଯାଉଛି ତାହା ବିଷୟରେ କୁହା ଯାଇଛି । ଆମେରିକାର ଉଇସକନ ମିଲବେକୀରେ କୋରୋନା ସଂକରଣ କମ ଥିବାରୁ ଚଳିତ ବର୍ଷ ରଥଯାତ୍ରା ଧୂମଧାମରେ ପଲାଣ କର ଯାଇଛି । ଆମେରିକାରେ ବହୁତ ଓଡିଆ ଲୋକ ମାନେ ବାସ କରୁଛନ୍ତି ।

ଯେଉଁ ମନ୍ଦିରରେ ରଥଯାତ୍ରା ହେଛି ତାହାର ବାହାରର ଦୃଶ୍ୟ ଦେଖିବାକୁ ବହୁତ ସୁନ୍ଦର ହୋଇଛି । ମନ୍ଦିରର ଭିତର ଦ୍ରୁଶ୍ଯ ମଧ୍ୟ ବାହାର ଅପେକ୍ଷା ଆହୁରି ସୁନ୍ଦର ଓ ଆକର୍ଷଣୀୟ ହୋଇ ଥିବାର ଏହି ଭିଡିଓ ରେ ନଜର ଆସୁଛି । ପ୍ରଭୁ ଜଗନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ବେଶ ଭଲ ଭାବେ ସଜା ଯାଇଛି । ଓଡିଆ ପର୍ବପର୍ବାଣିରେ ଓଡିଆ ଲୋକ ମାନେ ଆସି ଏହି ମନ୍ଦିରରେ ରୋଷେଇ କରନ୍ତି । ଏହି ଭିଡିଓରେ ଯେଉଁ ପୂଜାରୀ ଜଣକ ମୁକୁଟ ଧାରଣ କରୁଛନ୍ତି ସେ ହେଉଛନ୍ତି ଇସ୍କନ ମନ୍ଦିରର ଜଣେ ପୂଜକ ଯିଏ ଜଣେ ଆମେରିକାନ ଫରନର ଅଟନ୍ତି ।

ଏଠାରେ ଯେଉଁ ଅନ୍ୟ ଭାଇ ଓ ଭଉଣୀ ମାନେ ଅଛନ୍ତି ସେମାନେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପହଣ୍ଡି କରିବା ପରେ ରଥରେ ବସାଇବେ ବୋଲି ଏହି ଭିଡିଓରେ ଦେଖା ଯାଉଛି । ଏହି ଭିଡିଓରେ ତିନି ଠାକୁରଙ୍କୁ ତିନି ଜଣ ଲୋକେ ପହଣ୍ଡି କରିବାର ନଜର ଆସୁଛନ୍ତି । ଏହା ସହ ଶଙ୍ଖ, ଘଣ୍ଟା ଓ ଝାଞ୍ଜରେ ପୁରା ମନ୍ଦିରର ବାତାବରଣ ବେଶ ଆକର୍ଷଣୀୟ ଦେଖା ଯାଉଛି । ବାଜା ବାଜିବା ସହ ଠାକୁରଙ୍କ ଭଜନ ଗାଇବାର ଦୃଶ୍ୟ ଏହି ଭିଡିଓ ରେ ନଜର ଆସୁଛି ।

ଏହି ଭିଡିଓ ରେ ତିନି ଠାକୁରଙ୍କ ପୂଜା ଆରାଧନା ଖୁବ ଜାକଜକମରେ କରାଯିବା ସହ ଭକ୍ତ ମାନେ ନାଚ ଗୀତରେ ମଗ୍ନ ଅଛନ୍ତି । “ହରେ ରାମ ହରେ କୃଷ୍ଣ” ସଙ୍ଗୀତରେ ଭକ୍ତ ମାନେ ମଜି ଯାଇଛନ୍ତି । ଏହି ଭିଡିଓ ରେ ତିନି ଠାକୁରଙ୍କ ରଥ ଟଣା ସାରିବା ପରେ ମନ୍ଦିର ଭିତରକୁ ପୁଣି ଥରେ ତିନି ଠାକୁର ବିଜେ କରିବାର ନଜର ଆସୁଛନ୍ତି ।

ଏହା ସହ ରଥ ଗଡିବା ସମୟରେ ଭକ୍ତ ମାନେ ବହୁତ ଶ୍ରଦ୍ଧାର ସହ ରଥ ଟାଣୁଥିବାର ଏହି ଭିଡିଓରେ ନଜର ଆସୁଛି । ଏହା ସହ ଭଜନ ଓ କୀର୍ତ୍ତନ ରେ ଭକ୍ତ ମାନେ ଏତେ ମାତ୍ରାରେ ମଜି ଯାଇଛନ୍ତି ଯେ ଆମେରିକାରେ ଏ ଭଳି ରଥାଯାତ୍ରା ପାଳନ ହୁଏ କେହି କେବେ ଜାଣି ନ ଥିବେ । ଏହି ଭିଡିଓ ରେ ତିନି ଠାକୁରଙ୍କୁ ପିପିଲିର ଚାନ୍ଦୁଆ ରେ ଖୁବ ସୁନ୍ଦର ଭାବେ ତାଙ୍କର ଆସନ କୁ ସଜା ଯାଇଥିବାର ନଜର ଆସୁଛି ।

ଆଶା କରୁଛୁ ଆପଣ ମାନେ ମଧ୍ୟ ଏହି ରଥଯାତ୍ରାକୁ ଦେଖିବା ପରେ ଜାଣି ପାରୁଥିବେ ଯେ କିପରି ଭାବେ ଆମେରିକା ଭଳି ଦେଶରେ ଓଡିଆ ମାନଙ୍କର ରଥଯାତ୍ରା ଖୁବ ଧୂମଧାମରେ ପାଳନ କରା ଯାଉଛି । ଓଡିଶାରେ ଯେଉଁ ସବୁ ପର୍ବ ପର୍ବାଣି ପାଳନ କରାଯାଏ ଆମେରିକାରେ ଥିବା ଓଡିଆ ମାନେ ମଧ୍ୟ ସେ ସବୁକୁ ସେଲିବ୍ରେଟ କରିଥାନ୍ତି । ଯାହା ସେମାନଙ୍କ ମନରେ ଆନଦ ଆଣିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *